ବିଶ୍ୱରେ ସର୍ବାଧିକ ଓ ସର୍ବନିମ୍ନ ପେଟ୍ରୋଲ ଦର କେଉଁଠି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 30, 2021

ବିଶ୍ୱରେ ସର୍ବାଧିକ ଓ ସର୍ବନିମ୍ନ ପେଟ୍ରୋଲ ଦର କେଉଁଠି?

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ି ଚାଲିଛି। ଦେଶରେ ଏବେ ରାଜସ୍ଥାନର ଶ୍ରୀଗଙ୍ଗନଗରରେ ପେଟ୍ରୋଲ ଦର  ଲିଟର ପିଛା ସର୍ବାଧିକ ୧୧୩.୨୧ ପଇସା ରହିଛି। ଯାହାକି ବିଶ୍ୱର ୧୩୦ ଦେଶ ତୁଳନାରେ ସର୍ବାଧିକ। ପଡ଼ୋଶୀ ଚାଇନା, ନେପାଳ, ପାକିସ୍ତାନ ଏବଂ ଶ୍ରୀଲଙ୍କା ତୁଳନାରେ ମଧ୍ୟ ଶ୍ରୀଗଙ୍ଗନଗରରେ ତେଲ ଦର ଅଧିକ ରହିଛି। ସେହିପରି ଭେନେଜୁଏଲରା ଏବେ ପେଟ୍ରୋଲ ଲିଟର ପିଛା ୧ ଟଙ୍କା ୪୮ ପଇସା ରହିଛି ଭାରତୀୟ ମୁଦ୍ରାରେ।

ତେବେ ଭେନେଜୁଏଲା ବାସୀଙ୍କ ପାଇଁ ୧ ଟଙ୍କା ୪୮ ପଇସା ମଧ୍ୟ ଅଧିକ। ଭାରତୀୟ ମୁଦ୍ରାରେ ସେଠିକାର ଲୋକେ ଲିଟର ପିଛା ୫୩ ଟଙ୍କା ୬୧୮ ପଇସା ଦେଉଛନ୍ତି। globalpetrolprices.comର ରିପୋର୍ଟ ଅନୁଯାୟୀ ଏବେ ଦେଶରେ ପେଟ୍ରୋଲ ଲିଟର ପିଛା ହାରାହାରି ୧୦୩.୫୬ ପଇସା ରହିଛି। କିନ୍ତୁ ଏବେ ବି ୧୮ଟି ଦେଶରେ ପେଟ୍ରୋଲ ଦର ୧୦୦ରୁ ୧୧୪ ମଧ୍ୟରେ ରହିଛି। ଯେଉଁଥିରେ ଦକ୍ଷିଣ କୋରିଆ, ଜିମ୍ୱାଓ୍ୱେ, ହଙ୍ଗେରୀ, ଜୋର୍ଡାନ ଭଳି ଦେଶ ରହିଛି।

ସେହିପରି ଭାରତର ଅର୍ଥନୀତି ତୁଳନାର ଦୁର୍ବଳ ଥିବା ପଡ଼ୋଶୀ ଦେଶ ନେପାଳ, ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ପେଟ୍ରୋଲ ଦର କମ୍ ରହିଛି। ପାକିସ୍ତାନରେ ଲିଟର ପିଛା ୫୪.୪୦ ପଇସା , ଶ୍ରୀଲଙ୍କାରେ ୬୮.୬୯ ପଇସା ଏବଂ ନେପାଳରେ ୮୦.୦୩ ପଇସା ରହିଛି। ଚାଇନାରେ ପେଟ୍ରୋଲ ଦର ଲିଟର ପିଛା ୮୭.୧୩ ପଇସା ରହିଛି। ଯଦିଓ ଭାରତରେ ତେଲ ଦର ୧୦୦ ଉପରେ ରହିଛି। ହେଲେ ବିଶ୍ୱରେ ହଂକଂରେ ପେଟ୍ରୋଲ ଦର ସର୍ବାଧିକ ରହିଛି। ଏଠାରେ ଲିଟର ପିଛା ଭାରତୀୟ ମୁଦ୍ରାରେ ୧୮୮.୭୨ ପଇସା ରହିଛି। ସେହିପରି ଦ୍ୱିତୀୟ ଲେବାନନରେ ପେଟ୍ରୋଲ ଲିଟର ପିଛା ୧୮୬.୯୯ ପଇସା ରହିଛି। ଏହାପରେ ନେଦରଲ୍ୟାଣ୍ଡ, ନାର୍ବୋ, ଡେନମାର୍କ, ଇସ୍ରାଏଲ ରହିଛି।

ଭେନେଜୁଏଲାରେ ପରେ ଇରାନରେ ଲିଟର ପିଛା ୪.୪୫ ପଇସା, ଅଙ୍ଗୋଲାରେ ୧୮.୬୨ ପଇସା, ଆଲଜେରିଆରେ ୨୫.୪୩ ପଇସା, କୁଏତରେ ୨୫.୯୫ ପଇସା, ନାଇଜେରିଆରେ ୨୯.୯୫ ପଇସା, ତୁର୍କମେନିସ୍ତାନରେ ୩୧.୯୨ ପଇସା, କାଜାକିସ୍ତାନରେ ୩୩.୧୮ ପଇସା ରହିଛି।

The post ବିଶ୍ୱରେ ସର୍ବାଧିକ ଓ ସର୍ବନିମ୍ନ ପେଟ୍ରୋଲ ଦର କେଉଁଠି? appeared first on Odisha Reporter.



from Odisha Reporter https://ift.tt/3C6JF3Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages