ବିଗ୍ ବି’ଙ୍କ ବଙ୍ଗଳାରେ ବୁଲିବ ବୁଲଡୋଜର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 4, 2021

ବିଗ୍ ବି’ଙ୍କ ବଙ୍ଗଳାରେ ବୁଲିବ ବୁଲଡୋଜର!

ମୁମ୍ବାଇ: ବିଗ୍ ବିଙ୍କ ଘରେ ବୁଲିବ ବୁଲଡୋଜର । ବିଏମ୍‌ସି ଭାଙ୍ଗିବ ଅମିତାଭ ବଚ୍ଚନଙ୍କ ଘର । ଆଉ ଏହି ବଙ୍ଗଳା ହେଉଛି ବଲିଉଡର ମହାନାୟକ ଅମିତାଭଙ୍କ ମୁମ୍ବାଇର ପ୍ରଥମ ଘର ‘ପ୍ରତିକ୍ଷା’ । ମିଳିଥିଲା ସୂଚନା ଅନୁସାରେ ଅମିତାଭଙ୍କ ଜୁହୁ ସ୍ଥିତ ବଙ୍ଗଳାର ୮ରୁ ୯ ଫୁଟ୍ ଯାଏ ଭାଙ୍ଗିପାରେ ବିଏମ୍‌ସି ।

ଅମିତାଭଙ୍କ ଜୁହୁ ସ୍ଥିତ ବଙ୍ଗଳାର କାନ୍ଥ ଭାଙ୍ଗିବା ପାଇଁ ପ୍ରସ୍ତୁତି ଚଳାଇଛି ମୁମ୍ବାଇ ମହାନଗରପାଳିକା । ଏହି ପାଚେରୀ ଭାଙ୍ଗିବା ପାଇଁ ୨୦୧୭ରେ ବିଗ୍ ବି’ଙ୍କୁ ନୋଟିସ କରାଯାଇଥିଲା । ତେବେ ୪ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏହି ନୋଟିସର ଜବାବ ଏଯାଏଁ ବିଗ୍ ବି’ ପକ୍ଷରୁ ମିଳିନାହିଁ । ଏନେଇ ଏବେ ବିଏମ୍‌ସି ଆକ୍ସନ ମୋଡକୁ ଆସିଛି ।

ସେପଟେ ଏବେ ଏହି ପ୍ରସଙ୍ଗକୁ ନେଇ ଓ୍ବାର୍ଡ ନମ୍ବର  ୯୦ର କର୍ପୋରେଟର ତୁଲିପ ମିରାଣ୍ଡା ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ‘ବିଏମସି ୨୦୧୭ରେ ଅମିତାଭ ବଚ୍ଚନଙ୍କୁ ରାସ୍ତା ପ୍ରଶସ୍ତିକରଣ ନେଇ ନୋଟିସ୍‌ ଦେଇଥିଲା। କିନ୍ତୁ କୌଣସି ପ୍ରତିକ୍ରିୟ ମିଳିନଥିଲା। ଯଦି ନୋଟିସ୍‌ ଜାରି ହୋଇଥିଲା ତେବେ ବିଏମସି ତାଙ୍କ ପାଖରୁ ଜାଗା କାହିଁକି ନେଲା ନାହିଁ ? ବିଏମସି ନୋଟିସ୍‌ ଦେବା ପରେ ପୁଣି ଥରେ ଅପିଲ୍‌ କରିବାର ଆବଶ୍ୟକତା ନାହିଁ।’ ଏହା ସହ ବିଏମସି ଜାଣିଶୁଣି ଅମିତାଭଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ବିଳମ୍ବ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।

ମିଡିଆ ରିପୋର୍ଟ ଅନୁସାରେ ୨୦୧୭​‌​‌ରେ ବିଏମସି ନୋଟିସ୍‌ କରିବା ସହ କିଛି ଲୋକଙ୍କ ପାଖରୁ ଜମି ଅଧିଗ୍ରହଣ ମଧ୍ୟ କରିଥିଲା। ଏହା ବ୍ୟତୀତ ୨୦୧୯ରେ ‘ପ୍ରତିକ୍ଷା’ର ବିଲକୁଲ୍‌ ପାଖାପାଖି ରହୁଥିବା ଅଭିନେତାଙ୍କ ପଡ଼ୋଶୀ କେ.ଭି. ସତ୍ୟମୂର୍ତ୍ତିଙ୍କ ବଙ୍ଗଳା ଭଙ୍ଗାଯାଇଥିଲା। କିନ୍ତୁ ସୁପରଷ୍ଟାରଙ୍କ ବଙ୍ଗଳା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା।

କର୍ପୋରେଟର ଏନେଇ ପ୍ରଶ୍ନ ଉଠାଇବା ପରେ ବିଏମସି ଜବାବ ରଖିଛି। ବିଏମସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଖୁବଶୀଘ୍ର ‘ପ୍ରତିକ୍ଷା’ ପ୍ଲଟ୍‌ ଅଧିଗ୍ରହଣ ହେବ। ଏନେଇ ଜମି ମାପ କରିବାକୁ ସିଟି ସର୍ଭେ କାର୍ଯ୍ୟାଳୟକୁ କୁହାଯାଇଛି ।

The post ବିଗ୍ ବି’ଙ୍କ ବଙ୍ଗଳାରେ ବୁଲିବ ବୁଲଡୋଜର! appeared first on Odisha Reporter.



from Odisha Reporter https://ift.tt/3qJgWwP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages