ଅର୍ଥ ମନ୍ତ୍ରଣାଳୟରେ ମିଶିଲା ସାଧାରଣ ଉଦ୍ୟୋଗ ବିଭାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 7, 2021

ଅର୍ଥ ମନ୍ତ୍ରଣାଳୟରେ ମିଶିଲା ସାଧାରଣ ଉଦ୍ୟୋଗ ବିଭାଗ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ସାଧାରଣ ଉଦ୍ୟୋଗ ବିଭାଗକୁ ଅର୍ଥ ମନ୍ତ୍ରଣାଳୟରେ ବିଲୀନ କରାଯାଇଛି। ଏବେ ଏହି ବିଭାଗ ଅର୍ଥ ମନ୍ତ୍ରଣାଳୟ ଅଧୀନରେ କାମ କରିବ। ଅର୍ଥ ମନ୍ତ୍ରଣାଳୟର ବିଜନେସ ରୁଲର ସିରିଏଲ୍‌ ଏଫ ଶ୍ରେଣୀରେ ସାଧାରଣ ଉଦ୍ୟୋଗ ବିଭାଗ ରହିବ।

ଏହି ମିଶ୍ରଣ ପରେ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ୬ଟି ବିଭାଗ ହୋଇଯାଇଛି। ବିଶେଷଜ୍ଞଙ୍କ ମତରେ ଏଭଳି ଆଭିମୁଖ୍ୟ ପରେ ସରକାର ବେଶ ସହଜରେ ଡିସଇନଭେଷ୍ଟମେଣ୍ଟ ଓ ପିଏସ୍ଇଗୁଡ଼ିକର ଘରୋଇ କରଣ କରିପାରିବେ। ପୂର୍ବରୁ ସାଧାରଣ ଉଦ୍ୟୋଗୀ ବିଭାଗ ଓ ଭାରୀ ଶିଳ୍ପ ଏକାଠି କାମ କରୁଥିଲେ। କିନ୍ତୁ ଏବେ ଏହାକୁ କେବଳ ଭାରୀ ଶିଳ୍ପ କୁହାଯିବ।

ଏହାଦ୍ୱାରା ପିଏସ୍ଇଗୁଡ଼ିକରେ ସୃଷ୍ଟି ହେଉଥିବା ସମସ୍ୟାକୁ ଭଲ ଭାବେ ବୁଝାଯାଇପାରିବ। ସେହିପରି ବନ୍ଦ ହୋଇଥିବା ପିଏସ୍‌ଇଗୁଡ଼ିକୁ ପୁଣିଥରେ କାର୍ଯ୍ୟକ୍ଷମ କରିବାକୁ ବ୍ୟବସ୍ଥା ହୋଇପାରିବ। ଯେଉଁ ପିଏସ୍‌ଇଗୁଡ଼ିକ ଭଲ ପ୍ରଦର୍ଶନ କରୁ ନଥିବେ, ସେଗୁଡ଼ିକୁ ମଧ୍ୟ ସହଜରେ ବନ୍ଦ କରାଯାଇ ପାରିବ।

The post ଅର୍ଥ ମନ୍ତ୍ରଣାଳୟରେ ମିଶିଲା ସାଧାରଣ ଉଦ୍ୟୋଗ ବିଭାଗ appeared first on Odisha Reporter.



from Odisha Reporter https://ift.tt/3hELlYZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages