ଟୋକିଓ: ଚଳିତ ଅଲିମ୍ପିକ୍ସର ତୃତୀୟ ଦିବସରେ ଭାରତର ପ୍ରଦର୍ଶନ ସେତେଟା ପ୍ରଭାବୀ ରହିନାହିଁ। କିନ୍ତୁ ରୋଇଂରେ ଭାରତର ଅର୍ଜୁନ ଲାଲ୍ ଜାଟ୍ ଓ ଅରବିନ୍ଦ ସିଂ ଦେଶ ପାଇଁ ଆଶା ଉଜ୍ଜୀବିତ କରିଛନ୍ତି। ଦୁହେଁ ପୁରୁଷ ଲାଇଟୱେଟ୍ ଡବଲ୍ ସ୍କଲ୍ସ ରିପିଚେଜ୍ ରାଉଣ୍ଡରେ ତୃତୀୟ ସ୍ଥାନ ହାସଲ କରି ସେମିଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି।
ସି ଫରେଷ୍ଟ ୱାଟରୱେରେ ଆୟୋଜିତ ଏହି ଇଭେଣ୍ଟରେ ଅର୍ଜୁନ ଓ ଅରବିନ୍ଦଙ୍କ ଯୋଡ଼ି ୬:୬୧.୩୬ ସେକେଣ୍ଡରେ ଦୂରତାକୁ ପୂରଣ କରି ତୃତୀୟ ସ୍ଥାନରେ ରହିଛନ୍ତି। ଅର୍ଜୁନ ବୋୟର ଭୂମିକା ବହନ କରିଥିବା ବେଳେ ଅରବିନ୍ଦ ଷ୍ଟ୍ରୋକର ଭୂମିତା ତୁଲାଇଥିଲେ। ପ୍ରାରମ୍ଭିକ ୧୦୦୦ ମିଟର୍ ଯାଏ ଦୁହେଁ ଚତୁର୍ଥ ସ୍ଥାନରେ ଚାଲିଥିଲେ, କିନ୍ତୁ ଏହା ପରେ ସ୍ପୀଡ୍ ବଢ଼ାଇ ତୃତୀୟ ସ୍ଥାନ ହାସଲ କରିଥିଲେ। ଶନିବାର ଅରବିନ୍ଦ ସିଂହ ଓ ଅର୍ଜୁନ ଜାଟ୍ ହିଟ-୨ରେ ପଞ୍ଚମ ସ୍ଥାନରେ ରହି ରିପିଚେଜ୍ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିଥିଲେ।
ଏହି ଇଭେଣ୍ଟରେ ପୋଲାଣ୍ଡର ଜର୍ଜି କୋୱାଲସ୍କି ଓ ଆର୍ଟର୍ ମିକୋଲାକଜେସ୍କି ୬:୪୩.୪୪ ସେକେଣ୍ଡରେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ସ୍ପେନ୍ ଯୋଡ଼ି କାଟାନୋ ହୋର୍ଟା ପୋମ୍ବୋ ଓ ମାନେଲ୍ ବାଲାଷ୍ଟେଗୁଇ ୬:୪୫.୭୧ ସେକେଣ୍ଡରେ ଦ୍ୱିତୀୟ ସ୍ଥାନରେ ରହି ସେମିଫାଇନାଲକୁ କ୍ୱାଲିଫାଏ କରିଛନ୍ତି। ଜୁଲାଇ ୨୭ ତାରିଖରେ ସେମିଫାଇନାଲ୍ ଅନୁଷ୍ଠିତ ହେବ।
Indian rowers Arjun Lal Jat and Arvind Singh qualify for semifinals of men’s lightweight double sculls repechage at #TokyoOlympics. #TeamIndia #Cheers4India pic.twitter.com/SWR43SDGbj
— PIB India (@PIB_India) July 25, 2021
ଅର୍ଜୁନ ଓ ଅରବିନ୍ଦ ଟୋକିଓରେ ଆୟୋଜିତ ଏସିଆନ୍ କଣ୍ଟିନେଣ୍ଟାଲ୍ ଫାଇନାଲ୍ ରେସରେ ଦ୍ୱିତୀୟ ସ୍ଥାନରେ ରହି ଟୋକିଓ ଟିକେଟ୍ କାଟିଥିଲେ। ଦୁହେଁ ଭାରତର ଏକମାତ୍ର ରୋୱର ଯୋଡ଼ି ଭାବେ ଟୋକିଓରେ ପ୍ରତିନିଧିତ୍ୱ କରିବେ।
ସୂଚନାଯୋଗ୍ୟ, ରୋଇଂ ବା ନୌଚାଳନାର ଲାଇଟୱେଟ୍ ଡବଲ୍ ସ୍କଲ୍ସ ବର୍ଗରେ ଦୁଇ ଖେଳାଳିଙ୍କୁ ଗୋଟିଏ ନୌକା ଚଳାଇବାକୁ ପଡ଼ିଥାଏ ଏବଂ ଦୁଇଟି ପ୍ୟାଡଲର ବ୍ୟବହାର କରନ୍ତି। ଇଭେଣ୍ଟରେ ପ୍ରତି ପୁରୁଷ ପ୍ରତିଯୋଗୀଙ୍କର ସର୍ବାଧିକ ଓଜନ ୭୨.୫ କେଜି ହୋଇଥାଏ ଏବଂ ଆଜରେଭ୍ ଓଜନ ୭୦ କେଜି ହୋଇଥାଏ। ମହିଳା ବର୍ଗରେ ସର୍ବାଧିକ ଓଜନ ୫୯ କେଜି ଓ ଆଭରେଜ୍ ଓଜନ ୫୭ କେଜି ହୋଇଥାଏ।
The post ରୋଇଂରେ ଆଶା ସଞ୍ଚାର କଲେ ଅର୍ଜୁନ ଓ ଅରବିନ୍ଦ appeared first on Odisha Reporter.
from Odisha Reporter https://ift.tt/2V7Ta1F
No comments:
Post a Comment