ମୁମ୍ବାଇ: ଅନୁଷ୍କାଙ୍କ ଆଖିକୁ ନିଦ ନାହିଁ । ତାଙ୍କ ନିଦ ହଜି ଯାଇଛି । ଆଉ ଏହି ନିଦ ହଜାଇଛି ଇଣ୍ଟରନେଟ୍ ସେନ୍ସେସନ୍ ପାଲଟିଥିବା ଭାଇରାଲ ଗୀତ ‘ବଚପନ୍ କା ପ୍ୟାର୍’।
‘ବଚ୍ପନ୍ କା ପ୍ୟାର୍’ ଗୀତ ପାଇଁ ଭାଇରାଲ ହୋଇଥିବା ସହଦେବ ଡିର୍ଡୋ କୁଆଡେ ଅନୁଷ୍କାଙ୍କ ନିଦ ଚୋରାଇ ନେଇଛନ୍ତି। ଏନେଇ ସେ ନିଜେ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେଆର କରି ସୂଚନା ଦେଇଛନ୍ତି।
ଅନୁଷ୍କା ନିଜ ଇନ୍ଷ୍ଟାଗ୍ରାମ ଭାଇରାଲ ବୟ ସହଦେବଙ୍କ ବିଷୟରେ ଏକ ମଜାଳିଆ ମିମ୍ ଶେଆର କରିଛନ୍ତି। ଏଥିରେ ଜଣେ ବ୍ୟକ୍ତି ଶୋଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ସହଦେବ ଗାଇଥିବା ଗୀତକୁ ସେ ନିଜ ମନରୁ ବାହାର କରି ପାରୁ ନାହାନ୍ତି। ଆଉ ଯେତେ ଚେଷ୍ଟା କଲେ ବି ସେ ଶୋଇ ପାରୁନାହାନ୍ତି। ଅନୁଷ୍କା ଏହି ପୋଷ୍ଟକୁ ଶେଆର କରିବ ସହ ଏକ ହସୁଥିବା ଇମୋଜି ମଧ୍ୟ ଦେଇଛନ୍ତି।
ଆଜିକାଲି ସୋଶାଲ ମିଡିଆରେ ଛାଇ ଯାଇଛନ୍ତି ସ୍କୁଲ ଛାତ୍ର ସହଦେବ ଡିର୍ଡୋ। ୨୦୧୯ରେ ସହଦେବ ନିଜ ଷ୍ଟାଇଲରେ ‘ବଚପନ କା ପ୍ୟାର୍’ ଗୀତ ଗାଇଥିଲେ। ଏହାକୁ ଏବେ ଲୋକେ ବେଶ୍ ପସନ୍ଦ କରୁଛନ୍ତି। ଏପରକି ତାଙ୍କର ଏହି ଗୀତ ଗାଇବାର ଭିଡିଓଟି ଭାଇରାଲ ହେବାରେ ଲାଗିଛି।
ଅନେକ ସେଲେବ୍ରିଟି ଏହି ଗୀତକୁ କପି କରି ବିଭିନ୍ନ ରିଲ୍ ଭିଡିଓ ତିଆରି କରିଛନ୍ତି। ଏପରିକି ପ୍ରସିଦ୍ଧ ରାପର୍ ବାଦ୍ଶାହା ମଧ୍ୟ ଏହି ଗୀତର ରିମିକ୍ସ ଭର୍ସନ ତିଆରି କରି ସେଆର କରିଛନ୍ତି। ଦି କପିଲ ଶର୍ମା ସୋ’ର ପ୍ରମୋରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ, କୃଷ୍ଣ ଅଭିଷେକ ଏବଂ ସୁଦେଶ ଲାହିରୀ ମଧ୍ୟ ଏହି ଗୀତରେ ନାଚି ଥିବା ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ମଧ୍ୟ ବୁଧବାର ଭାଇରାଲ ବୟ ସହଦେବକୁ ସମ୍ମାନିତ କରିଛନ୍ତି।
View this post on Instagram
The post ଅନୁଷ୍କାଙ୍କ ନିଦ ହଜାଇଲା ‘ବଚପନ୍ କା ପ୍ୟାର୍’ appeared first on Odisha Reporter.
from Odisha Reporter https://ift.tt/3i7NrBY
No comments:
Post a Comment