ପୁଲିସ୍‌କୁ ପିଟି ବନ୍ଧା ହେଲେ ୫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 3, 2021

ପୁଲିସ୍‌କୁ ପିଟି ବନ୍ଧା ହେଲେ ୫

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା କାକରିଗୁମ୍ମା ଗୌଡ଼ଗୁଡ଼ାରେ ଗତକାଲି ଏକ ଟିପ୍ପର ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିଲା।  ଏଥିଯୋଗୁ ଦେଖାଦେଇଥିବା  ଉତ୍ତେଜନା ଥମିବା ନାଁ ଧରୁନି। ପୁଲିସ୍‌କୁ ଠେଲାପେଲା ଅଭିଯୋଗରେ ଆଜି ୫ ଜଣ ଗିରଫ ହୋଇଥିବା ବେଳେ ପାଟ୍ରୋଲିଂକୁ ଜୋରଦାର କରିଛି ପୁଲିସ୍‌।

ସୂଚନାଯୋଗ୍ୟ, କାକିରିଗୁମା ଥାନା ଗୌଡଗୁଡା ଗ୍ରାମ ପଞ୍ଚାୟତ ମେରକା ଗ୍ରାମର ଯୁବକ ଲଳିତ ଗଲୋରୀ ଗତକାଲି ସନ୍ଧ୍ୟାରେ ଦାମନଯୋଡ଼ିରୁ ଘରକୁ ଫେରୁଥୁବାବେଳେ ବାରିଗାଁ ନିକଟରେ  ଏକ ଟିପ୍ପର ତାଙ୍କୁ ଧକ୍କା ଦେଇଥିଲା।  ଘଟଣାସ୍ଥଳରେ ହିଁ ଲଳିତଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟାଇଥିବା ଟିପ୍ପର ଚାଳକ ଘଟଣାସ୍ଥଳରୁ ଖସିପଳାଇ ପୁଲିସ୍‌କୁ ସୂଚନା ଦେଇଥିଲା । ଗ୍ରାମବାସୀକୁ ନଜଣାଇ ପୁଲିସ୍‌ ଗତକାଲି ମୃତଦେହ ବ୍ୟବଚ୍ଛେଦ ପାଇଁ କୋରାପୁଟ ପଠାଇଥିବା  ଅଭିଯୋଗ ଆଣିଛନ୍ତି ମୃତକଙ୍କ ସମ୍ପର୍କୀୟ।

ଏହା ପ୍ରତିବାଦରେ ଗତକାଲି ଉତ୍ତ୍ୟକ୍ତ ଲୋକେ ଗୌଡଗୌଡା- ଦାମନଯୋଡ଼ି ରାସ୍ତା ଅବରୋଧ କରିଥିଲେ। ଏହାପରେ ପୁଲିସ୍‌ ବୁଝାଶୁଝା କରିବାରୁ ସେମାନେ ଆନ୍ଦୋଳନରୁ ହଟିଥିଲେ।

ଏହାପରେ ଆଜି ସକାଳେ ପୁଣି ଥରେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଗ୍ରାମବାସୀ ରାୟଗଡ଼ା-କୋରାପୁଟ ୩୨୬ ନଂ ରାଜ୍ୟ ରାଜପଥ ଅବରୋଧ କରିଥିଲେ। ପୁଲିସ୍‌ ଘଟଣାସ୍ଥଳକୁ ଯାଇ ଅବରୋଧ ହଟାଇ ଆଲୋଚନା କଲାବେଳେ ପୁଲିସ୍‌ ଉପରକୁ ଆକ୍ରମଣ କରିଥିଲେ ଉତ୍ତ୍ୟକ୍ତ ଲୋକ । ସେମାନେ ଜଣେ ସବ୍‌ଇନ୍ସପେକ୍ଟରଙ୍କୁ ବାଡେଇଥିବା ବେଳେ ଆଇଆଇସିଙ୍କୁ ଠେଲାପେଲା କରିଛନ୍ତି।  ପୁଲିସ୍‌କୁ ଆକ୍ରମଣ ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।

ରିପୋର୍ଟ ଲେଖାହେବା ବେଳକୁ ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାଯାଇଛି।

The post ପୁଲିସ୍‌କୁ ପିଟି ବନ୍ଧା ହେଲେ ୫ appeared first on Odisha Reporter.



from Odisha Reporter https://ift.tt/3jEInGo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages