ମନ୍ଦିରାଙ୍କ ସପକ୍ଷରେ ବାହାରିଲେ ସୋନା, ଦେଲେ ମୁହଁତୋଡ଼ ଜବାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 3, 2021

ମନ୍ଦିରାଙ୍କ ସପକ୍ଷରେ ବାହାରିଲେ ସୋନା, ଦେଲେ ମୁହଁତୋଡ଼ ଜବାବ

ମୁୁମ୍ବାଇ: ସ୍ୱାମୀଙ୍କ ଅନ୍ତିମ ଯାତ୍ରା ସମୟରେ ତାଙ୍କୁ କାନ୍ଧ ଦେଇ ଟ୍ରୋଲ ହୋଇଥିବା ମନ୍ଦିରା ବେଦୀଙ୍କ ସପକ୍ଷରେ ବାହାରିଛନ୍ତି ବଲିଉଡ ଗାୟିକା ସୋନା ମହାପାତ୍ର। ସ୍ୱାମୀଙ୍କ  ହଠାତ୍‌ ମୃତ୍ୟୁ ଯୋଗୁ ପୂରା ଭାଙ୍ଗି ପଡ଼ିଥିବା ମନ୍ଦିରାଙ୍କ  ସପୋର୍ଟରେ ବାହାରିବା ପରେ ତାଙ୍କୁ ଲୋକେ ଖୁବ୍‌ ପ୍ରଶଂସା କରିଛନ୍ତି।

ନିକଟରେ ବଲିଉଡ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ତଥା ନିର୍ଦ୍ଦେଶକ ରାଜ କୌଶଲଙ୍କ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ପରେ ରାଜଙ୍କ ଅନ୍ତିମ ଯାତ୍ରାରେ ପତ୍ନୀ ମନ୍ଦିରା ତାଙ୍କ ମୃତଦେହକୁ କାନ୍ଧ ଦେଇଥିଲେ । ଏଥିସହ ଅନ୍ୟ ସବୁ ରିତିନୀତି ମଧ୍ୟ ପାଳନ କରିଥିଲେ ।

ପୂର୍ବ ପରମ୍ପରାକୁ ଭାଙ୍ଗି ମନ୍ଦିରା ଯେଉଁଭଳି ଏହି ରିତିନୀତିକୁ ପାଳନ କରିଥିଲେ, ତାହା ଦେଖି ତାଙ୍କୁ ଅନେକ ଲୋକେ ପ୍ରଶଂସା କରୁଛନ୍ତି । ସେହିପରି ଆଉ କିଛି ଲୋକ ତାଙ୍କୁ ସୋଶାଲ ମିଡିଆରେ ଟ୍ରୋଲ ମଧ୍ୟ କରିଛନ୍ତି ।

ମନ୍ଦିରା ସ୍ୱାମୀଙ୍କ ଅନ୍ତିମ ସଂସ୍କାର ବେଳେ ଟି-ସାର୍ଟ ଓ ପ୍ୟାଣ୍ଟ ପିନ୍ଧିଥିଲେ । ଏଥିସହ ସ୍ୱାମୀଙ୍କ ପାର୍ଥିବ ଶରୀରକୁ କାନ୍ଧ ଦେଇଥିଲେ । ତେବେ ମନ୍ଦିରାଙ୍କ ଏଭଳି କରିବା ଏବେ ଅନେକ ଲୋକଙ୍କୁ ପସନ୍ଦ ଆସିନୁ । ତାଙ୍କୁ ସୋଶାଲ ମିଡିଆରେ ଜୋରଦାର୍ ଟ୍ରୋଲ୍ କରାଯାଉଥିବା ଦେଖି ମନ୍ଦିରାଙ୍କ ସମର୍ଥନରେ ବାହାରିଛନ୍ତି ବଲିଉଡ ଗାୟିକା ସୋନା ମହାପାତ୍ର ।

ସୋନା  ଟ୍ରୋଲ କରୁଥିବା ଲୋକଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି । ସେ ଟୁଇଟ୍ କରି କହିଛନ୍ତି, ‘ଲୋକେ ଏବେ ବି ମନ୍ଦିରା ବେଦୀଙ୍କ ଡ୍ରେସ୍ କୋଡ୍‌, ସ୍ୱାମୀ ରାଜ କୌଶଲଙ୍କୁ ତାଙ୍କ ଅନ୍ତିମ ଯାତ୍ରାରେ କାନ୍ଧ ଦେବାକୁ ଦେଇ କମେଣ୍ଟ କରୁଛନ୍ତି, ଏହା ମୋତେ ସରପ୍ରାଇଜ୍ କରୁନି । ଆମ ଦେଶରେ କୌଣସି ବି ଅନ୍ୟ ଜିନିଷ ତୁଳନାରେ ମୁର୍ଖତା ସବୁଠୁ ଅଧିକ ରହିଛି ।’

ସୋନା ମହାପାତ୍ରଙ୍କ ଏଭଳି ଟୁଇଟ୍‌କୁ ଲୋକେ ସମର୍ଥନ କରିଛନ୍ତି । ସୋନା ମହାପାତ୍ରଙ୍କ ଏଭଳି ବିଚାର ଧାରାକୁ ପ୍ରଶଂସା ମଧ୍ୟ କରିଛନ୍ତି ।

ସୂଚନା ମୁତାବକ ବୁଧବାର ଦିନ ୪୯ ବର୍ଷୀୟ ନିର୍ଦ୍ଦେଶକ ରାଜ କୌଶଲଙ୍କ ହୃଦ୍‌ଘାତରେ ଦେହାନ୍ତ ହୋଇଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ ମନ୍ଦିରା ପୁରାପୁରି ଭାଙ୍ଗି ପଡିଥିବା ଦେଖିବାକୁ ମିଳିଥିଲା ।

The post ମନ୍ଦିରାଙ୍କ ସପକ୍ଷରେ ବାହାରିଲେ ସୋନା, ଦେଲେ ମୁହଁତୋଡ଼ ଜବାବ appeared first on Odisha Reporter.



from Odisha Reporter https://ift.tt/3Ao1WIV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages