ତତକ୍ଷଣାତ ମେସେଜ ପଠାଇବାରେ ଏବେ ହ୍ୱାଟସଆପ ମୋବାଇଲ ଆପ୍ ସାରା ବିଶ୍ୱରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଏହାକୁ ଟକ୍କର ଦେବା ପାଇଁ ଅନେକ କମ୍ପାନୀ ରହିଛି ସେଥିମଧ୍ୟରୁ ଟେଲିଗ୍ରାମ ଅନ୍ୟତମ। ଏବେ ହ୍ୱାଟସ ଆପ ଅପେକ୍ଷା ଟେଲିଗ୍ରାମରେ ଅଧିକ ଫିଚର ହେଉଥିବାରୁ ଲୋକପ୍ରିୟତା ବୃଦ୍ଧି ପାଉଛି। ହେଲେ ଏମିତି କିଛି ଫିଚର ହ୍ୱାଟସଆପରେ ରହିଛି ଯାହାକି ଟେଲିଗ୍ରାମରେ ନଥିଲା। ତେଣୁ ହ୍ୱାଟସଆପ ଟେଲିଗ୍ରାମ ଅପେକ୍ଷା ଅଧିକ ଆଦୃତ ହେଉଥିଲା।
ଏବେ କିନ୍ତୁ ହ୍ୱାଟସଆପର ସେହି ଫିଚରକୁ ଟେଲିଗ୍ରାମ ନିଜର ଫିଚରରେ ସାମିଲ କରିଛି। ଏହି ନୂଆ ଫିଚର ହେଉଛି ଗ୍ରୁପ ତିଆରି କରିବା। ହ୍ୱାଟସଆପରେ ଗ୍ରୁପ ତିଆରି କରାଯାଇ ଚାଟ କରି ହେଉଥିଲା। ଏହି ଫିଚର କିନ୍ତୁ ଟେଲିଗ୍ରାମରେ ନଥିଲା। ଟେଲିଗ୍ରାମର ଏହି ନୂଆ ଫିଚରରେ ଗ୍ରୁପ୍ ଭିଡିଓ କଲ୍ ମଧ୍ୟ କରିହେବ। ଏହି ଟେଲିଗ୍ରାମର ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ୟୁଜରଙ୍କ ପାଇଁ ଉପଲବ୍ଧ। ଏବେ ଗ୍ରୁପ ଭଏସ୍ ଚାଟ୍ ଭିଡିଓ କଲରେ ରୂପାନ୍ତର କରିହେବ।
ଟେଲିଗ୍ରାମ ୟୁଜରମାନେ ଏବେ ସ୍କ୍ରିନ୍ ଶେଆର ଫିଚର ବ୍ୟବହାର କରି ସ୍କ୍ରିନ୍ ଶେୟାର କରିବାକୁ ସମର୍ଥ ହେବେ। ଏବେ ଗ୍ରୁପ୍ କଲିଂ ପାଇଁ ସଦସ୍ୟଙ୍କ ସଂଖ୍ୟା ୩୦ ରହିଛି, କିନ୍ତୁ ପରେ ଏହାକୁ ବୃଦ୍ଧି କରାଯାଇପାରିବ। ଟେଲିଗ୍ରାମ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ନୂଆ ଫିଚର ଉପରେ ୟୁଜର ମାନେ ଯେକୌଣସି ବର୍ଗର ଲୋକଙ୍କ ସହିତ ଭଏସ୍ ଚାଟ, ଗ୍ରୁପ୍ ଭିଡିଓ କଲରେ ରୂପାନ୍ତର କରିବାରେ ସକ୍ଷମ ହେବେ। ଏହି ବୈଶିଷ୍ଟ୍ୟ ପାଇଁ, ୟୁଜରଙ୍କୁ ଡିଜିକମ୍ ଆଇକନ୍ ବ୍ୟବହାର କରିବାକୁ ହେବ।
The post ଟେଲିଗ୍ରାମ ଆପରେ ଆସିଲା ନୂଆ ଫିଚର appeared first on Odisha Reporter.
from Odisha Reporter https://ift.tt/3Anubr8
No comments:
Post a Comment