ଟୋକିଓ ଅଲିମ୍ପିକ୍ସ: ଭାରତ ପାଇଁ ଦ୍ୱିତୀୟ ପଦକ ନିଶ୍ଚିତ କଲେ ଲଭଲିନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 29, 2021

ଟୋକିଓ ଅଲିମ୍ପିକ୍ସ: ଭାରତ ପାଇଁ ଦ୍ୱିତୀୟ ପଦକ ନିଶ୍ଚିତ କଲେ ଲଭଲିନା

ନୂଆଦିଲ୍ଲୀ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତ ଗୋଟିଏ ପଦକ ପାଇ ସାରିଥିବା ବେଳେ ଆଉ ଏକ ପଦକ ନିଶ୍ଚିତ କରିଛନ୍ତି ମହିଳା ବକ୍ସର ଲଭଲିନା ବୋର୍ଗୋହେନ୍‌। କାରଣ ସେ ସେମି ଫାଇନାଲରେ ପ୍ରବେଶ କରିଛନ୍ତି।

କ୍ୱାର୍ଟର ଫାଇନାଲ୍‌ରେ ଲଭଲିନା ତାଇପେଇର ପୂର୍ବତନ ୱାର୍ଲ୍ଡ ଚାମ୍ପିଅନ୍ ଚେନ୍ ନିଅନ-ଚିନ୍‌ଙ୍କୁ ପରାସ୍ତ କରି ସେମି ଫାଇନାଲ୍‌ରେ ପହଞ୍ଚିଛନ୍ତି। ମହିଳା ୱେଲରୱେଟ୍‌ ୬୯ କେଜି ବର୍ଗରେ ଲଭଲିନାଙ୍କୁ ଏହି ସଫଳତା ମିଳିଛି।

ଆସାମର ଏହି ୨୩ ବର୍ଷୀୟା ବକ୍ସର କ୍ୱାର୍ଟର ଫାଇନାଲ୍‌ରେ ତାଇପେଇର ପ୍ରତିଯୋଗୀଙ୍କ ଉପରେ ଭାରି ପଡ଼ିଥିଲେ। ସେ ଚେନ୍ ନିଅନ୍-ଚିନ୍‌ଙ୍କୁ ଚାପରେ ରଖିଥିଲେ।

ସେମି ଫାଇନାଲ୍‌ରେ ପ୍ରବେଶ କରିଥିବା ଯୋଗୁ ସେ ଗୋଟିଏ ପଦକ ପାଇବା ନିଶ୍ଚିତ ହୋଇଯାଇଛି। କାରଣ ସେମି ଫାଇନାଲ୍‌ରେ ପରାଜିତ ହେଉଥିବା ଦୁଇ ବକ୍ସରଙ୍କୁ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଏ।

ତେଣୁ ମ୍ୟାରୀ କମ୍‌ ଓ ବିଜେନ୍ଦ୍ର ସିଂହଙ୍କ ପରେ ଅଲିମ୍ପିକ୍ସରେ ପଦକ ଜିତିବାରେ ଲଭଲିନା ହେବେ ତୃତୀୟ ଭାରତୀୟ ବକ୍ସର।

କ୍ୱାର୍ଟର ଫାଇନାଲ୍‌ରେ ଜିତିବା ପରେ ଏକ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ଲଭଲିନା କହିଛନ୍ତି, ‘ବହୁତ ଭଲ ଅନୁଭବ କରୁଛି। ସେମି ଫାଇନାଲ୍‌ରେ ଏହାଠୁ ଆହୁରି ଭଲ କରିବାକୁ ନିଶ୍ଚିତ ପ୍ରୟାସ କରିବି। ମୁଁ ଭାରତ ପାଇଁ ଏକ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଚାହୁଁଛି।’

ମଙ୍ଗଳବାର ପ୍ରି-କ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ଲଭଲିନା ଜର୍ମାନୀର ଭେଟେରାନ୍ ବକ୍ସର୍ ନାଡିନ୍ ଆପେଜଙ୍କୁ ୩-୨ ପଏଣ୍ଟରେ ହରାଇ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲେ।

ସୂଚନାଯୋଗ୍ୟ, ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ଦେଇଛନ୍ତି ମୀରାବାଈ ଚାନୁ। ସେ ଭାରୋତ୍ତୋଳନରେ ୪୯ କେଜି ମହିଳା ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି।

The post ଟୋକିଓ ଅଲିମ୍ପିକ୍ସ: ଭାରତ ପାଇଁ ଦ୍ୱିତୀୟ ପଦକ ନିଶ୍ଚିତ କଲେ ଲଭଲିନା appeared first on Odisha Reporter.



from Odisha Reporter https://ift.tt/3fdmpY1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages