ଐତିହାସିକ ପଦକ୍ଷେପ: ହାଇକୋର୍ଟରେ ମାମଲା ଶୁଣାଣିର ହେବ ସିଧା ପ୍ରସାରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 29, 2021

ଐତିହାସିକ ପଦକ୍ଷେପ: ହାଇକୋର୍ଟରେ ମାମଲା ଶୁଣାଣିର ହେବ ସିଧା ପ୍ରସାରଣ

କଟକ(ଓଡ଼ିଶା ରିପୋର୍ଟର): ଏଣିକି ହାଇକୋର୍ଟରେ ଶୁଣାଣି ହେଉଥିବା ମାମଲାର ସିଧା ପ୍ରସାରଣ  କରାଯିବ । ଏ ନେଇ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାଦ୍ୱାରା ଓଡିଶା ବିଚାର ବିଭାଗ କ୍ଷେତ୍ରରେ  ଏକ ନୂଆ ଯୁଗାନ୍ତକାରୀ ଓ ଐତିହାସିକ ପଦକ୍ଷେପ ଯୋଡି ହୋଇଛି ।

ହାଇକୋର୍ଟ ଅଫ ଓଡିଶା ଲାଇଭ ଷ୍ଟ୍ରିମିଂ ଅଫ କୋର୍ଟ ପ୍ରୋସେଡିଂ ରୁଲ୍‌-୨୦୨୧ ପ୍ରଣୟନ କରାଯାଇ ନୂଆ ବିଜ୍ଞପ୍ତି ଜାରି କରାଯାଇଛି । କେଉଁ ସବୁ ମାମଲାର ଲାଇଭ ଟେଲିକାଷ୍ଟ ବା ସିଧା ପ୍ରସାରଣ କରାଯିବ ଓ କେଉଁ ମାମଲା କରାଯିବ ନାହିଁ  ସ୍ୱତନ୍ତ୍ର ନିୟାମାବଳୀରେ ସେ ସମ୍ପର୍କୀତ ସବିଶେଷ ବିବରଣୀ ଉଲ୍ଲେଖ ରହିଛି ।

ଲାଇଭ ଟେଲିକାଷ୍ଟରେ ହାଇକୋର୍ଟର ବିଭିନ୍ନ ପ୍ରୋସିଡିଂ ଅର୍ଥାତ ବିଚାର ବିଭାଗୀୟ ପ୍ରୋସିଡିଂ, ପ୍ରଶାସନିକ ପ୍ରୋସିଡିଂ, ଲୋକ ଅଦାଲତ, ଫୁଲ୍‌ କୋର୍ଟ ରେଫରେନ୍ସ ଓ ବିଦାୟକାଳୀନ ସମ୍ବର୍ଦ୍ଧନା ଏବଂ କୋର୍ଟଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ବୈଠକର ପ୍ରସାରଣ ପ୍ଲବିକ ଲାଇଭ ଷ୍ଟ୍ରିମିଂ ପ୍ଲାଟଫର୍ମରେ କରାଯିବ । ପ୍ରସାରଣ ସମୟରେ ଅଡିଓ ଏବଂ ଭିଡଓ ରହିବ । ଲାଇଭ ଟେଲିକାଷ୍ଟ ପାଇଁ ସ୍ୱତନ୍ତ୍ର ଲିଙ୍କ ହାଇକୋର୍ଟର ୱେବସାଇଟ କିମ୍ବା କେସ୍‌ ତାଲିକାରେ ଉଲ୍ଲେଖ ରଖାଯିବ ।

ତେବେ ବୈବାହିକ ମାମଲା, ଜୁଭେନାଇଲ ଜଷ୍ଟିସ ଆଇନ ମଧ୍ୟରେ ଆସୁଥିବା ଶିଶୁ ଯୌନ ନିର୍ଯାତନା, ବଳାତ୍କାର ମାମଲା, ମହିଳା  ନିର୍ଯାତନା  ମାମଲା, ହେବିଅସ୍ କର୍ପସ ମାମଲା ଭଳି ମାମଲାରେ ଯେଉଁଠି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ସେ ସବୁର ଶୁଣାଣିର ଲାଇଭ ଟେଲିକାଷ୍ଟ ଉପରେ କଟକଣା ରହିବ ।

ଏହାଛଡା ଶୁଣାଣି ସମୟରେ ଖଣ୍ଡପୀଠରେ ଥିବା ମୁଖ୍ୟ ବିଚାରପତି କିମ୍ବା ଅନ୍ୟ ବିଚାରପତି ଲାଇଭ ପାଇଁ ଅନିଚ୍ଛା ପ୍ରକାଶ କଲେ ଲାଇଭ ଷ୍ଟ୍ରିମିଂ ବନ୍ଦ କରାଯାଇପାରିବ । ହେଲେ କଣ ପାଇଁ ମାମଲାର ଲାଇଭ ଷ୍ଟ୍ରିମିଂ କରାଗଲା ନାହିଁ,କେଉଁ ମାମଲା, କେଉଁ ଦିନ,  ତାରିଖ  ଓ ସମୟ ଆଦି ସମ୍ପର୍କରେ ଉଲ୍ଲେଖ କରାଯିବ । ଏହି ସବୁ ତଥ୍ୟ ସମ୍ପର୍କରେ କୋର୍ଟ ମାଷ୍ଟର ସବିଶେଷ ବିବରଣୀ ଉଲ୍ଲେଖ କରିବେ ।

ତେବେ କୌଣସି ବ୍ୟକ୍ତି କୋର୍ଟର ପ୍ରୋସିଡିଂ ଲାଇଭକୁ ଅଧିକାର ଭାବେ ଦାବି କରିପାରିବେ ନାହିଁ ।  ଏପିରିକି ଲାଇଭ ସମୟରେ କମେଣ୍ଟ କିମ୍ବା ଚାଟିଂ ଅନୁମତି ଦିଆଯିବ ନାହିଁ । ସିଧାପ୍ରସାରଣ ସମୟରେ କୌଣସି କପି କାହାରିକୁ ଦିଆଯାଇପାରିବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରିଛନ୍ତି ହାଇକୋର୍ଟ ।

The post ଐତିହାସିକ ପଦକ୍ଷେପ: ହାଇକୋର୍ଟରେ ମାମଲା ଶୁଣାଣିର ହେବ ସିଧା ପ୍ରସାରଣ appeared first on Odisha Reporter.



from Odisha Reporter https://ift.tt/3i9b8tC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages