ସହି ହେଲାନି ନିର୍ଯାତନା, ସେବାଶ୍ରମରୁ ଖସି ୧୦ କିମି ଚାଲିଲେ ୨ ନାବାଳକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 13, 2021

ସହି ହେଲାନି ନିର୍ଯାତନା, ସେବାଶ୍ରମରୁ ଖସି ୧୦ କିମି ଚାଲିଲେ ୨ ନାବାଳକ

ସୋର(ଓଡ଼ିଶା ରିପୋର୍ଟର):  ସେବାଶ୍ରମ ମାଲିକ ପେଟ ପୂରା ଖାଇବାକୁ ଦେଉ  ନ ଥିଲେ। ପ୍ରବଳ ଖଟାଉଥିଲେ। ଇଟା,ବାଲି ବୋହିବାକୁ ବାଧ୍ୟ କରୁଥିଲେ  । କେବଳ ସେତିକି ନୁହେଁ, ବାସନ ମାଜିବାକୁ, ଲୁଗାସଫା କରିବାକୁ ବି କହୁଥିଲେ। ନ ହେଲେ ମିଳୁଥିଲା ଅକଥନୀୟ ଅତ୍ୟାଚାର। ନିର୍ଯାତନା ସହି ନ ପାରିବାରୁ ସେଠାରୁ ଖସି  ପଳାଇ ଆସିଲୁ।  ସେବାଶ୍ରମରୁ ଖସି ଆସିଥିବା ୨ ନାବାଳକ ଉଦ୍ଧାର ପରେ କହିଛନ୍ତି ତାଙ୍କ ସହ ବିତିଥିବା ନିର୍ଯାତନାର କାହାଣୀ।

ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଗୋପାଳପୁର ବଜାରରୁ ଗତ ରାତିରେ ୨ ନାବାଳକକୁ ଉଦ୍ଧାର କରାଯାଇଛି l ନାବାଳକ ଦୁଇଜଣ ଖରାସାହାପୁର ପଞ୍ଚାୟତ ଆଳଦା ଗାଁରେ ଥିବା ମଲ୍ଲିକା ସେବାଶ୍ରମରେ ରହୁଥିଲେ l ସେଠାରେ ସେବାଶ୍ରମ ମୁଖିଆ ନାବାଳକ ଦୁଇ ଜଣଙ୍କୁ ଅତ୍ୟଧିକ ଯନ୍ତ୍ରଣା ଦେବା ସହିତ ବିଭିନ୍ନ କାମ କରାଉଥିଲେ l ତେଣୁ ନାବାଳକ ଦୁଇଜଣ ସେହି ଭୟରେ ସେଠାରୁ ଲୁଚି ପଳାଇ  ଆସିଥିବା କହିଛନ୍ତି l

ଖରାସାହାପୁର ପଞ୍ଚାୟତ ଆଳଦା ଗାଁରେ ଥିବା ମଲ୍ଲିକା ସେବାଶ୍ରମରେ ପ୍ରାୟ ୨୫ ପିଲା ରୁହନ୍ତି । ହେଲେ ଗତ ରାତିରେ ସମସ୍ତେ ଶୋଇପଡ଼ିବା ପରେ ଏହି ୨ ନାବାଳକ ସେଠାରୁ ଖସି ଆସିଥିଲେ। ସେମାନେପ୍ରାୟ ୧୦ କିମି ଚାଲି ଚାଲି  ଗୋପାଳପୁର ବଜାରରେ ପହଞ୍ଚିଥିଲେ ।

ଗୋପାଳପୁର ବଜାରରେ ଥିବା ବଜାର କମିଟି ଓ ଗୋପାଳପୁର ଫାଣ୍ଡିର କର୍ମଚାରୀ ସେମାନଙ୍କୁ ଅଟକାଇ ପଚାରିବାରୁ ସବୁକଥା କହିଥିଲେ l ଏହି ଦୁଇ ନାବାଳକଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ବୋଲି ଜଣାଯାଇଛି।  ତେବେ ସ୍ଥାନୀୟଲୋକେ ଏହି ବାବଦରେ ଚାଇଲଡଲାଇନକୁ ମଧ୍ୟ ଖବର ଦେଇଛନ୍ତି l

ନାବାଳକଦ୍ୱୟ ସେବାଶ୍ରମରୁ  ଖସି ପଳାଇ ଆସିଥିବା ବେଳେ ସେମାନଙ୍କୁ  ଉଦ୍ଧାର କରାଯାଇଛି। ଘଟଣାର ତଦନ୍ତ କରାଯିବ ବୋଲି ସୋର ଫାଣ୍ଠି ଅଧିକାରୀ କହିଛନ୍ତି।

The post ସହି ହେଲାନି ନିର୍ଯାତନା, ସେବାଶ୍ରମରୁ ଖସି ୧୦ କିମି ଚାଲିଲେ ୨ ନାବାଳକ appeared first on Odisha Reporter.



from Odisha Reporter https://ift.tt/3ra6rTa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages