ଅଭ୍ୟାସ ଛାଡ଼ି ପାରିଲାନି ଚୋର, ଝିଅ ଦେଖିବାକୁ ଯାଇଥିବା ବେଳେ ବି କଲା ଚୋରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 30, 2021

ଅଭ୍ୟାସ ଛାଡ଼ି ପାରିଲାନି ଚୋର, ଝିଅ ଦେଖିବାକୁ ଯାଇଥିବା ବେଳେ ବି କଲା ଚୋରି

ଲକ୍ଷ୍ନୌ: ଅଭ୍ୟାସ ଛାଡ଼ି ପାରିଲାନି। ନିଜ ପାଇଁ ଝିଅ ଦେଖିବାକୁ ଯାଇଥିବା ବେଳେ ବି ଚୋରି କଲା। ହେଲେ ତା’ ବେଳା ଖରାପ ଥିଲା। ଝିଅ ଘର ଲୋକେ ତାକୁ ଧରି ପକାଇଲେ। ବାହାଘର ଭାଙ୍ଗିଲା ଓ ତା’ ସହିତ ପୁଲିସ୍ ତାକୁ ନେଇ ଗଲା। ଏମିତି ଏକ ଘଟଣା ଏବେ ଉତ୍ତର ପ୍ରଦେଶର ଆଗ୍ରାର ବରହନ ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଏହି ଚୋରର ନାଁ ଅଜୟ ଓରଫ୍ ଅଜଗର। ତା’ ପାଇଁ ଏକ ବିବାହ ପ୍ରସ୍ତାବ ଆସିଥିଲା। ସେ ତା’ ପରିବାର ଲୋକଙ୍କ ସହି ଝିଅ ଦେଖିବାକୁ ଯାଇଥିଲା। ହେଲେ ସେଠାରେ ବି ନିଜ ଅଭ୍ୟାସରୁ ବିରତ ରହିପାରିଲାନି ଅଜଗର। ସୁଯୋଗ ଦେଖି ସେଠାରୁ ଏକ ମୋବାଇଲକୁ ନିଜ ପକେଟ୍‌ରେ ପୂରାଇ ଦେଲା। ମୋବାଇଲ ଗାଏବ ହୋଇଯିବା ଜାଣିବା ପରେ ଝିଅ ଘର ଲୋକେ ଖୋଜାଖୋଜି କରିଥିଲେ। ସେହି ସମୟରେ ସେମାନଙ୍କର ଅଜଗର ଉପରେ ସନ୍ଦେହ ହେଲା। ସେମାନେ ତା’ର ତଲାସି ନେଲେ ଓ ମୋବାଇଲଟିକୁ ପାଇଥିଲେ। ଏହା ପରେ ଯୁବତୀଙ୍କ ପରିବାର ଲୋକେ ବାହାଘର ପ୍ରସ୍ତାବ ଭାଙ୍ଗି ଦେଇଥିଲେ।

ଅଜଗରକୁ ପୁଲିସ୍ ନେଇ ପଚରା ଉଚରା କରିବା ବେଳେ ତା’ର ସବୁ କଳା କାରନାମା ସାମ୍ନାକୁ ଆସିଥିଲା। ସେ ଚୋରି ଓ ଲୁଟ୍‌ରେ ଖୁବ୍ ମାହିର ଥିଲେ। ସାଙ୍ଗସାଥୀଙ୍କ ଠାରୁ ଧାର ଆଣୁଥିବା ଟଙ୍କା ଫେରାଇବା ପାଇଁ ସେ ତା’ର ଜଣେ ସଂପର୍କୀୟଙ୍କ ସହିତ ମିଶି ମୋବାଇଲ ଓ ଲାପ୍‌ଟପ୍ ଆଦି ଚୋରି କରୁଥିଲେ। ଏପରିକି ଶହେ ଟଙ୍କାର ଆଣିଥିଲେ ବି ତା’ ବଦଳରେ ଅଜଗର ସ୍ମାର୍ଟ ଫୋନ୍ ଦେଇ ଦେଉଥିଲା।

The post ଅଭ୍ୟାସ ଛାଡ଼ି ପାରିଲାନି ଚୋର, ଝିଅ ଦେଖିବାକୁ ଯାଇଥିବା ବେଳେ ବି କଲା ଚୋରି appeared first on Odisha Reporter.



from Odisha Reporter https://ift.tt/3j3SFOx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages