ସୌମ୍ୟଙ୍କ ମୃତ୍ୟୁରେ ନୂଆ ଟ୍ୱିଷ୍ଟ୍‌: ସାମ୍ନାକୁ ଆସିଲା ବିଦ୍ୟାଙ୍କ ଖାତା, ଏଣ୍ଟ୍ରି କଲେ ଅକ୍ଷୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 25, 2021

ସୌମ୍ୟଙ୍କ ମୃତ୍ୟୁରେ ନୂଆ ଟ୍ୱିଷ୍ଟ୍‌: ସାମ୍ନାକୁ ଆସିଲା ବିଦ୍ୟାଙ୍କ ଖାତା, ଏଣ୍ଟ୍ରି କଲେ ଅକ୍ଷୟ

ସୋର (ଓଡ଼ିଶା ରିପୋର୍ଟର): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ୍। ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟି ନଥିବା ବେଳେ ଏଥିରେ ଯୋଡ଼ି ହୋଇଛି ଏକ ନୂଆ ନାଁ। ସୌମ୍ୟଙ୍କ ପରିବାର ଲୋକଙ୍କ ଦାବି ଅନୁସାରେ ସେମାନଙ୍କୁ ବୋହୂ ବିଦ୍ୟାଭାରତୀ ପଣ୍ଡାଙ୍କର ଏକ ଖାତା ମିଳିଥିବା ବେଳେ ସେଥିରେ ଲେଖା ହୋଇଛି ଏହି ନାଁ। ଏହି ଖାତାରେ ଗୋଟିଏ ସ୍ଥାନରେ କିଛି ଅଲଗା ଲେଖା ସହିତ ‘ଅକ୍ଷୟ’ ବୋଲି ଏକ ନାଁ ଲେଖାଯାଇଛି ଓ ତାକୁ କାଟି ଦିଆଯାଇଛି। ତେଣୁ ବିଦ୍ୟାଭାରତୀଙ୍କ ସହିତ ଏହି ଅକ୍ଷୟଙ୍କର ସଂପର୍କ ଥାଇପାରେ ବୋଲି ସୌମ୍ୟଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି।

ସୌମ୍ୟଙ୍କ ବଡ଼ ଭାଇ ରଞ୍ଜନ ମହାପାତ୍ର କହିଛନ୍ତି, ମୋ ବାପା, ମାମୁ ଓ ଭାଇ ପାରଳାଖେମୁଣ୍ଡି ଯାଇଥିବା ବେଳେ ତା’ (ସୌମ୍ୟଙ୍କ) ସରକାରୀ ବାସଭବନରୁ ଏହି ଖାତାକୁ ଆଣିଥିଲେ। ଏହି ଖାତାରେ ଯାହା ସବୁ ଲେଖାଯାଇଛି, ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସେମାନଙ୍କ (ସୌମ୍ୟ ଓ ବିଦ୍ୟାଭାରତୀ) ମଧ୍ୟରେ କ’ଣ ସଂପର୍କ ଥିଲା। ସେ କେତେ ମାତ୍ରରେ ମୋ ଭାଇକୁ ଭଲ ପାଉଥିଲା, ସବୁ କିଛି ଏହି ଖାତାରେ ଥିବା ଲେଖାରୁ ବୁଝାପଡ଼ୁଛି।

ସେ ଆହୁରି କହିଛନ୍ତି, ଅକ୍ଷୟ କିଏ କହିପାରିବିନି। କିନ୍ତୁ ସନ୍ଦେହ କରୁଛି ଯେ ତା’ ସହିତ ବିଦ୍ୟାଭାରତୀଙ୍କ ସଂପର୍କ ଥାଇପାରେ। କାରଣ ଆମେ ଶୁଣିଥିଲୁ ଯେ ବାହାଘର ପୂର୍ବରୁ ତାଙ୍କର ଆଉ କାହା ସହିତ ଆଫେୟାର ଥିଲା। ଯେହେତୁ ବାହାଘର ପରେ ତାଙ୍କର ମୋ ଭାଇ ସହିତ ସଂପର୍କ ନଥିଲା, ତେଣୁ ତା’ (ଅକ୍ଷୟ) ସହିତ ବି ଆଫେୟାର ଥିବ। ଏହି ଘଟଣାର ତଦନ୍ତ କଲେ ସତ କଥା ପଦାକୁ ଆସିବ।

ସୌମ୍ୟଙ୍କ ପରିବାରକୁ ମିଳିଥିବା ଖାତାର ଗୋଟିଏ ପୃଷ୍ଠା

ଅନ୍ୟପକ୍ଷରେ ଏହି ମାମଲାର ତଦନ୍ତ ପ୍ରକ୍ରିୟାରେ ସୌମ୍ୟଙ୍କ ବାପାମା’ ଅସନ୍ତୋଷ ପ୍ରକାଶ କରିଛନ୍ତି। ବୋହୂ ବିଦ୍ୟାଭାରତୀ ପଣ୍ଡାଙ୍କୁ ଏ ପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇ ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସେମାନେ କହିଛନ୍ତି ଯେ ଉକ୍ତ ଘଟଣା ବେଳେ ସୌମ୍ୟଙ୍କ ସହିତ କେବଳ ବିଦ୍ୟା ଥିଲେ। ତାଙ୍କୁ କାହିଁକି ଜେରା କରାଯାଉ ନାହିଁ। ତାଙ୍କୁ ଗିରଫ କରି ପଚରାଉଚରା କଲେ ସବୁ କଥା ପଦାକୁ ଆସିବ।

ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି ପୁଲିସ୍ ଘଟଣାର ତଦନ୍ତ କରୁଛି। ତଦନ୍ତକାରୀ ଟିମ୍ ଆଜି ବଲାଙ୍ଗିର ଯାଇଛି। ବାହାଘର ପରେ ବିଦ୍ୟାଭାରତୀ ପଣ୍ଡା ବଲାଙ୍ଗିରରେ ଏକ ବ୍ୟାଚଲର ପାର୍ଟିର ଆୟୋଜନ କରିଥିଲେ ବୋଲି ସୌମ୍ୟଙ୍କ ପରିବାର ଲୋକେ କହିଥିଲେ। ସେହି ପାର୍ଟିରେ ଯୋଗ ଦେବାକୁ ସୌମ୍ୟ ମଧ୍ୟ ଯାଇଥିଲେ। କିନ୍ତୁ ବିଦ୍ୟା ତାଙ୍କୁ ସେଠାରୁ ତଡ଼ି ଦେଇଥିବା ପରେ ଖରାପ ଫଟୋ ପଠାଇ ଟଙ୍କା ପାଇଁ ବ୍ଲାକମେଲିଂ କରିଥିଲେ ବୋଲି ଅଭିଯୋଗ ହୋଇଥିଲା।

The post ସୌମ୍ୟଙ୍କ ମୃତ୍ୟୁରେ ନୂଆ ଟ୍ୱିଷ୍ଟ୍‌: ସାମ୍ନାକୁ ଆସିଲା ବିଦ୍ୟାଙ୍କ ଖାତା, ଏଣ୍ଟ୍ରି କଲେ ଅକ୍ଷୟ appeared first on Odisha Reporter.



from Odisha Reporter https://ift.tt/3rA3r2E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages