ଆଜିଠୁ ଖୋଲିବ ସ୍କୁଲ, ଅଭିଭାବକଙ୍କ ଅନୁମତି ଜରୁରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 25, 2021

ଆଜିଠୁ ଖୋଲିବ ସ୍କୁଲ, ଅଭିଭାବକଙ୍କ ଅନୁମତି ଜରୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର ଦ୍ୱିତୀୟ ଲହର ଭିତରେ ଆଜିଠୁ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ଖୋଲୁଛି ସ୍କୁଲ୍ । ଏଥିଲାଗି ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । କୋରାପୁଟ୍‌ରୁ  କଟକ, ରାଜଧାନୀରୁ ରାଉରକେଲା ସବୁଠି ସ୍କୁଲ୍ କ୍ୟାମ୍ପସ୍‌କୁ ବିଶୋଧନ କରାଯାଇଛି। ଆଇସୋଲେସନ୍ ରୁମ୍ ସହ ପିଲାଙ୍କ ପାଇଁ ହ୍ୟାଣ୍ଡ ସାନିଟାଇଜର ଓ ହ୍ୟାଣ୍ଡ ଓ୍ୱାସ୍ ମହଜୁଦ ରଖାଯାଇଛି । ସାମାଜିକ ଦୂରତା ରଖି ସିଟିଂ ଆରେଞ୍ଜମେଣ୍ଟ ହୋଇଛି ।

ଗାଇଡଲାଇନ୍‌ ଅନୁଯାୟୀ ସକାଳ ୧୦ଟାରୁ ଦିନ ସାଢେ ଗୋଟାଏ ଯାଏ କ୍ଲାସ ଚାଲିବ  । ସ୍କୁଲ୍‌କୁ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ କରି ପିଲାଙ୍କୁ ଛ଼ଡାଯିବ । ଲକ୍ଷଣ ଦେଖାଲେ ତୁରନ୍ତ ପିଲାଙ୍କୁ ଆଇସୋଲେସନ୍ ରୁମ୍‌କୁ ସ୍ଥାନାନ୍ତର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସୂଚିତ କରିବାକୁ ନିର୍ଦ୍ଦେଶ ରହିଛି।

କରୋନା ଯୋଗୁ ଛୋଟ ପିଲା ବେଶି ପ୍ରଭାବିତ ହେବା  ଆଶଙ୍କା ନ ଥିବା କିଛି ଦିନ ପୂର୍ବ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିବା ସହ ସ୍କୁଲ ଖୋଲିବାକୁ ପରାମର୍ଶ ଦେଇଥିଲେ। ଏହାପରେ ତତ୍ପରତା ଦେଖାଇ ରାଜ୍ୟ ସରକାର ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଘୋଷଣା କରିଥିଲେ।

ହେଲେ ଛାତ୍ରଛାତ୍ରୀମାନେ ଅଭିଭାବକଙ୍କର ସହମତି ନେଇ ସ୍କୁଲ୍‌ ଆସିବେ । ଯେଉଁମାନେ ନ ଆସିବେ, ସେମାନଙ୍କ ପାଇଁ ଅନଲାଇନ୍ ବ୍ୟବସ୍ଥା ଜାରି ରହିବ । SOP ଅନୁସାରେ ସ୍କୁଲ ଓ ହଷ୍ଟେଲ୍ ଖୋଲିବ । ତେବେ SOP ପାଳନର ତଦାରଖ କରିବାକୁ ନୋଡାଲ୍ ଅଧିକାରୀମାନେ ଜିଲ୍ଲା ଗସ୍ତରେ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଅନ୍‌ଲାଇନ୍‌ ଶିକ୍ଷାରୁ ବଞ୍ଚିତ ପଛୁଆ ଅଞ୍ଚଳର ପିଲା ସ୍କୁଲ ଖୋଲିବାକୁ ନେଇ ସବୁଠୁ ଅଧିକ ଉତ୍ସାହିତ ଥିବା ଜଣାଯାଇଛି।

The post ଆଜିଠୁ ଖୋଲିବ ସ୍କୁଲ, ଅଭିଭାବକଙ୍କ ଅନୁମତି ଜରୁରୀ appeared first on Odisha Reporter.



from Odisha Reporter https://ift.tt/2W9v0Er

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages