ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ରେଳ ବିଭାଗରେ ମୋଟ୍ ୨,୯୫୨ ଜଣ କର୍ମଚାରୀ କରୋନାରେ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରୁ ୯୮ ଜଣ ଟିକା ନେଇଥିଲେ। କେନ୍ଦ୍ର ରେଳମନ୍ତ୍ରାଳୟ ଶୁକ୍ରବାର ଲୋକସଭାରେ ଏହି ସୂଚନା ଦେଇଛି।
ତିନି ଜଣ ସାଂସଦଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆରଟିପିସିଆର ଟେଷ୍ଟ କରାଇବା ପରେ ମୋଟ୍ ୧,୫୭,୪୯୬ ଜଣ ରେଳ କର୍ମଚାରୀ କୋଭିଡରେ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୨,୯୫୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ତେବେ ଉପଲବ୍ଧ ଥିବା ସୂଚନା ଅନୁଯାୟୀ ମୋଟ୍ ମୃତକଙ୍କ ମଧ୍ୟରୁ ୯୮ ଜଣ ଟିକା ନେଇଥିଲେ।
ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଡ୍ୟୁଟି ସମୟରେ ପ୍ରାଣ ହରାଉଥିବା କିମ୍ବା ଅସୁସ୍ଥତା କାରଣରୁ କର୍ମଚାରୀଙ୍କର ମୃତ୍ୟୁ ଘଟିଲେ ସରକାରଙ୍କ ତରଫରୁ ତାଙ୍କ ପରିବାର ଲୋକଙ୍କୁ ଚାକିରି ନହେଲେ କ୍ଷତିପୂରଣ ଦେବାକୁ ନିୟମ ରହିଛି। ତେଣୁ ଯେଉଁମାନେ କୋଭିଡରେ ପ୍ରାଣ ହରାଇଛନ୍ତି ସେମାନଙ୍କୁ ମଧ୍ୟ ଏହି ଆଧାରରେ ସାମିଲ୍ କରାଯାଇଛି। ଏଯାବତ ରେଳ ବିଭାଗ କରୋନାରେ ପ୍ରାଣ ହରାଇଥିବା ୨,୯୫୨ ଜଣଙ୍କ ମଧ୍ୟରୁ ୨,୮୫୭ ଜଣଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ସେହିପରି ୧,୯୩୧ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।
The post ‘ଟିକା ନେବା ପରେ ୯୮ ଜଣେ ରେଳ କର୍ମଚାରୀ କରୋନାରେ ପ୍ରାଣ ହରାଇଛନ୍ତି’ appeared first on Odisha Reporter.
from Odisha Reporter https://ift.tt/3xfkGHO
No comments:
Post a Comment