କାନବେରା: କୋଭିଡ ସଂକ୍ରମଣକୁ ରୋକିବାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପଦକ୍ଷେପକୁ ବିଦେଶରେ ପ୍ରଶଂସା। ୨୪ କୋଟି ଜନସଂଖ୍ୟା ବିଶିଷ୍ଟ ୟୁପିର କୋଭିଡ ପରିଚାଳନାରେ ଶତମୁଖ ହେଲା ଅଷ୍ଟ୍ରେଲିଆ। ଅଢ଼େଇ କୋଟି ଜନସଂଖ୍ୟାକୁ ନିୟନ୍ତ୍ରଣ କରିବାରେ ଅଷ୍ଟ୍ରେଲିଆ ସରକାର ବିଫଳ ବୋଲି କହିଲେ ସେଠିକାର ସାଂସଦ। ଟ୍ୱିଟ୍ କରି କହିଲେ ଭାରତର ଯୋଗୀ ଆଦିତ୍ୟନାଥ ତାଙ୍କ ଦେଶର କୋଭିଡ ପରିଚାଳନାର ଦାୟିତ୍ୱ ନେବା ଦରକାର।
ଅଷ୍ଟ୍ରେଲିଆର ସାଂସଦ କ୍ରାଇଗ କେଲି ଟ୍ୱିଟ୍ କରି ଯୋଗୀଙ୍କ କୋଭିଡ ପରିଚାଳନାକୁ ପ୍ରଶଂସା କରିଛନ୍ତି। କୋଭିଡର ଦ୍ୱିତୀୟ ଲହରକୁ ରୋକିବା ପାଇଁ ଯୋଗୀଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି ସେ କହିଛନ୍ତି। ୟୁପି ସରକାର କୋଭିଡ ପରିଚାଳନା ପାଇଁ Ivermectin ଟାବଲେଟକୁ ବ୍ୟବହାର କରିଛନ୍ତି। ଯଦିଓ ଏହି ଔଷଧକୁ ୟୁକେ ସମେତ ଅନେକ ଦେଶ ବ୍ୟବହାର କରିବେନି ବୋଲି ନିଷ୍ପତ୍ତି ନେଇଛି। ତେବେ ରାଜ୍ୟରେ କୋଭିଡ୍ ସଂକ୍ରମଣକୁ କମାଇବାରେ ଯୋଗୀ ସଫଳ ହୋଇଥିବାରୁ ଏକ ପ୍ରତୀକାତ୍ମକ ଭାବରେ କ୍ରାଇଗ କହିଛନ୍ତି ଯୋଗୀ ଅଷ୍ଟ୍ରେଲିଆର କୋଭିଡ୍ ପରିଚାଳନାର ଦାୟିତ୍ୱ ନେବା ଦରକାର।
The Indian State of Uttar Pradesh is crushing covid – but the world’s media and W.H.O refuse to tell the truth of how they are doing it. https://t.co/5UFZBDZ6xn
— Craig Kelly MP (@CraigKellyMP) May 21, 2021
କୋଭିଡର ଦ୍ୱିତୀୟ ଲହର ଯେତେବେଳେ ପିକରେ ଥିଲା ସେତେବେଳେ ୨୪ କୋଟି ଜନବସତି ବିଶିଷ୍ଟ ୟୁପିରେ Ivermectin ଔଷଧକୁ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଇଥିଲେ ସରକାର। ଏହାପରେ ରାଜ୍ୟରେ କୋଭିଡ ସଂକ୍ରମଣ କମିବାରେ ଲାଗିଥିଲା। ୟୁପି ପ୍ରଥମେ ରାଜ୍ୟ ଭାବରେ ଏହି ଔଷଧ ବ୍ୟବହାର କରିଥିଲା।
Indian state of Uttar Pradesh
Pop : 230 million
Smashed ‘scary’ Delta variant with Ivermectin
Today's new daily cases : 182UK
Pop : 67 million
Rejected Ivermectin, worshipped the
Today’s new daily cases : 20,479Thanks to the data man @jjchamie pic.twitter.com/j9hE2X2fPl
— Craig Kelly MP (@CraigKellyMP) June 30, 2021
କୋଭିଡ ରୋଗୀ, ସ୍ୱାସ୍ଥ୍ୟ କର୍ମୀଙ୍କୁ ଖାଇବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ Ivermectinକୁ ପ୍ରତିଷେଧକ ଭାବରେ ଖାଇବା ପାଇଁ କହିଥିଲା। ଏହାପରେ କୋଭିଡର ପ୍ରଥମ ଲହର ଏବଂ ଦ୍ୱିତୀୟ ଲହରକୁ ରୋକିବାରେ ଉତ୍ତରପ୍ରଦେଶ ଏକ ପ୍ରକାର ସଫଳ ହୋଇଛି। ଏବେ ମୋଟ୍ ୨୪କୋଟି ଜନବସିତ ବିଶିଷ୍ଟ ୟୁପିରେ ଦୈନିକ ସଂକ୍ରମିତ ସଂଖ୍ୟା ୨୦୦ ପାଖାପାଖି ରହିଛି। ହେଲେ ୨.୫ କୋଟି ଜନସଂଖ୍ୟା ବିଶିଷ୍ଟ ଅଷ୍ଟ୍ରେଲିଆରେ ଏବେ ୩୧ ହଜାରରୁ ଅଧିକ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୫୮୯ ଜଣ ଚିକିତ୍ସାଧୀନ ରହିଛନ୍ତି। ଜୁଲାଇ ୧୦ ସୁଦ୍ଧା ୯୧୦ ଜଣ ପ୍ରାଣ ହରାଇଥିବା କହିଛନ୍ତି ଅଷ୍ଟ୍ରେଲିଆର ସାଂସଦ କ୍ରାଇଗ।
The post କୋଭିଡ ପରିଚାଳନା ପାଇଁ ଯୋଗୀଙ୍କୁ ଚାହୁଁଛି ଅଷ୍ଟ୍ରେଲିଆ ! appeared first on Odisha Reporter.
from Odisha Reporter https://ift.tt/3hA6S6q
No comments:
Post a Comment