ରାଜ କୁନ୍ଦ୍ରାଙ୍କ ପରେ ଗିରଫ ହେଲେ ତାଙ୍କ ସାଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 20, 2021

ରାଜ କୁନ୍ଦ୍ରାଙ୍କ ପରେ ଗିରଫ ହେଲେ ତାଙ୍କ ସାଥୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବିଜନେସମ୍ୟାନ୍ ରାଜକୁନ୍ଦ୍ରାଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଛି । ତାଙ୍କ ପରେ ଏବେ ତାଙ୍କର ଆଉ ଜଣେ ସାଥୀ ଗିରଫ ହୋଇଛନ୍ତି।

ଏଏନ୍‌ଆଇ ଦେଇଥିବା ରିପୋର୍ଟ ମୁତାବକ ପର୍ଣ୍ଣ ଫିଲ୍ମ ତିଆରି କରୁଥିବା ଅଭିଯୋଗରେ ମୁମ୍ବାଇର ନେରୁଲ ଅଞ୍ଚଳରୁ ରିଆନ୍ ଜନ୍ ଥାର୍ପ ନାମକ ଜଣେ ବ୍ୟକ୍ତିଙ୍କୁ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଗିରଫ କରିଛି । ତାଙ୍କ ନାଁରେ ମାଲୱାନୀ ଥାନାରେ ମାମଲା ରୁଜୁ ହୋଇଛି। କୁହାଯାଉଛି ଯେ, ରିଆନଙ୍କ ରାଜ କୁନ୍ଦ୍ରାଙ୍କ ସହ ସମ୍ପର୍କ ରହିଛି । କେବଳ ସେତିକି ନୁହେଁ ରିଆନ୍ ପର୍ଣ୍ଣ ଫିଲ୍ମ ତିଆରି କରିବା ଧନ୍ଦାରେ ମଧ୍ୟ ସାମିଲ ଅଛନ୍ତି ।

ସୋମବାର ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି।

ରିଆନ୍ ହେଉଛନ୍ତି ରାଜ କୁନ୍ଦ୍ରାଙ୍କ କମ୍ପାନୀର ଆଇଟି ହେଡ୍ । ସେ ଶିଳ୍ପା ସେଟ୍ଟିଙ୍କ କମ୍ପାନୀ ଭିଆନ୍ ଗେମିଂ ପ୍ରାଇଭେଟ ଲିମିଟେଡ ଏବଂ ଭିଆନ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ରେ ହେଡ୍ ଅଫ୍ ପ୍ରଡକ୍ଟ ରୂପେ ବର୍ଷ ବର୍ଷ ଧରି କାମ କରିସାରିଛନ୍ତି । ରାଜ କୁନ୍ଦ୍ରା ଏବଂ ଶିଳ୍ପା ସେଟ୍ଟିଙ୍କ କମ୍ପାନୀ ବେଷ୍ଟ ଡିଲ୍ ଟିଭି ପ୍ରାଇଭେଟ ଲିମିଟେଡରେ ବିଜନେଓ ପ୍ରୋସେସ ଅପରେସନସର ରିଆନ୍ ହେଡ୍ ମଧ୍ୟ ରହିସାରିଛନ୍ତି । ରିଆନ୍ ସବୁବେଳେ ରାଜ ଏବଂ ଶିଳ୍ପାଙ୍କର ଗୁଡ୍ ବୁକ୍‌ରେ ରହିଆସିଛନ୍ତି ଏବଂ ଉଭୟଙ୍କ ନିକଟତର ବୋଲି କୁହାଯାଏ।

କ୍ରାଇମବ୍ରାଞ୍ଚ ଅନୁଯାୟୀ. ୨୦୨୧ ଫେବୃଆରୀରେ କ୍ରାଇମ ବ୍ରାଞ୍ଚ ମୁମ୍ବାଇରେ ରାଜକୁନ୍ଦ୍ରାଙ୍କ ବିରୋଧରେ ଅଶ୍ଳୀଳ ଫିଲ୍ମ ନିର୍ମାଣ କରିବା ଏବଂ ସେଗୁଡିକୁ କିଛି ଆପ୍ସରେ ପ୍ରସାରଣ କରିବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ସୋମବାର ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ତରଫରୁ ସୋମବାର ରାତିରେ ଏହାର ସୂଚନା ଦିଆଯାଇଛି। ଅଶ୍ଳୀଳ ଭିଡିଓ ପ୍ରସାରଣ ମାମଲାରେ କୁନ୍ଦ୍ରା ମୁଖ୍ୟ ଷଡଯନ୍ତ୍ରକାରୀ ହୋଇଥିବା ପର୍ଯ୍ୟାପ୍ତ ପ୍ରମାଣ ଥିବା ପୁଲିସ କହିଛି। ପୁଲିସ ଏହି ମାମଲାରେ ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ, ସୋମବାର କ୍ରାଇମବ୍ରାଞ୍ଚ ପ୍ରଥମେ ରାଜ କୁନ୍ଦ୍ରାଙ୍କୁ ଜେରା ପାଇଁ ଡକାଇଥିଲା ଏବଂ ପରେ ତାଙ୍କୁ ଗିରଫ କରିଛି। ଏହା ପୂର୍ବରୁ ମଧ୍ୟ ରାଜ କୁନ୍ଦ୍ରା ଆଇପିଏଲ୍ ଫିକ୍ସିଂ ଠାରୁ ଆରମ୍ଭ କରି ଅଣ୍ଡରୱାଲ୍ଡ ସହ ଡିଲ୍ ପର୍ଯ୍ୟନ୍ତ ଅନେକ ବିବାଦକୁ ନେଇ ଫସିଛନ୍ତି।

The post ରାଜ କୁନ୍ଦ୍ରାଙ୍କ ପରେ ଗିରଫ ହେଲେ ତାଙ୍କ ସାଥୀ appeared first on Odisha Reporter.



from Odisha Reporter https://ift.tt/3zgzurb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages