ନୂଆଦିଲ୍ଲୀ: ଦେଶରେ କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଅତି ହାଲକା ଭାବେ ନେଉଛନ୍ତି ଲୋକେ। ଯେମିତିକି ପାଣିପାଗ ବିଭାଗର ପୂର୍ବାନୁମାନ ରିପୋର୍ଟ ଶୁଣୁଛନ୍ତି। ଆଉ ବର୍ଷା ଆସିବା ପୂର୍ବରୁ ଲୋକେ ବାହାରେ ବୁଲାବୁଲି କରନ୍ତି। ଏବେ ସେଭଳି ସ୍ଥିତି ଉପୁଜୁଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ ଲବ୍ କହିଛନ୍ତି। କରୋନା ସଂକ୍ରମଣ ପାଇଁ ଲୋକେ ଘରେ ରହିବାକୁ ଜେଲରେ ବନ୍ଦୀ ହେବା ଭଳି ମନେ କରୁଛନ୍ତି ତେଣୁ ତୃତୀୟ ଲହର ଆସିବା ପୂର୍ବରୁ ସେମାନେ ବୁଲାବୁଲି ସହ ମନ ଫୁର୍ତ୍ତି କରିବା ଲକ୍ଷ୍ୟରେ ଅଛନ୍ତି। ଯାହାର ପ୍ରମାଣ ହିମାଚଳ ପ୍ରଦେଶର ବିଭିନ୍ନ ହିଲ୍ ଷ୍ଟେସନରେ ଦେଖିବାକୁ ମିଳିଛି।
ତେବେ ଏହା ଆଗକୁ ଅତ୍ୟନ୍ତ ସାଂଘାତିକ ସାବ୍ୟସ୍ତ ହୋଇପାରେ ବୋଲି ଚେତାଇ ଦେଇଛନ୍ତି ଲବ୍ ଅଗ୍ରଓ୍ୱାଲ୍ ତେଣୁ ଏଭଳି ସ୍ଥିତିରେ ସବୁ କିଛି ପ୍ରକୃତି ଉପରେ ନଛାଡ଼ି ପ୍ରବୃତି ବଦଳାଇବାକୁ ବି ପରାମର୍ଶ ଦେଇଛନ୍ତି। ସେହିପରି ଦେଶର ୫ ସର୍ବାଧିକ ସଂକ୍ରମିତ ରାଜ୍ୟ ଭିତରେ ଓଡ଼ିଶା ରହିଛି କେବଳ ଜୁନ୍ ଓ ଜୁଲାଇରେ ଦେଶର ମୋଟ ସଂକ୍ରମଣରେ ଓଡ଼ିଶାର ସ୍ଥାନ ପଞ୍ଚମ ବୋଲି ସୂଚନା ଦେଇଛନ୍ତି ଲବ୍ ଜୁଲାଇରେ ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ କେରଳରେ ସର୍ବାଧିକ ୩୦.୩%, ମହାରାଷ୍ଟ୍ରରେ ୨୦.୮, ତାମିଲନାଡୁରେ ୮.୫, ଅାନ୍ଧ୍ରରେ ୭.୩% ସଂକ୍ରମିତ ଥିବା ବେଳେ ଓଡ଼ିଶାରେ ୬.୫% ପ୍ରତିଶତ ରୋଗୀ ଅଛନ୍ତି। ସେପଟେ ବିଶ୍ୱର କିଛି ଦେଶରେ ତୃତୀୟ ଲହର ଆସିଗଲାଣି ବୋଲି ସୂଚନା ଦେଇଛନ୍ତି।
ନୀତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି.କେ. ପଲ୍ ବ୍ରିଟେନ, ରୁଷିଆ, ବାଂଲାଦେଶ, ଇଣ୍ଡୋନେସିଆରେ କେସ୍ ବଢୁଛି ତେବେ ଭାରତକୁ ୩ୟ ଲହର କେବେ ଅାସିବ ତାକୁ ନେଇ ଏବେ ବେଶୀ ଚର୍ଚ୍ଚା ହେଉଛି, କିନ୍ତୁ କିଭଳି ତୃତୀୟ ଲହର ଆସିନପାରିବ ତାକୁ ନେଇ ଚର୍ଚ୍ଚା ହେବା ଉଚିତ ବୋଲି ଡାକ୍ତର ପଲ କହିଛନ୍ତି। ସେପଟେ କୋଭିଡ୍ ସ୍ଥିତିକୁ ଦେଖି ଓଡ଼ିଶା ସମେତ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୧୬ ତାରିଖରେ ଭିଡିଓ କନଫରେନ୍ସିଂ ଯୋଗେ ମୋଦି ଆଲୋଚନା କରିବେ।
The post ‘ପ୍ରବୃତି ନ ବଦଳାଇଲେ ସାଂଘାତିକ ହେବ ତୃତୀୟ ଲହର’ appeared first on Odisha Reporter.
from Odisha Reporter https://ift.tt/3ySBK7S
No comments:
Post a Comment