ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ ଆଉ ନାହାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 7, 2021

ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ ଆଉ ନାହାନ୍ତି

ଶିମଲା: କଂଗ୍ରେସର ଟାଣୁଆ ନେତା ତଥା ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ଦେହାନ୍ତ ହୋଇଛି। ଆଜି ଭୋର ୩.୪୦ ମିନିଟ୍‌ ସମୟରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନରୁ ବୟସ ଜନିତ ରୋଗୀରେ ପୀଡ଼ିତ ଥିଲେ।

ଶିମଲାର ଇନ୍ଦିରା ଗାନ୍ଧି ମେଡିକାଲ କଲେଜରେ ସେ ଚିକିତ୍ସିତ ହେଉଥିବା ବେଳେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ଚିକିତ୍ସା କରୁଥିବା ଡା ଜନକ ରାଜ କହିଛନ୍ତି, ସୋମବାର ବୀରଭଦ୍ର ହୃଦଘାତର ଶିକାର ହୋଇଥିଲେ। ଏଥିପାଇଁ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା।

ତାଙ୍କୁ ହସ୍ପିଟାଲର କ୍ରିଟିକାଲ କେୟାର ୟୁନିଟରେ ଚିକିତ୍ସା ଯୋଗାଇ ଦିଆଯାଉଥିଲା। ବୁଧବାର ତାଙ୍କ ଅବସ୍ଥା ଆହୁରି ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଏହି ସମୟରେ ତାଙ୍କର ଚିକିତ୍ସା ହୃଦରୋଗ ବିଶେଷଜ୍ଞ ଟିମ୍‌ ଦ୍ୱାରା କରାଯାଉଥିଲା। କିନ୍ତୁ ଆଜି ଭୋର ସମୟରେ ତାଙ୍କର ଦେହାନ୍ତ ହୋଇଛି। ବୀରଭଦ୍ରଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ଜୁନ୍‌ ୧୧ରେ ବୀରଭଦ୍ର ଦୁଇ ମାସରେ ଦ୍ୱିତୀୟ ଥର କରୋନାରେ ଆକ୍ରାନ୍ତ ହୋଇଥିଲେ। ପୂର୍ବରୁ ଏପ୍ରିଲ ୧୨ରେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହି ସମୟରେ ତାଙ୍କୁ ଚଣ୍ଡିଗଡ଼ରେ ଥିବା ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସେ ସୁସ୍ଥ ହେବା ପରେ ଏପ୍ରିଲ ୩୦ ତାରିଖରେ ଶିମଲା ସ୍ଥିତ ହୋଲି ଲଜ୍‌ରେ ଥିବା ତାଙ୍କ ଘରକୁ ଫେରିଥିଲେ। କିନ୍ତୁ ଘରେ ପହଞ୍ଚିବାର କିଛି ଘଣ୍ଟା ପରେ ସେ ପୁଣିଥରେ ଅସୁସ୍ଥ ହେବାରୁ ତାଙ୍କୁ ଇନ୍ଦିରା ଗାନ୍ଧି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ହସ୍ପିଟାଲରେ ରହି ସେ ଚିକିତ୍ସିତ ହେଉଥିଲେ।

୯ଥର ବିଧାୟକ ଓ ୫ ଥର ସାଂସଦ ହୋଇଥିବା ବୀରଭଦ୍ର ହିମାଚଳ ପ୍ରଦେଶର ୬ଥର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ପତ୍ନୀ ପ୍ରତିଭା ସିଂହ ଓ ପୁଅ ବିକ୍ରମାଦିତ୍ୟ ମଧ୍ୟ ରାଜନୀତିରେ ଅଛନ୍ତି। ପ୍ରତିଭା ପୂର୍ବତନ ସାଂସଦ ହୋଇଥିବା ବେଳେ ବିକ୍ରମାଦିତ୍ୟ ଶିମଲା ଗ୍ରାମାଞ୍ଚଳର ବିଧାୟକ ଭାବେ କାର୍ଯ୍ୟ କରୁଛନ୍ତି।

ଏହି ଭେଟରାନ କଂଗ୍ରେସ ନେତା ଜଣଙ୍କ ପ୍ରଥମଥର ପାଇଁ ୧୯୮୩ ମସିହା ଏପ୍ରିଲ ୮ରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ୧୯୯୮ରୁ ୨୦୦୩ ଯାଏ ହିମାଚଳ ପ୍ରଦେଶର ବିରୋଧୀ ଦଳ ନେତା ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ବୀରଭଦ୍ର କେନ୍ଦ୍ରରେ ଏକାଧିକ ମନ୍ତ୍ରୀ ପଦ ସମ୍ଭାଳିଛନ୍ତି।

ସେ ହିମାଚଳ ପ୍ରଦେଶର ୧୩ତମ ବିଧାନସଭାକୁ ୨୦୧୭ ଡିସେମ୍ବର ମାସରେ ନିର୍ବାଚିତ ହୋଇଥିଲେ। ୧୯୬୨ରେ ବୀରଭଦ୍ର ପ୍ରଥମଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ୧୯୬୭, ୧୯୭୧,୧୯୮୦ ଓ ୨୦୦୯ରେ ମଧ୍ୟ ଲୋକସଭାକୁ ଯାଇଥିଲେ। ୧୯୩୪ ମସିହା ଜୁନ୍‌ ୨୩ରେ ଜନ୍ମ ଗ୍ରହଣ କରିଥିବା ବୀରଭଦ୍ର ୧୯୭୭,୧୯୭୯,୧୯୮୦ ଓ ୨୦୧୨ ମସିହାରେ କଂଗ୍ରେସର ହିମାଚଳ ମୁଖ୍ୟ ହୋଇଥିଲେ।

The post ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ ଆଉ ନାହାନ୍ତି appeared first on Odisha Reporter.



from Odisha Reporter https://ift.tt/3jU2SPu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages