ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ତେଲ ଓ ରନ୍ଧନ ଗ୍ୟାସର ଅତ୍ୟଧିକ ଦର ବୃଦ୍ଧିକୁ ନେଇ ଆଜି ଶୋଭାଯାତ୍ରାକୁ ଓହ୍ଲାଇଛି ରାଜ୍ୟ କଂଗ୍ରେସ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିକ ଛକରେ ଶତାଧିକ ସଂଖ୍ୟାରେ କଂଗ୍ରେସ କର୍ମୀ ଏକାଠି ହୋଇ ଶୋଭାଯାତ୍ରା କରିଛନ୍ତି ।
ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି କର୍ମୀ। ଏଥିରେ ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ, ସୁର ରାଉତରାୟ ପ୍ରମୁଖ ସାମିଲ ହୋଇଛନ୍ତି । ସେହିଭଳି ମହିଳା କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରତିବାଦ ଶୋଭାଯାତ୍ରା ବାହାରିଛି । ଏହି ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ମହିଳା କର୍ମୀ ସାମିଲ ହୋଇଛନ୍ତି ।
ଏନେଇ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ନିଶ୍ଚିତ ଭାବେ ଏହାର ପ୍ରଭାବ ପଡ଼ିବ । ଯେଉଁଭଳି ଭାବେ ଡିଜେଲ, ପେଟ୍ରୋଲ ଦର ବୃଦ୍ଧି ବଢ଼ୁଛି, ସେଥିପାଇଁ ସବୁ ଜିନିଷର ଦାମ ମଧ୍ୟ ବଢ଼ୁଛି। ଫଳରେ ଲୋକ ମଧ୍ୟ ହନ୍ତସନ୍ତ ହେଉଛନ୍ତି। ତା ’ ବିରୋଧରେ ପ୍ରତିବାଦ କରୁଛୁ।
ଏହାବାଦ ଆସନ୍ତା ୧୫ ତାରିଖରେ ବାମ ଦଳ ପକ୍ଷରୁ ଦିଆଯାଇଥିବା ପେଟ୍ରୋଲ ନ ପକାଇବା ଡାକରାକୁ କଂଗ୍ରେସ ସମର୍ଥନ କରିବ। ଗୋଟିଏ ଦିନ କେହି ଡିଜେଲ, ପେଟ୍ରୋଲ, ଗ୍ୟାସ ନ କିଣିବାକୁ ଦଳ ପକ୍ଷରୁ ଅନୁରୋଧ କରାଯାଉଛି। ୧୭ ତାରିଖରେ ଦସ୍ତଖତ ସଂଗ୍ରହ କରି ଦରଦାମ କମାଇବା ପାଇଁ ସରକାରଙ୍କ ପାଖରେ ଦାବି ଜଣାଇବୁ ବୋଲି କହିଛନ୍ତି ପିସିସି ସଭାପତି।
ଅପରପକ୍ଷେ, ଏନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉରରାୟ କହିଛନ୍ତି, ଡିଜେଲ, ପେଟ୍ରୋଲ , ଖାଇବା, ତେଲ, ଗ୍ୟାସ ଆଦି ସବୁ ଜିନିଷର ଦାମ ହୁ ହୁ ହୋଇ ବଢ଼ୁଛି। ଏଥିରେ ଅତିଷ୍ଠ ହୋଇଗଲେଣି ସାଧାରଣ ଲୋକ । ତେଣୁ ମୋଦି ଦରଦାମ କମା ନଚେତ ଗାଦି ଛାଡ଼ ବୋଲି କହିଛନ୍ତି ସୁର।
The post ‘ଦରଦାମ୍ କମା ନଚେତ ଗାଦି ଛାଡ଼ ମୋଦି’ appeared first on Odisha Reporter.
from Odisha Reporter https://ift.tt/3xEYUym
No comments:
Post a Comment