ନୂଆଦିଲ୍ଲୀ: ଆପଣ ନ୍ୟୁୟର୍କ ଟାଇମ୍ସ ଭଳି ଖବରକାଗଜରେ ଚାକିରି ପାଇଁ ଇଚ୍ଛୁକ ରଖିଛନ୍ତି କି? ଆପଣ କେନ୍ଦ୍ରରେ ମୋଦି ସରକାର ଓ ହିନ୍ଦୁ ଧର୍ମ ବିରୋଧରେ ଲେଖିପାରିବାର ଦକ୍ଷତା ରଖିଛନ୍ତି କି? ଯଦି ହଁ ତାହେଲେ ଆବେଦନ କରିବାକୁ ଅନୁରୋଧ କରିଛି ନ୍ୟୁୟର୍କ ଟାଇମ୍ସ। ମିଡିଆ ସବୁବେଳେ ନିରପେକ୍ଷ ହୋଇ ମତ ରଖିବା ଦରକାର। ଲୋକଙ୍କ କଥାକୁ ଦେଖାଇବା ଦରକରା। ହେଲେ ବିଦେଶୀ ମିଡିଆ ନ୍ୟୁୟର୍କ ଟାଇମ୍ସ ନିଯୁକ୍ତି ନାଁରେ ଯେଉଁ ଦକ୍ଷତାର ମାପକାଠି ରଖିଛି ତାହା ଏବେ ସେହି ମିଡିଆର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି। ସୋଶାଲ ମିଡିଆରେ ନ୍ୟୁୟର୍କ ଟାଇମ୍ସର ଏହି ନିଯୁକ୍ତ ବିଜ୍ଞପ୍ତିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଗୁରୁବାର ନ୍ୟୁୟର୍କ ଟାଇମ୍ସ ତାର ଅଫିସିସିଆଲ୍ ଓ୍ୱେବସାଇଟ୍ ଏବଂ ଲିଙ୍କଡ ଇନରେ ଦିଲ୍ଲୀରେ ନିଯୁକ୍ତି ନାଁରେ ଏକ ବିଜ୍ଞପ୍ତି ବାହାରିଛି। ଜଣେ ନବାଗତ ମଧ୍ୟ ଏହି ଚାକିରି ପାଇଁ ଆବେଦନ କରିପାରିବ ବୋଲି ଉଲ୍ଲେଖ ରହିଛି। ହେଲେ ଦକ୍ଷତାର ମାପକାଠି ରହିଛି ହିନ୍ଦୁ ବିରୋଧୀ ଏବଂ ମୋଦି ବିରୋଧୀ।
ନ୍ୟୁୟର୍କ ଟାଇମ୍ସ ଉଲ୍ଲେଖ କରିଛି ଯେ ଆବେଦନକାରୀ ନୂଆଦିଲ୍ଲୀରେ ଚାକିରି କରିବେ। ସେ ଆଣ୍ଟ ମୋଦି ଓ ହିନ୍ଦୁ ନ୍ୟୁଜ ତିଆରି କରିପାରିବା ଦରକାର। ଯେମିତିକି ହିନ୍ଦୁ ଧର୍ମ ଏବଂ ମୋଦିଙ୍କ ଉପରେ ଅନେକ ପ୍ରଶ୍ନ ଉଠିପାରିବ ବୋଲି ସଂପୃକ୍ତ ଆମେରିକାନ ମିଡିଆ ଲେଖିଛି।
The @nytimes has dropped all pretences of impartiality with this job ad for a South Asia Correspondent. They are clearly looking to hire an anti-Modi activist who can also stoke anti-India sentiments in our neighbourhood. With this, the paper qualifies as a foreign-funded NGO. pic.twitter.com/hw3QIRqjzn
— Kanchan Gupta (@KanchanGupta) July 2, 2021
ଏହାକୁ ନେଇ ଟ୍ୱିଟ୍ କରିଛନ୍ତି କେନ୍ଦ୍ର ସରକାରଙ୍କ ପରାମର୍ଶଦାତା କାଞ୍ଚନ ଗୁପ୍ତା। ନ୍ୟୁୟର୍କ ଟାଇମ୍ସର ଏପରି ନିଯୁକ୍ତି ବିଜ୍ଞାପନକୁ ସେ କଡ଼ା ବିରୋଧ କରିଛନ୍ତି।
ସୂଚନାଯୋଗ୍ୟ, ନିକଟରେ କୋଭିଡ ସଂକ୍ରମଣ ଏବଂ ମୃତ୍ୟୁକୁ ନେଇ ଏହି ଅନ୍ତର୍ଜାତୀୟ ମିଡିଆ ଭାରତ ବାବଦରେ ଅନେକ ଖବର ପ୍ରକାଶିତ କରିଥିଲା। ଯାହାକୁ ବିରୋଧୀ କଂଗ୍ରେସ ଆଧାର କରି କେନ୍ଦ୍ର ସରକାରଙ୍କ ଜବାବ ଦାବି କରିଥିଲା। ହେଲେ ସରକାର ଏହି ନ୍ୟୁୟର୍କ ଟାଇମ୍ସର କୋଭିଡ ସଂକ୍ରାନ୍ତୀୟ ରିପୋର୍ଟରେ କୌଣସି ସତ୍ୟତା ନାହିଁ ବୋଲି କହିଥିଲେ। ଏବେ ନିଯୁକ୍ତି ନାଁରେ ନ୍ୟୁୟର୍କ ଟାଇମ୍ସ ଯେଉଁ ଦକ୍ଷତାର ମାପକାଠି ପ୍ରକାଶ କରିଛି ତାହା ନ୍ୟୁୟର୍କ ଟାଇମ୍ସର ଅସଲ ଉଦ୍ଦେଶ୍ୟକୁ ପଦାରେ ପକାଇଛି।
The post ‘ମୋଦି ଓ ହିନ୍ଦୁ ବିରୋଧରେ ଦକ୍ଷତା ଥିଲେ ଚାକିରି ପାଇଁ ଆବେଦନ କରନ୍ତୁ’ appeared first on Odisha Reporter.
from Odisha Reporter https://ift.tt/3dG28tB
No comments:
Post a Comment