ରାଜ୍ୟରେ ଚିହ୍ନଟ ହେଲେ ୨,୦୭୪ ପଜିଟିଭ, ୬୫ ମୃତକଙ୍କ ସୂଚନା ଦେଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 13, 2021

ରାଜ୍ୟରେ ଚିହ୍ନଟ ହେଲେ ୨,୦୭୪ ପଜିଟିଭ, ୬୫ ମୃତକଙ୍କ ସୂଚନା ଦେଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨,୦ ୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ରୁ ୧୧୯୨ପଜିଟିଭ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍  ୮୮୨  ।  ସେହିପରି ଆଉ ୬୫ କରୋନା ମୃତକଙ୍କ ସଂପର୍କରେ ସୂଚନା ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭୯୫କୁ ବୃଦ୍ଧି ପାଇଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୪୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ  ୫୯, ବାଲେଶ୍ୱରରୁ ୧୧୫, ବରଗଡ଼ରୁ ୩୮ , ଭଦ୍ରକରୁ ୧୧୦, ବଲାଙ୍ଗିରରୁ ୧୭, ବୌଦ୍ଧରୁ ୧୨ ପଜିଟିଭ ଚିହ୍ନଟ ହୋଇଛନ୍ତି।

କଟକରୁ ୨୮୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଦେବଗଡ଼ରୁ ୩, ଢେଙ୍କାନାଳରୁ ୬୧,  ଗଜପତିରୁ ୩, ଗଞ୍ଜାମରୁ ୫, ଜଗତସିଂହପୁରରୁ ୯୯  ପଜିଟିଭ ଚିହ୍ନଟ ହୋଇଛନ୍ତି।  ଯାଜପୁରରୁ ୧୨୦, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୫ , କନ୍ଧମାଳରୁ ୧୯, କେନ୍ଦ୍ରାପଡ଼ାରୁ ୫୮, କେନ୍ଦୁଝରରୁ ୪୬ କୋରାପୁଟ଼ରୁ ୧୦, ମାଲକାନଗିରିରୁ ୪୭ , ମୟୂରଭଞ୍ଜରୁ ୧୧୫, ନବରଙ୍ଗପୁରରୁ ୧୦, ନୟାଗଡ଼ରୁ ୫୮ , ନୂଆପଡ଼ାରୁ ୪, ପୁରୀରୁ ୧୩୩, ରାୟଗଡ଼ାରୁ ୧୬ , ସମ୍ବଲପୁରରୁ ୩୦, ସୁବର୍ଣ୍ଣପୁରରୁ ୯, ସୁନ୍ଦରଗଡ଼ରୁ ୫୬, ଷ୍ଟେଟପୁଲରୁ  ୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୫ ହଜାର ୭୪୯କୁ ବୃଦ୍ଧି ପାଇଛି । ଗତ  ୨୪ ଘଣ୍ଟାରେ ୬୯ ହଜାର ୨୮୭ ସାମ୍ପଲ ଟେଷ୍ଟ ହୋଇଥିବା ବେଳେ ପଜିଟିଭିଟି ୨.୯୯% ।

୬୫ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାବାଦ ବରଗଡ଼ରୁ ୧୦, ସୁନ୍ଦରଗଡ଼ରୁ ୭,  ପୁରୀରୁ ୬ ଅାକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ନବରଙ୍ଗପୁରରୁ ୪, ଗଜପତି ଜିଲ୍ଲାରୁ ୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାବାଦ ବାଲେଶ୍ୱର, କନ୍ଧମାଳ, ମୟୂରଭଞ୍ଜରୁ ୨ ଲେଖାଏ ଆଖି ବୁଜିଛନ୍ତି। ସେହିପରି ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡିରୁ ଜଣେ ଲେଖା ଆକ୍ରାନ୍ତ ଆଖି ବୁଜିଛନ୍ତି ।

ଖୋର୍ଦ୍ଧାରେ ସମୁଦାୟ ମୃତକଙ୍କ ସଂଖ୍ୟା ୮୦୬ରେ ପହଞ୍ଚିଥିବା ବେଳେ ସୁନ୍ଦରଗଡ଼ରେ ୪୧୦ ଅନୁଗୋଳରେ ୧୯୭,  ବାଲେଶ୍ୱରରେ୧୪୦, ବରଗଡ଼ରେ ୨୧୪, ଢେଙ୍କାନାଳରେ୧୦୧ରେ ପହଞ୍ଚିଛି ଏହି ସଂଖ୍ୟା।

ସେହିପରି ଗଜପତି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୬ରେ ପହଞ୍ଚିଥିବାବେଳେ ଗଞ୍ଜାମରେ ୩୯୩,  ଜଗତସିଂହପୁରରେ ୮୪,  ଝାରସୁଗୁଡ଼ାରେ ୧୩୬, କଳାହାଣ୍ଡିରେ ୧୮୯, କନ୍ଧମାଳରେ ୫୭,  ମୟୂରଭଞ୍ଜରେ ୧୬୯, ନବରଙ୍ଗପୁରରେ ୫୩, ପୁରୀରେ ୨୯୪,  ରେ ପହଞ୍ଚିଛି ଏହି ସଂଖ୍ୟା ।

The post ରାଜ୍ୟରେ ଚିହ୍ନଟ ହେଲେ ୨,୦୭୪ ପଜିଟିଭ, ୬୫ ମୃତକଙ୍କ ସୂଚନା ଦେଲେ ସରକାର appeared first on Odisha Reporter.



from Odisha Reporter https://ift.tt/3hDhiC1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages