ପୁରୀ: ଚଳିତ ବର୍ଷ ରଥଯାତ୍ରାରେ ରେକର୍ଡ କଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଚଳିତ ବର୍ଷକୁ ମିଶାଇ ଛେରାପହଁରାରେ ୫୦ ବର୍ଷ ପୂରଣ କଲେ ଗଜପତି।
୧୯୭୧ ମସିହାରୁ ଛେରାପହଁରା କରି ଆସୁଛନ୍ତି ଗଜପତି ମହାରାଜା। ପିତାଙ୍କ ଦେହାନ୍ତ ପରଠାରୁ ଛେରାପହଁରା କରି ଆସୁଛନ୍ତି ଗଜପତି। କେବଳ ୧୯୭୬ରେ ଛେରାପହଁରା କରିପାରିନଥିଲେ । ଉଚ୍ଚଶିକ୍ଷା ପାଇଁ ଆମେରିକାରେ ଥିବାରୁ ଛେରାପହଁରା କରିପାରିନଥିଲେ। ଗଜପତି ମହାରାଜାଙ୍କୁ ଏବେ ୬୮ ବର୍ଷ ।
ସୂଚନାଯୋଗ୍ୟ, ଆଜି ଜନ୍ମବେଦିରୁ କର୍ମବେଦିକୁ ବାହୁଡ଼ୁଛନ୍ତି ମହାବାହୁ। । ନବଦିନ ଯାତ୍ରା ସାରି ଆଜି ଶ୍ରୀମନ୍ଦିର ଫେରୁଛନ୍ତି ଶ୍ରୀଜିଉ। କରୋନା କଟକଣା ପାଇଁ ଏଥର ବି ବିନା ଭକ୍ତରେ ହେଉଛି ବାହୁଡ଼ା ଯାତ୍ରା।
The post ଗଜପତି ମହାରାଜାଙ୍କ ରେକର୍ଡ, ଛେରାପହଁରାକୁ ୫୦ ବର୍ଷ ପୂରିଲା appeared first on Odisha Reporter.
from Odisha Reporter https://ift.tt/3zhBuQ4
No comments:
Post a Comment