ଓଡ଼ିଶାରେ ପଶିଲେ ଜେଏମବି ଆତଙ୍କବାଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 13, 2021

ଓଡ଼ିଶାରେ ପଶିଲେ ଜେଏମବି ଆତଙ୍କବାଦୀ

କୋଲକାତା: ପଡ଼ୋଶୀ ଦେଶ ବାଂଲାଦେଶରୁ ଜମାତ-ଉଲ-ମୁଜାହିଦ୍ଦିନର ୧୫ ଆତଙ୍କବାଦୀ ଭାରତରେ ପ୍ରବେଶ କରିଛନ୍ତି। ପଶ୍ଚିମବଙ୍ଗ ରାସ୍ତାରେ ଏହି ଆତଙ୍କବାଦୀ ପ୍ରବେଶ କରିଛନ୍ତି। ନିକଟରେ କୋଲକାତା ପୁଲିସ ଗିରଫ କରିଥିବା ତିନି ଆତଙ୍କବାଦୀଙ୍କୁ ଜେରା କରିବା ପରେ ଏହି ସୂଚନା ମିଳିଛି। ପାଖାପାଖି ୧୦ ଜଣ ଆତଙ୍କବାଦୀ ଓଡ଼ିଶା, ବିହାର ଏବଂ ଜମ୍ମୁ କଶ୍ମୀରରେ ପ୍ରବେଶ କରିଥିବା ସୂଚନା ରହିଛି। ସୋମବାର କୋଲକାତାର ଏସଟିଏଫ୍ ଏହି ସୂଚନା ଦେଇଛି। ଯିଏକି ତିନି ଆତଙ୍କବାଦୀକୁ ଗିରଫ କରିଛନ୍ତି।

ମୋଟ୍ ୧୫ ଜଣଙ୍କ ମଧ୍ୟରୁ ୫ ଜଣ ପଶ୍ଚିମବଙ୍ଗରେ ଥିଲେ। ଗିରଫ ଆତଙ୍କବାଦୀ ବାଂଲାଦେଶୀ। ସେମାନେ ରବିବାର କୋଲକାତାର ହରିଦେବପୁର ଏରିଆରୁ ଏସଟିଏଫ ଦ୍ୱାରା ଗିରଫ ହୋଇଥିଲେ। ତିନି ଆତଙ୍କବାଦୀଙ୍କୁ ଜେରା କରିବା ବେଳେ ଏସଟିଏଫ ଜାଣିବାକୁ ପାଇଛି ଯେ ବାକି ଆତଙ୍କବାଦୀ ଓଡ଼ିଶା, ବିହାର, ଜମ୍ମୁ କଶ୍ମୀରରେ ପ୍ରବେଶ କରିଛନ୍ତି। ପଶ୍ଚିମବଙ୍ଗରୁ ତିନି ଗିରଫ ହୋଇଛନ୍ତି ଆଉ ଦୁଇ ସହଯୋଗୀ ଶେଖ ସକିଲ ଏବଂ ସଲିମ ମୁନସି ଲୁଚି ରହିଥିବା ସୂଚନା ରହିଛି। ଏସଟିଏଫ ଏବେ ବିଭିନ୍ନ ସ୍ଥାନରେ ରେଡ୍ କରି ଖୋଜୁଥିବା ସୂଚନା ରହିଛି। ସେହିପରି ଓଡ଼ିଶାର ଏସଟିଏଫ୍ ଟିମ୍ ମଧ୍ୟ କୋଲକାତା ଏସଟିଏଫ୍ ସହିତ ଏ ସଂକ୍ରାନ୍ତରେ ଯୋଗାଯୋଗରେ ଅଛି।

୨୦୧୬ରେ ଢ଼ାକାର ଏକ କାଫେରେ ଜେଏମବି ଆତଙ୍କୀ ଆକ୍ରମଣ କରିଥିଲେ। ଏଥିରେ ୧୭ ଜଣ ବିଦେଶୀଙ୍କ ସମେତ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ୨୦୧୯ରେ ଏନଆଇଏ କହିଥିଲା ଜେଏମବି ଭାରତରେ ଏହାର ପ୍ରଭାବ ବିସ୍ତାର କରିବାକୁ ଯୋଜନା କରୁଛି।

ଗିରଫ ହୋଇଥିବା ତିନି ଆତଙ୍କବାଦୀକୁ ସକିଲ ଜାଲ୍ ଆଧାର କାର୍ଡ ତିଆରି କରିବାରେ ସହଯୋଗ କରିଛି। ଏହି ସକିଲ ମଧ୍ୟ ଜେଏମବିର ସଦସ୍ୟ ବୋଲି ଜଣାପଡ଼ିଛି। ଏହି ଆଧାର କାର୍ଡକୁ ପରିଚୟ ପତ୍ର ଭାବରେ ଦେଖାଇ ହରିଦେବପୁର ଅଞ୍ଚଳରେ ଘର ଭଡ଼ା ନେବାକୁ ଯୋଜନା କରିଥିବା ସୂଚନା ରହିଛି। ଆତଙ୍କବାଦୀ ସଂଗଠନ ଜେଏମବିର ଶୀର୍ଷ ନେତା ଅଲ ଅମୀନ ନିର୍ଦ୍ଦେଶରେ ଏମାନେ କାମ କରୁଥିବା ଜେରା ବେଲେ ଗିରଫ ଆତଙ୍କବାଦୀ କହିଛି। ଗିରଫ ତିନି ଆତଙ୍କବାଦୀ ହେଲେ ନଜିଉର ରେହମାନ, ରବିଉଲ ଇସଲାମ ଏବଂ ସବିର। ଚଳିବା ପାଇଁ ଫଳ ନହେଲେ ଅନ୍ୟାନ୍ୟ ଜିନିଷ ବିକ୍ରି କରୁଥିବା ସୂଚନା ରହିଛି।

ଗିରଫ ହୋଇଥିବା ତିନି ଆତଙ୍କବାଦୀଙ୍କ ବାବଦରେ ଅଧିକ ସୂଚନା ପାଇବା ପାଇଁ କୋଲକାତା ଏସଟିଏଫ ବାଂଲାଦେଶ ପୁଲିସ ସହ ଯୋଗାଯୋଗରେ ଥିବା ସୂଚନା ରହିଛି। ଜଣେ ଅଧିକାରୀ କହିଛନ୍ତି ଯେ ଯେଉଁ ଘରେ ଏହି ତିନି ଆତଙ୍କବାଦୀ ଭଡ଼ା ନେଇଥିଲେ ସେହି ଘର ମାଲିକଙ୍କୁ ମଧ୍ୟ ଜେରା କରାଯାଉଥିବା ସୂଚନା ରହିଛି।

ସେହିପରି ଏନଆଇଏ ମଧ୍ୟ ଗିରଫ ତିନି ଆତଙ୍କବାଦୀଙ୍କ ବାବଦରେ ଖବର ନେବା ଆରମ୍ଭ କରିଛି। ଜଣେ ଏନଆଇଏ ଅଧିକାରୀ କହିଛନ୍ତି, ଗିରଫ ଆତଙ୍କବାଦୀଙ୍କ ବିଷୟରେ ସୂଚନା ସଂଗ୍ରହ କରିବା ସହିତ ସେମାନଙ୍କ ସହ ଆଉ କିଏ ଜଡିତ ଅଛନ୍ତି ତାହା ଜାଣିବାକୁ ଚେଷ୍ଟା କରାଯାଉଛି। ତଦନ୍ତ ଏବେ ପ୍ରାରମ୍ଭିକ ପ୍ରକ୍ରିୟାରେ ରହିଥିବା ସେ କହିଛନ୍ତି। ଏହି ତିନି ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ୧୪ ଦିନିଆ ପୁଲିସ ହେପାଜତରେ ରହିଛନ୍ତି। ଏହି ଆତଙ୍କବାଦୀଙ୍କ ପାଖରୁ ବିସ୍ଫୋରକ ସାମଗ୍ରୀ ସହିତ ଜେଏମବିର ଟପ୍ ଆତଙ୍କୀଙ୍କ ନାଁ ଜବତ ହୋଇଛି। ଗତ କିଛି ବର୍ଷ ମଧ୍ୟରେ ପଶ୍ଚିମବଙ୍ଗରୁ ଅନେକ ଜେଏମବି ଅପରେଟରଙ୍କୁ ଗିରଫ କରାଯାଇଛି।

The post ଓଡ଼ିଶାରେ ପଶିଲେ ଜେଏମବି ଆତଙ୍କବାଦୀ appeared first on Odisha Reporter.



from Odisha Reporter https://ift.tt/2U02q83

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages