ତୃତୀୟ ଦେଶ ଭାବେ ଭାରତରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ଟପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 1, 2021

ତୃତୀୟ ଦେଶ ଭାବେ ଭାରତରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ଟପିଲା

ନୂଆଦିଲ୍ଲୀ: ଭାରତରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ଟପିଛି। ଆମେରିକା, ବ୍ରାଜିଲ ପରେ ତୃତୀୟ ଦେଶ ଭାବରେ ଭାରତରେ ୪ ଲକ୍ଷରୁ ଅଧିକ ଲୋକ ଏହି ମହାମାରୀରେ ଆଖି ବୁଜିଛନ୍ତି। ଗୁରୁବାର ଭାରତରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷରୁ ଅଧିକ ଅତିକ୍ରମ କରିଛି। ଆମେରିକାରେ ଏବେ ଛଅ ଲକ୍ଷରୁ ଅଧିକ ମୃତ୍ୟୁ ସଂଖ୍ୟା ରହିଥିବା ବେଲେ ବ୍ରାଜିଲରେ ୫.୨ଲକ୍ଷ, ମେକ୍ସିକୋରେ ୨.୩ ଲକ୍ଷ, ପେରୁରେ ୧.୯ ଲକ୍ଷ ମୃତ୍ୟୁସଂଖ୍ୟା ରହିଛି। ଭାରତ ତଳକୁ ରୁଷିଆ, ବ୍ରିଟେନ, ଇଟାଲୀ, ଫ୍ରାନ୍ସ ଏବଂ କଲମ୍ବିଆ ଆଦି ଦେଶ ରହିଥିବା ସୂଚନା ରହିଛି।

ମିଳିଥିବା ସୂଚନା ଅନୁଯାୟୀ ଭାରତ ଏବଂ ବ୍ରାଜିଲରେ କୋଭିଡ ସଂକ୍ରମଣ କ୍ରମଶଃ ହ୍ରାସ ଦେଖା ଯାଉଥିବା ବେଳେ ବ୍ରିଟେନ, ରୁଷିଆ, ଆମେରିକା, ମେକ୍ସିକୋ, ଥାଇଲ୍ୟାଣ୍ଡରେ କରୋନା ସଂକ୍ରମଣରେ ବୃଦ୍ଧି ଘଟିଛି।

ସମଗ୍ର ବିଶ୍ୱରେ କରୋନାରେ ୧୮.୨୫ କୋଟି ଲୋକ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୯.୫୩ ଲକ୍ଷରେ ପହଞ୍ଚିଛି। ଏବେ ସୁଦ୍ଧା ସାରା ବିଶ୍ୱରେ ୩୦୮.୬୧ କୋଟି ଟିକା ଟିକା ଦିଆଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଏବେ ଦେଶରେ ଟିକାକରଣ ୩୪ କୋଟିରେ ପହଞ୍ଚିଛି। ଡିସେମ୍ବର ୨୦୨୧ ସୁଦ୍ଧା ସମଗ୍ର ଜନସଂଖ୍ୟାକୁ ଟିକାକରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର କରୋନା ରିସୋର୍ସ ସେଣ୍ଟର ଅନୁଯାୟୀ ଭାରତର ଜନସଂଖ୍ୟାର ୪.୨୩ ପ୍ରତିଶତ ବର୍ତ୍ତମାନ ଟିକା ନେଇଛନ୍ତି। ସାରା ବିଶ୍ୱରେ ମୋଟ୍ ୩୦୮.୬୧ ନିୟୁତ ଟିକା ଦିଆଯାଇଛି।

The post ତୃତୀୟ ଦେଶ ଭାବେ ଭାରତରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ଟପିଲା appeared first on Odisha Reporter.



from Odisha Reporter https://ift.tt/364ZTeT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages