ମୁଖ୍ୟମନ୍ତ୍ରୀ ଭାବରେ ୟେଦ୍ୟୁରପ୍ପାଙ୍କର ଆଜି ଅନ୍ତିମ ଦିନ କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 25, 2021

ମୁଖ୍ୟମନ୍ତ୍ରୀ ଭାବରେ ୟେଦ୍ୟୁରପ୍ପାଙ୍କର ଆଜି ଅନ୍ତିମ ଦିନ କି?

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ କାର୍ଯ୍ୟକାଳକୁ ଦୁଇ ବର୍ଷ ପୂରଣ ହୋଇଛି। ଏହାରି ଭିତରେ କର୍ଣ୍ଣାଟକର ମନ୍ତ୍ରୀ ମୁରୁଗେଶ ନିରାନୀ ରବିବାର ଦିଲ୍ଲୀରେ ପହଞ୍ଚିଛନ୍ତି। ସେ ବିଜେପିର ଶୀର୍ଷ ନେତାଙ୍କୁ ଭେଟିଥିବା ସୂଚନା ରହିଛି। ତେଣେ ମିଡିଆ ରିପୋର୍ଟ ଅନୁଯାୟୀ ୭୮ ବର୍ଷୀୟ ଏହି ଲିଙ୍ଗାୟତ ନେତା ମୁଖ୍ୟମନ୍ତ୍ରୀ ପଦରେ ରହିବେ କି ନାହିଁ ବିଜେପି ଆଜି ଘୋଷଣା କରିପାରେ। ଦଳର ଶୀର୍ଷ ନେତା ଏବେ ୟେଦ୍ୟୁରପ୍ପାଙ୍କ ଉତ୍ତରାଧିକାରୀ ଭାବରେ ୭-୮ ନେତାଙ୍କ ନାମକୁ ନେଇ ବିଚାର ବିମର୍ଶ କରୁଥିବା ସୂଚନା ରହିଛି। ଯିଏକି ଯୁବ ବର୍ଗର ହୋଇଥିବେ ଏବଂ ଭାବମୂର୍ତ୍ତି ଭଲ ରହିଥିବ। କାରଣ ୟେଦ୍ୟୁରପ୍ପାଙ୍କ ନାମରେ ଥିବା ଦୁର୍ନୀତି ଅଭିଯୋଗ ବିଜେପିକୁ ରାଜ୍ୟରେ ସେତେଟା ଲାଭ ଦେଇ ନାହିଁ।

ଲିଙ୍ଗାୟତ ବର୍ଗର ଏହି ନେତା ମୁଖ୍ୟମନ୍ତ୍ରୀ ପଦରୁ ଯିବା ଏକ ପ୍ରକର ଥୟ ବୋଲି କୁହାଯାଉଛି। ହେଲେ ଲିଙ୍ଗାୟତ ବର୍ଗର ବ୍ୟକ୍ତି ବିଜେପିର ଏପରି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ଥିବା ଜଣାପଡ଼ିଛି। ତେଣୁ ବିଜେପି ୟେଦ୍ୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇଲେ ମଧ୍ୟ ଆଗାମୀ ଦିନରେ ଦଳର ନେତୃତ୍ୱ ସହିତ ତାଙ୍କ ଦୁଇ ପୁଅଙ୍କୁ ଉଚିତ ସ୍ଥାନରେ ରଖି ଲିଙ୍ଗାୟତ ବର୍ଗ ଏବଂ ୟେଦ୍ୟୁରପ୍ପାଙ୍କ ସମର୍ଥକକୁ ଖୁସି କରାଇବାକୁ ଚିନ୍ତା କରିଛି।

ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ବିଜେପି ସଭାପତି ଜେ.ପି ନଡ୍ଡା ରାଜନୀତିକ ସଙ୍କଟକୁ ଏଡ଼ାଇ କହିଛନ୍ତି ବି.ଏସ୍ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବରେ ଭଲ କାମ କରିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ୟେଦ୍ୟୁରପ୍ପା ବିଜେପି ହାଇକମାଣ୍ଡଙ୍କଠାରୁ ସେ ପଦବୀରେ ରହିବେ କି ନିର୍ଦ୍ଦେଶ ପାଇବେ ବୋଲି ଜଣାପଡ଼ିଛି।

ଏହାପୂର୍ବରୁ ୟେଦ୍ୟୁରପ୍ପା କହିଛନ୍ତି ସେ ଦଳର କେନ୍ଦ୍ରୀୟ ନେତୃତ୍ୱର ନିଷ୍ପତ୍ତିକୁ ପାଳନ କରିବେ। ଯଦି ଦଳ ଆଉ କାହାକୁ ତାଙ୍କର ଉତ୍ତରାଧିକାରୀ ଭାବରେ ଘୋଷଣା କରିବ ତାହେଲେ ସେ ଆଗାମୀ ୧୦-୧୫ ବର୍ଷ ଦଳକୁ ଆହୁରି ମଜବୁତ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି। ଦଳ ଯାହା ନିଷ୍ପତ୍ତି ନେବ ସେଥିରେ ସେ ସନ୍ତୁଷ୍ଟ ହେବେ ଏବଂ ଅନୁଶାସନ ସୀମା ଅତିକ୍ରମ କରିବେ ନାହିଁ ବୋଲି ୟେଦ୍ୟୁରପ୍ପା ନିକଟରେ କହିଥିଲେ।

ସେ କହିଛନ୍ତି, “ମୁଁ ଦଳର ଅଧିକାଂଶ ପଦବୀ ପାଇଛି, ଯାହା ବୋଧହୁଏ କର୍ଣ୍ଣାଟକର ଅନ୍ୟ କେହି ନେତା ପାଇ ନାହାଁନ୍ତି। ଯେଉଁଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହା ଏବଂ ଜେପି ନଡ୍ଡାଙ୍କୁ କୃତଜ୍ଞତା ଜଣାଉଛି।

The post ମୁଖ୍ୟମନ୍ତ୍ରୀ ଭାବରେ ୟେଦ୍ୟୁରପ୍ପାଙ୍କର ଆଜି ଅନ୍ତିମ ଦିନ କି? appeared first on Odisha Reporter.



from Odisha Reporter https://ift.tt/3eY0nsb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages