ପାରଳାଖେମୁଣ୍ଡି (ଆଦର୍ଶ ଦାଶ): ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ତିନି ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଛି ପାରଳାଖେମୁଣ୍ଡି ପୁଲିସ୍। ଏହି ଅଭିଯୁକ୍ତମାନେ ହେଲେ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟା ଭାରତୀ ପଣ୍ଡା, ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେଇ କରୁଥିବା ଗାର୍ଡ। ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ରଙ୍କ ଅଭିଯୋଗ କ୍ରମେ ପୁଲିସ୍ ଏମାନଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଛନ୍ତି। ଏହି ତିନି ଜଣ ଷଡ଼ଯନ୍ତ୍ର କରି ତାଙ୍କ ପୁଅକୁ ହତ୍ୟା କରିଥିବା ନେଇ ସେ ଗତକାଲି ଏଫ୍ଆଇଆର ଦେଇଥିଲେ।
ବୋହୂ ବିଦ୍ୟା ଭାରତୀ ଓ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ମଧ୍ୟରେ ଅନୈତିକ ସଂପର୍କ ଥିବା ନେଇ ସୌମ୍ୟରଞ୍ଜନଙ୍କ ବାପା ତାଙ୍କ ଏଫ୍ଆଇଆର୍ରେ ଉଲ୍ଲେଖ କରିଛନ୍ତି। ଅଭିରାମଙ୍କ ଅଭିଯୋଗ ଅନୁଯାୟୀ, ଡିଏଫଓ ତାଙ୍କ ପୁଅ ସୌମ୍ୟରଞ୍ଜନଙ୍କ କ୍ୱାର୍ଟର୍ସକୁ ଯାଉଥିଲେ। ତାଙ୍କ ବୋହୂ ବିଦ୍ୟା ଭାରତୀଙ୍କ ସହିତ ଡିଏଫ୍ଓଙ୍କର ସଂପର୍କ ଥିଲା। ଏହି ଦୁଇ ଜଣଙ୍କୁ ସୌମ୍ୟଙ୍କ ଘରେ ରୋଷେଇ କରୁଥିବା ଗାର୍ଡ ସହଯୋଗ କରୁଥିଲେ। ଏମିତିକି ବିଭିନ୍ନ ଆଳ ଦେଖାଇ ସୌମ୍ୟରଞ୍ଜନଙ୍କୁ ରାତି ଡ୍ୟୁଟି ଦିଆଯାଉଥିଲା। ଏସବୁ ସଂପର୍କରେ ନିଜେ ସୌମ୍ୟରଞ୍ଜନ ତାଙ୍କୁ କହିଥିବା ଅଭିରାମ କହିଛନ୍ତି।
ଅଭିରାମ ଏଫ୍ଆଇଆରରେ ଆହୁରି ଦର୍ଶାଇଛନ୍ତି ଯେ ତାଙ୍କ ବୋହୂ ଓ ଡିଏଫ୍ଓଙ୍କ ମଧ୍ୟରେ ଥିବା ଅନୈତିକ ସଂପର୍କ ବିଷୟରେ ଜାଣିବା ପରେ ସୌମ୍ୟରଞ୍ଜନ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା। ତାଙ୍କୁ ମାରି ଦେବାକୁ ଧମକ ମଧ୍ୟ ଦିଆଯାଇଥିଲା। ଏଥିପାଇଁ ସେ ବାରିପଦାକୁ ବଦଳି ହୋଇ ଚାଲି ଯିବାକୁ ଚାହୁଁଥିଲେ।
ସୂଚନାଯୋଗ୍ୟ, ଗତ ୧୨ ତାରିଖ ରାତିରେ ସୌମ୍ୟରଞ୍ଜନ ପାରଳାଖେମୁଣ୍ଡି ସ୍ଥିତ ତାଙ୍କ ସରକାରୀ କ୍ୱାର୍ଟର୍ସରେ ସନ୍ଦେହଜନକ ଭାବେ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଥିଲେ। ୧୩ ତାରିଖରେ କଟକର ଏକ ଘରୋଇ ହସ୍ପିଟାଲ୍ରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା।
The post ସୌମ୍ୟଙ୍କ ପତ୍ନୀ ଓ ଡିଏଫଓଙ୍କ ସମେତ ୩ ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ appeared first on Odisha Reporter.
from Odisha Reporter https://ift.tt/3z24Dia
No comments:
Post a Comment