‘ମିସ୍‌ ୟୁ ରାଜୀ’ ସ୍ୱାମୀଙ୍କୁ ମନେ ପକାଇ ଇମୋସନାଲ ପୋଷ୍ଟ କଲେ ମନ୍ଦିରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 15, 2021

‘ମିସ୍‌ ୟୁ ରାଜୀ’ ସ୍ୱାମୀଙ୍କୁ ମନେ ପକାଇ ଇମୋସନାଲ ପୋଷ୍ଟ କଲେ ମନ୍ଦିରା

ମୁମ୍ବାଇ: ସ୍ୱାମୀଙ୍କୁ ହରାଇବା ଦୁଃଖକୁ ଭୁଲି ପାରି ନ ଥିବା ଅଭିନେତ୍ରୀ ମନ୍ଦିରା ବେଦୀ ରାଜଙ୍କୁ ମନେ ପକାଇଛନ୍ତି । ହୃଦୟରେ ରାଜଙ୍କ ସ୍ମୃତିଙ୍କୁ ଚାପି ରଖିଥିବା ମନ୍ଦିରା ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ଏକ ଇମୋସନାଲ ପୋଷ୍ଟ କରିବା ସହ ସ୍ୱାମୀଙ୍କ ସହ ବିତାଇଥିବା ଏକ ଖୁସି ମୁହୂର୍ତ୍ତର ଫଟୋ ପୋଷ୍ଟ କରିଛନ୍ତି।

ହୃଦୟରେ ରାଜଙ୍କ ସ୍ମୃତିଙ୍କୁ ଚାପି ରଖିଥିବା ମନ୍ଦିରା ଲେଖିଛନ୍ତି, ୨୫ ବର୍ଷ ହେଲା ଉଭୟ ପରସ୍ପରକୁ ଜାଣିଥିବା ବେଳେ ୨୩ ବର୍ଷ ହେବ ବିବାହ ବନ୍ଧନରେ ବାନ୍ଧି ହୋଇଥିଲୁ। ବହୁ ଘାତ, ପ୍ରତିଘାତର ମିଶିକି ସାମନା କରିଥିଲୁ। ହେଲେ ଅଧା ବାଟରେ ଛାଡ଼ି  ଚାଲିଗଲେ ରାଜ।  ଏହି ପୋଷ୍ଟ ପୂର୍ବରୁ ବୁଧବାର ମଧ୍ୟ ରାତ୍ରୀରେ ମନ୍ଦିରା ‘ମିସ୍‌ ୟୁ ରାଜୀ’ ବୋଲି ପୋଷ୍ଟ କରିଥିଲେ।

ପରିବାର ସହ ମନ୍ଦିରା ।

ସ୍ୱାମୀଙ୍କୁ ହରାଇବା  ସମ୍ପୂର୍ଣ୍ଣ  ଭାଙ୍ଗି ପଡ଼ିଥିବା ମନ୍ଦିରା  ନିଜ ୨ ପିଲାଙ୍କ ପାଇଁ ପୁଣି ଥରେ ଷ୍ଟ୍ରଙ୍ଗ ହେବାକୁ ଚେଷ୍ଟା ଚଳାଇଛନ୍ତି। ସ୍ୱାଭାବିକ ଅବସ୍ଥାକୁ ଫେରିବାକୁ ମନ୍ଦିରା ପ୍ରାଣପଣେ ଚେଷ୍ଟା କରୁଛନ୍ତି। ଏବେ ପୁଣିଥରେ ନିଜ ୱାର୍କ ଆଉଟ ସେସନ ଆରମ୍ଭ କରିଦେଇଥିବା ମନ୍ଦିରା ଘର ବାହାରେ ମର୍ଣ୍ଣିଂ ୱାକ ବି କରୁଥିବା ନଜର ଆସୁଛି। ହେଲେ ତାଙ୍କ ସହ ଘଟିଥିବା ଦୁଃଖ କାହାଣୀ ତାଙ୍କ ମୁହଁ ହିଁ ବୟାନ କରି ଦେଉଛି। ପୂର୍ବରୁ ମିଡିଆ ସମ୍ମୁଖରେ ହସି ହସି ପୋଜ ଦେଉଥିବା ମନ୍ଦିରା ଏବେ ବହୁତ ଚୁପଚାପ ରହୁଥିବା ବେଳେ ତାଙ୍କ ମୁହଁରେ ସଫା ଜଣାପଡ଼ୁଛି ଦୁଃଖର ଛାପ।

ମନ୍ଦିରାଙ୍କ ବିବାହ ବେଳର ଫଟୋ

ମନ୍ଦିରା ବେଦୀ ଓ ରାଜ କୌଶଲ ୧୯୯୯ ମସିହାରେ ବାହା ହୋଇଥିବା ବେଳେ ସେମାନଙ୍କର ୯ ବର୍ଷ ପୁଅ ଭୀର ଓ ୪ ବର୍ଷର ଝିଅ ତାରା  ଅଛି। ତାରାକୁ ମନ୍ଦିରା ଓ ରାଜ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ।

ଗତ ଜୁନ୍‌ ୩୦ ତାରିଖରେ ହଠାତ୍‌ ମନ୍ଦିରାଙ୍କ ପରିବାର ଉପରେ ଘୋଟିଗଲା କଳା ବାଦଲ। ସକାଳେ ରାଜ କୌଶଲଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ତେବେ ତାଙ୍କୁ ପରିବାର ଲୋକେ ହସ୍ପିଟାଲ ନେବା ପୂର୍ବରୁ ହିଁ ତାଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଯାଇଥିଲା।  ମୃତ୍ୟୁ ବେଳକୁ ଫିଲ୍ମ ମେକର ରାଜ କୌଶଲଙ୍କୁ ୪୯ ବର୍ଷ ବୟସ ହୋଇଥିଲା।   ରାଜ ଜଣେ ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ତାଙ୍କ କ୍ୟାରିୟରରେ ‘ପ୍ୟାର ମେଁ କଭି କଭି’, ‘ଶାଦୀ କା ଲଡୁ’ ଏବଂ ‘ଆନ୍ଥୋନୀ କୌନ ହୈ, ଭଳି ତିନୋଟି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ।

The post ‘ମିସ୍‌ ୟୁ ରାଜୀ’ ସ୍ୱାମୀଙ୍କୁ ମନେ ପକାଇ ଇମୋସନାଲ ପୋଷ୍ଟ କଲେ ମନ୍ଦିରା appeared first on Odisha Reporter.



from Odisha Reporter https://ift.tt/3enxnK7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages