ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ତିଆରି ହୋଇଥିବା କୋଭାକ୍ସିନ ଓ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନର ଗୋଟିଏ ଲେଖାଏଁ ଟିକା ଜଣେ ବ୍ୟକ୍ତିକୁ ଦିଆ ଗଲେ ଫଳାଫଳ କ’ଣ ଆସିବ? ଏହାର ପରିଣାମ ଜାଣିବା ପାଇଁ ଏବେ ଏକ ଆବେଦନ ହୋଇଛି। କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିଏସସିଓ) ପାଖରେ ଏପରି ଏକ ଆବେଦନ ହୋଇଛି। ସିଡିଏସସିଓର ସବଜେକ୍ଟ ଏକ୍ସପୋର୍ଟ କମିଟି ଏବେ ଏପରି ଏକ ଆବେଦନର ଫଳାଫଳ ଜାଣିବା ପାଇଁ ଅନୁମତି ଦେଇଛି। ତାମିଲନାଡୁର ଭେଲୋର ସ୍ଥିତ ଖ୍ରୀଷ୍ଟ୍ରିଆନ୍ ମେଡିକାଲ କଲେଜ (ସିଏମସି)କୁ ଏହି ଅନୁମତି ମିଳିଛି।
ଆବେଦନକାରୀ ପକ୍ଷରୁ କୁହାଯାଇଛି ଯେ ମୋଟ୍ ୪ଟି ପର୍ଯ୍ୟାୟରେ ୩୦୦ ସ୍ୱାସ୍ଥ୍ୟ କର୍ମୀଙ୍କ ଉପରେ ଏହି ପରୀକ୍ଷା କରାଯିବ। ଏହି ଅଧ୍ୟୟନର ଉଦ୍ଦେଶ୍ୟ ରହିଛି ଜଣେ ବ୍ୟକ୍ତିଙ୍କୁ ଅଲଗା ଅଲଗା ଟିକା ମିଶାଇ ଦୁଇଟି ଡୋଜ ଦେଇ ହେବ କି ନାହିଁ।
ଯଦିଓ ଭାରତରେ ପ୍ରଥମ ଥର ପାଇଁ ଏପରି ପରୀକ୍ଷା କରାଯାଉଛି। ହେଲେ ଜର୍ମାନୀ, ରୁଷିଆ, ଆମେରିକା ଆଦି ଅନେକ ଦେଶରେ ଦୁଇଟି ଡୋଜ ଅଲଗା ଅଲଗା ଦିଆଯାଉଛି। ବିଶେଷଜ୍ଞଙ୍କ କହିବା କଥା ଯେ, ଦୁଇଟି ଅଲଗା ଅଲଗା ଟିକା ଜଣେ ବ୍ୟକ୍ତିଙ୍କୁ ଦିଆଗଲେ ଏଥିରେ କୌଣସି ଅସୁବିଧା ନାହିଁ ବରଂ ଏହାଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ବୃଦ୍ଧି ପାଇବ। ପୂର୍ବରୁ ଏବୋଲା ଏବଂ ଏଡସ କ୍ଷେତ୍ରରେ ମଧ୍ୟ ସମାନ ଫର୍ମୁଲା ଆପଣାଇ ଗବେଷଣା କରିଥିଲେ ବିଶେଷଜ୍ଞ।
ଅନ୍ୟପଟେ ହାଇଦ୍ରାବାଦର ଅନ୍ୟତମ ଟିକା ନିର୍ମାତା କମ୍ପାନୀ ବାୟୋଲଜିକାଲ ଇ ଛୋଟ ଛୁଆ (୫ରୁ ୧୭ ବୟସ)ଙ୍କ ପାଇଁ ଟିକାର ଟ୍ରାଏଲ କରିଛି। ତିନୋଟି ପର୍ଯ୍ୟାୟରୁ ଦୁଇଟି ପର୍ଯାୟ ପରୀକ୍ଷା ଶେଷ ହୋଇଛି। ଏବେ ସବଜେକ୍ଟ ଏକ୍ସପୋର୍ଟ କମିଟି ଏହି ଟିକାକୁ ଅନୁଧ୍ୟାନ କରୁଛି।
The post ଜଣେ ବ୍ୟକ୍ତିଙ୍କୁ କୋଭାକ୍ସିନ ଓ କୋଭିଶିଲ୍ଡ ଟିକା ଦିଆଗଲେ କ’ଣ ହେବ? appeared first on Odisha Reporter.
from Odisha Reporter https://ift.tt/3lcDqFQ
No comments:
Post a Comment