ଆଉ ରାଜନୀତି କରିବେନି ରଜନୀକାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 12, 2021

ଆଉ ରାଜନୀତି କରିବେନି ରଜନୀକାନ୍ତ

ନୂଆଦିଲ୍ଲୀ: ରାଜନୀତିକୁ ଗୁଡବାଏ କହିଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ। ସେ ଆଉ କେବେ ବି ରାଜନୀତିକୁ ଫେରିବେ ନାହିଁ ବୋଲି ନେଇଛନ୍ତି ନିଷ୍ପତ୍ତି। ରଜନୀକାନ୍ତ ତାଙ୍କ ଦଳ ‘ରଜନୀ ମକ୍କଲ ମନ୍ଦ୍ରମ’କୁ ଭାଙ୍ଗି ଦେଇଛନ୍ତି। ଏଥିସହ ସେ ଆଉ କେବେ ବି ପଛକୁ ଛାହିଁବେ ନାହିଁ କି ରାଜନୀତିରେ ପ୍ରବେଶ କରିବେ ନାହିଁ ବୋଲି କହିଛନ୍ତି।

‘ରଜନୀ ମକ୍କଲ ମନ୍ଦ୍ରମ’ ଦଳକୁ ଭାଙ୍ଗି ରଜନୀକାନ୍ତ କହିଛନ୍ତି, ଭବିଷ୍ୟତରେ ରାଜନୀତିରେ ପ୍ରବେଶ କରିବାର ମୋର କୌଣସି ଯୋଜନା ନାହିଁ। ମୁଁ ରାଜନୀତିରେ ପ୍ରବେଶ କରିବାକୁ ଆଉ ଇଚ୍ଛୁକ ନୁହେଁ।

ରଜନୀକାନ୍ତଙ୍କ ତରଫରୁ କୁହାଯାଇଛି ଯେ ଗଠିତ ସଂଗଠନ ବର୍ତ୍ତମାନ ରଜନୀ ରସିଗର ନରପାନି ମନ୍ଦରାମ ନାମରେ ଜନସାଧାରଣଙ୍କ ମଙ୍ଗଳ ପାଇଁ କାମ କରିବ। ପାର୍ଟି ଅଫିସରେ କର୍ମଚାରୀଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ରଜନୀକାନ୍ତ ତାଙ୍କ ପ୍ରଶଂସକଙ୍କ ସହ ଏକ ବୈଠକ ମଧ୍ୟ କରିଥିଲେ।

ଡିସେମ୍ବର ୨୦୨୦ ରେ ରଜନୀକାନ୍ତ ରାଜନୀତିରେ ପ୍ରବେଶ ନକରିବାକୁ ଘୋଷଣା କରିଥିଲେ। ତେବେ ଏହା ପରେ ସେ ଏହାର ପୁନର୍ବିଚାର କରିବାକୁ କହିଥିଲେ। ଏଭଳି ପରିସ୍ଥିତିରେ ସମସ୍ତ ପ୍ରକାର କଳ୍ପନାଜଳ୍ପନା କରାଯାଉଥିଲା। ଏବେ ରଜନୀ ସମସ୍ତ କଳ୍ପନା ଜଳ୍ପନା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ଭବିଷ୍ୟତରେ କଦାପି ରାଜନୀତିରେ ପ୍ରବେଶ କରିବେ ନାହିଁ ବୋଲି ରଜନୀକାନ୍ତ କହିଛନ୍ତି।

The post ଆଉ ରାଜନୀତି କରିବେନି ରଜନୀକାନ୍ତ appeared first on Odisha Reporter.



from Odisha Reporter https://ift.tt/3kcA84H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages