ନୂଆଦିଲ୍ଲୀ: ଆମେରିକା ଅନେକ ଦେଶକୁ ୮ କୋଟି କରୋନା ଟିକା ଦାନ କରିବ ବୋଲି ଘୋଷଣା କରିଛି। ଆମେରିକା ଏବେ ଏହି ଟିକାକୁ ବାଣ୍ଟିବା ଆରମ୍ଭ କରିଛି। କିନ୍ତୁ ଉଦବେଗରେ କଥା ଭାରତରେ ଟିକା ଆବଶ୍ୟକ ଥାଇ ବି ଏହି ଟିକାକୁ ନେଇ ପାରୁନାହଁ। ଏହାର କାରଣ ଭାରତରେ ରହିଥିବା ଆଇନଗତ ସମସ୍ୟା।
ଆମେରିକା ଭାରତକୁ ଟିକା ପଠାଇବ ବୋଲି ଗୋଡ କାଢି ବସିଛି ହେଲେ କେନ୍ଦ୍ର (ଭାରତ) ସରକାର ଗ୍ରୀନ ସିଗନାଲ ଦେଖାଇନଥିବାରୁ ଟିକା ଦେବାରେ ଅସୁବିଧା ରହିଛି ବୋଲି ଆମେରିକର ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି। ମୁଖ୍ୟତଃ ଭାରତ ଟିକା ପିରଚାଳନା, ନିୟାମକ ଏବଂ ଆଇନଗତ ପ୍ରକ୍ରିୟା ନେଇ ଯେଉଁ ସବୁ ସମସ୍ୟା ରହିଛି ତାକୁ ଶେଷ କରିବାକୁ ଟିକିଏ ସମୟ ଲାଗିବ ବୋଲି କହିଥିବା ସୂଚନା ରହିଛି।
ଖବର ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ଅନୁଯାୟୀ ନେଡ୍ ପ୍ରାଇସ୍ କହିଛନ୍ତି ଯେ ଆମେରିକା ଏବେ ପାକିସ୍ତାନ, ନେପାଳ, ଭୁଟାନ ଏବଂ ବାଂଲାଦେଶକୁ ଟିକା ପଠାଇ ସାରିଛି। କିନ୍ତୁ ଭାରତରେ ଏହି ଟିକା ପହଞ୍ଚିବାରେ ସମସ୍ୟା ରହିଛି। ଭାରତରେ ଥିବା ଜରୁରୀକାଳୀନ ଆମଦାନୀରେ କିଛି ଆଇନଗତ ପ୍ରତିବନ୍ଧକ ଥିବାରୁ ଭାରତକୁ ଟିକା ଦେବାରେ ସମୟ ଲାଗୁଛି ବୋଲି ସେ କହିଛନ୍ତି।
ଭାରତକୁ ଆମେରିକା ୩୦-୪୦ ଲକ୍ଷ ମୋଡେର୍ଣ୍ଣା ଏବଂ ଫାଇଜର ଟିକା ଦେବ ବୋଲି ଆଶା କରାଯାଉଛି। ମୋଡେର୍ଣ୍ଣା ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆର ଅନୁମୋଦନ ପାଇଥିବାବେଳେ ଫାଇଜର ଭାରତରେ ଜରୁରୀକାଳୀନ ଅନୁମୋଦନ ପାଇଁ ଆବେଦନ କରି ନଥିବା ସୂଚନା ରହିଛି। ସେହିପରି ମୋଡେର୍ଣ୍ଣା ଏବଂ ଫାଇଜର ଭାରତରେ ଆଇନଗତ ସୁରକ୍ଷା ଚାହୁଁଛନ୍ତି ଯାହା ସେମାନଙ୍କୁ ଦେଶର ଆଇନଗତ ମାମଲାରୁ ରକ୍ଷା କରିବ।
ନେଡ କହିଛନ୍ତି ଯେ ଆମେରିକା ଦକ୍ଷିଣ ଏସିଆରେ ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ନେପାଳ, ମାଲଦ୍ୱୀପ, ପାକିସ୍ଥାନ ଏବଂ ଶ୍ରୀଲଙ୍କାକୁ ଲକ୍ଷ ଲକ୍ଷ ଟିକା ଦେଇ ସାରିଛୁ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦ ନିୟୁତ ଡୋଜ ସାରା ବିଶ୍ୱକୁ ଦେଇଛି।
The post ଭାରତର ସମସ୍ୟା ପାଇଁ ଆମେରିକା ପଠାଇ ପାରୁନି ଟିକା appeared first on Odisha Reporter.
from Odisha Reporter https://ift.tt/3r6wLh4
No comments:
Post a Comment