ଇସଲାମାବାଦ: ପାକିସ୍ତାନର ଉତ୍ତରପୂର୍ବରେ ଏକ ବସରେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ମୃତକଙ୍କ ମଧ୍ୟରେ ୬ ଜଣ ଚାଇନାର ଇଞ୍ଜିନିୟର ବୋଲି ଜଣାପଡ଼ିଛି। ଏହି ବିସ୍ଫୋରଣ ଏକ ବସରେ ହୋଇଛି। ଯେଉଁ ବସରେ ୩୦ ଜଣ ଚାଇନାର ଲୋକ ଥିଲେ। ଏହି ବସଟି ଦାସୁ ଡ୍ୟାମ ନାମକ ଏକ ନିର୍ମାଣ ସ୍ଥାନକୁ ଯାଉଥିଲା। ମୃତକଙ୍କ ମଧ୍ୟରେ ୪ ପାକିସ୍ତାନୀ ରହିଥିବା ସୂଚନା ରହିଛି।
ବିସ୍ଫୋରଣଟି ବସକୁ ଲକ୍ଷ୍ୟ ରଖି କରାଯାଇଥିବା ଅଭିଯୋଗ ହୋଇଛି। ତେବେ ବିସ୍ଫୋରଣ ପଛର ଅସଲ କାରଣ ଜଣାପଡ଼ିନି। ବିସ୍ଫୋରଣ ପରେ ବସଟି ଏକ ଗଭୀର ଖାଲକୁ ଖସିପଡିଛି। ତେଣୁ ଆଗାମୀ ସମୟରେ ମୃତ୍ୟୁ ଏବଂ ଆହତଙ୍କ ସଂଖ୍ୟା ବଢ଼ିପାରେ। ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁଯାୟୀ ପାକିସ୍ତାନରେ ହୋଇଥିବା ଏହି ବିସ୍ଫୋରଣରେ ସେଠାରେ ଏକ ପ୍ରକଳ୍ପରେ କାମ କରୁଥିବା ଚାଇନାର ନାଗିରକ ମୃତ୍ୟୁର ଶିକାର ହୋଇଥିବା ବେଳେ ଅନେକ ନାଗରିକ ଆହତ ହୋଇଛନ୍ତି। ପାକିସ୍ତାନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୪ ଜଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଏହି ଘଟଣା ପରେ ଜଣେ ଚାଇନାର ଇଞ୍ଜିନିୟର ଏବଂ ଜଣେ ସେନା ନିଖୋଜ ଅଛନ୍ତି ବୋଲି ସୂଚନା ରହିଛି।
The post ପାକିସ୍ତାନରେ ବିସ୍ଫୋରଣ, ୬ ଚାଇନିଜ୍ ଇଞ୍ଜିନିୟର ମୃତ appeared first on Odisha Reporter.
from Odisha Reporter https://ift.tt/3kmQZlD
No comments:
Post a Comment