୬୩ କରୋନା ମୃତକଙ୍କ ସୂଚନା ଦେଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 11, 2021

୬୩ କରୋନା ମୃତକଙ୍କ ସୂଚନା ଦେଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୬୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏଥିସହ ରାଜ୍ୟରେ କରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୪,୬୬୨କୁ ବୃଦ୍ଧି ପାଇଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାବାଦ ବରଗଡ଼ରୁ ୭ , ମୟୂରଭଞ୍ଜରୁ ୬ , ଗଞ୍ଜାମ ଓ ପୁରୀରୁ ୫ ଲେଖାଏ , ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ୪ ଲେଖା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାବାଦ ବୌଦ୍ଧ, ଯାଜପୁର, ନୟାଗଡ଼ରୁ ୩ ଲେଖାଏ ,  ବାଲେଶ୍ୱର, ଜଗତସିଂହପୁରରୁ  ୨  ଲେଖାଏ ପଜିଟିଭ ଆଖି ବୁଜିଛନ୍ତି। ଏହାବାଦ ଅନୁଗୁଳ, ବଲାଙ୍ଗିର,ଗଜପତି, କନ୍ଧମାଳ, କେନ୍ଦ୍ରାପଡ଼ାରୁ ଜଣେ ଲେଖା ଆଖି ବୁଜିଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୬୯ରେ ପହଞ୍ଚିଥିବା ବେଳେ  ଅନୁଗୁଳରେ ୧୯୩,  ବାଲେଶ୍ୱରରେ ୧୩୭, ବରଗଡ଼ରେ ୧୯୮,  ବଲାଙ୍ଗିରରେ  ୮୪, ବୌଦ୍ଧରେ ୮୯,  ଢେଙ୍କାନାଳରେ ୯୮ରେ ପହଞ୍ଚିଛି ଏହି ସଂଖ୍ୟା।

ସେହିପରି ଗଜପତିରେ  ୭୩,  ଗଞ୍ଜାମରେ  ୩୮୪,  ଜଗତସିଂହପୁରରେ  ୮୩, ଯାଜପୁରରେ ୫୩,  କନ୍ଧମାଳରେ ୫୪, କେନ୍ଦ୍ରାପଡ଼ାରେ  ୧୦୪, ମୟୂରଭଞ୍ଜରେ ୧୬୧,  ନୟାଗଡ଼ରେ ୧୩୧ ଓ  ପୁରୀରେ ୨୮୪ରେ ପହଞ୍ଚିଛି ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା।

The post ୬୩ କରୋନା ମୃତକଙ୍କ ସୂଚନା ଦେଲେ ସରକାର appeared first on Odisha Reporter.



from Odisha Reporter https://ift.tt/2UGbuP6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages