ନୂଆଦିଲ୍ଲୀ: ସକାଳୁ ସକାଳୁ ବଡ଼ଧରଣର ଭୂକମ୍ପ ଝଟକା ଅନୁଭବ କରିଛନ୍ତି ମେଘାଳୟବାସୀ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ଥିବାରୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି। ସକାଳ ୮.୪୫ରେ ମେଘାଳୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ଏହାର ପ୍ରଭାବ ଉତ୍ତର ବେଙ୍ଗଲରେ ମଧ୍ୟ ଦେଖିବାକୁ ମିଳିଛି। ବିଶେଷ କରି ଦାର୍ଜିଲିଂ ଓ କୁଚ୍ଚବିହାରର କିଛି ଅଂଶ ଭୂକମ୍ପ ଯୋଗୁ ଥରିଥିବା ଖବର ମିଳିଛି।
ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ସେଇସମୋଲଜି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ମେଘାଳୟର ତୁରା ଅଞ୍ଚଳରେ ରହିଛି। ଏହା ଭୂପୃଷ୍ଠରୁ ୧୪ କିମି ଗଭୀରତାରେ ସକାଳ ପ୍ରାୟ ୮.୪୫ରେ ସୃଷ୍ଟି ହୋଇଥିଲା। କ୍ଷୟକ୍ଷତି ସମ୍ପର୍କରେ ଏଯାଏ କୌଣସି ଖବର ମିଳିନାହିଁ।
ତଥାପି ଝଟକା ପରେ ଲୋକମାନେ ଘର ଛାଡ଼ି ଖୋଲା ସ୍ଥାନରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ପ୍ରଶାସନ ଭୂକମ୍ପ ଅନୁଭୂତ ହୋଇଥିବା ସ୍ଥାନରେ ପହଞ୍ଚି ସ୍ଥିତିର ଯାଞ୍ଚ କରୁଛୁ।
Earthquake of Magnitude:5.2, Occurred on 07-07-2021, 08:45:25 IST, Lat: 26.15 & Long: 90.28, Depth: 14 Km ,Location: 71km N of Tura, Meghalaya, India for more information Download the BhooKamp App https://t.co/A7YPlKiPob @ndmaindia @Indiametdept pic.twitter.com/BX4I1zOBze
— National Center for Seismology (@NCS_Earthquake) July 7, 2021
The post ୫.୨ ତୀବ୍ରତାର ଭୂକମ୍ପରେ ଥରିଲା ମେଘାଳୟ appeared first on Odisha Reporter.
from Odisha Reporter https://ift.tt/3dQlEDF
No comments:
Post a Comment