ଉଠୁଛି R ଭେଲ୍ୟୁ, ବଢ଼ୁଛି ତୃତୀୟ ଲହର ଆଶଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 29, 2021

ଉଠୁଛି R ଭେଲ୍ୟୁ, ବଢ଼ୁଛି ତୃତୀୟ ଲହର ଆଶଙ୍କା

ନୂଆଦିଲ୍ଲୀ: ଆର ଭେଲ୍ୟୁ ଜରିଆରେ ଦେଶରେ କରୋନା ସଂକ୍ରମଣର ସ୍ଥିତି ଜଣାପଡ଼େ। ଏବେ ଏହି ଆର ଭେଲ୍ୟୁ ବିଭିନ୍ନ ରାଜ୍ୟ ଏବଂ ସହରରେ ବଢ଼ିଛି। ଯାହାକି ତୃତୀୟ ଲହର ଆଉ ଅଳ୍ପ ଦିନ ବୋଲି ଆଶଙ୍କା ପ୍ରକାଶ କରିଛି। ଆର ଭେଲ୍ୟୁ ୧ ପଏଣ୍ଟ ତଳେ ରହିଲେ ଠିକ୍ । ହେଲେ ଏବେ ଏହି ଭେଲ୍ୟୁ ୧.୧୧ ରହିଛି କେରଳରେ। ଯେଉଁଠି ଦୈନିକ ସଂକ୍ରମିତ ବ୍ୟକ୍ତି ବିଗତ ତିନି ଦିନ ହେବ ୨୨ ହଜାର ପାଖାପାଖି ରହିଛି। ଏହାବାଦ ମହାରାଷ୍ଟ୍ରର ପୁଣେରେ ମଧ୍ୟ ଏହି ଭେଲ୍ୟୁ ବୃଦ୍ଧି ହେବା ସମ୍ଭାବ୍ୟ ତୃତୀୟ ଲହରକୁ ଇଙ୍ଗିତ ଦେଇଛି ବୋଲି ଆକଳନ କରାଯାଉଛି। ଆର ଭେଲ୍ୟୁ ଦର୍ଶାଏ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ପଜିଟିଭ୍ ହେବାର ସମ୍ଭାବନା।

ଚେନ୍ନାଇର ଗଣିତଜ୍ଞ ଟିମ୍ କରୋନା ସଂକ୍ରମିତ ସଂଖ୍ୟାକୁ ଅନୁଧ୍ୟାନ କରି କହିଛନ୍ତି, ଦେଶରେ ଏବେ ଦୁଇଟି ମହାନଗର ପୁଣେ ଏବଂ ଦିଲ୍ଲୀରେ ଆର ଭେଲ୍ୟୁ ପାଖାପାଖି ୧ ରହିଛି। ଏହି  ଟିମର ନେତୃତ୍ୱ ନେଉଥିବା ସିତାଭ୍ର ସିହ୍ନା କହିଛନ୍ତି, ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଯାହାର ଆର ଭେଲ୍ୟୁ ୧ ପାଖାପାଖି ରହିଛି। ଆଗାମୀ ଦିନରେ ଏହି ଭେଲ୍ୟୁ ଉପର ମୁହାଁ ହୋଇପାରେ। ସେହିପରି ରାଜ୍ୟ ମଧ୍ୟରୁ କେରଳରେ ଏହି ଆର ଭେଲ୍ୟୁ ୧.୧ ରହିଛି।

ନିଜ ଟିମର ଅନୁଧ୍ୟାନକୁ ବିସ୍ତୁତ ଭାବରେ ବୁଝାଇ ସେ କହିଛନ୍ତି ଏହି ଭେଲ୍ୟୁ ୧ ତଳେ ରହିଲେ ଭଲ। କିନ୍ତୁ ଏବେ ଏହି ଭେଲ୍ୟୁ ବୃଦ୍ଧି ପାଇବ। ଏହାର କାରଣ କେରଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଖାଲି ଦକ୍ଷିଣ ଭାରତରେ ନୁହେଁ ପୂର୍ବରେ ମଧ୍ୟ ଆର ଭେଲ୍ୟୁ କ୍ରମଶଃ ବୃଦ୍ଧି ପାଉଛି। ପୂର୍ବ ଭାରତରେ ତ୍ରିପୁରାରେ ଯଦିଓ ଆର ଭେଲ୍ୟୁ ୧ ତଳେ ରହିଛି ହେଲେ ମଣିପୁରରେ ୧ ପାଖରୁ ଟିକିଏ କମ୍ ରହିଛି। ସେହିପରି ଉତ୍ତରାଖଣ୍ଡରେ ଆର ଭେଲ୍ୟୁ ୧ ପାଖାପାଖି ରହିଛି।

ଆର ଭେଲ୍ୟୁ କ’ଣ ଏହା କିପରି ଗଣନା କରାଯାଏ?

ଆର ଭେଲ୍ୟୁ ବା ଏକ ସଂଖ୍ୟା ଯାହାକି କରୋନା ସଂକ୍ରମଣର ଏକ ମାପକ ବୋଲି ସୂଚାଏ। ସଂକ୍ରମଣ କେତେ ଶୀଘ୍ର ବିସ୍ତାର ହେଉଛି ତାର ଆକଳନ ହେଉଛି ଆର କିମ୍ବା ‘ପ୍ରଭାବଶାଳୀ ପ୍ରଜନନ ସଂଖ୍ୟା’। ଏହି ସଂଖ୍ୟା ଦର୍ଶାଏ ଯେ ହାରାହାରି କେତେ ଲୋକ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ପଜିଟିଭ୍ ହେବାର ସମ୍ଭାବନା ରହିଛି। ଆର ଭେଲ୍ୟୁ ୧ ତଳେ ରହିଲେ କରୋନା ନିୟନ୍ତ୍ରଣରେ ରହିଛି। ଆର ଭେଲ୍ୟୁ ୦.୯୫ର ଅର୍ଥ ହେଉଛି ପ୍ରତ୍ୟେକ ୧୦୦ ସଂକ୍ରମିତ ଲୋକ ହାରାହାରି ୯୫ ଜଣଙ୍କୁ ସଂକ୍ରମିତ କରିବେ। ଯଦି ଆର-ମୂଲ୍ୟ ଏକରୁ କମ୍, ଏହାର ଅର୍ଥ ହେଉଛି ଯେ ପୂର୍ବ ଅବସ୍ଥାରେ ସଂକ୍ରମିତ ଲୋକଙ୍କ ସଂଖ୍ୟାଠାରୁ ନୂଆ ସଂକ୍ରମିତ ଲୋକଙ୍କ ସଂଖ୍ୟା କମ୍ ହେବ। ଅର୍ଥାତ୍ ଏହି ରୋଗର ସଂଖ୍ୟା ହ୍ରାସ ପାଉଛି। ଆର ଭେଲ୍ୟୁ କମ୍ ହେଲେ ସଂକ୍ରମଣ ହ୍ରାସ ପାଇବ। ଅପରପକ୍ଷେ ଯଦି ଆର ୧ରୁ ଅଧିକ ତେବେ ପ୍ରତ୍ୟେକ ପର୍ଯ୍ୟାୟରେ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବ। ଯଦି ଏହା ବଢ଼ିବ ତାହେଲେ କୋଭିଡ୍ ମହାମାରୀର ବିପର୍ଯ୍ୟାୟ କୁହାଯାଏ। ଏହି ସଂଖ୍ୟା ଯେତେ ଅଧିକ ହେବ, ମହାମାରୀ ସେତେ କ୍ଷତି ଘଟାଇବ।

ଏବେ କେମିତି ରହିଛି ଦେଶର ବିଭିନ୍ନ ସହରର ଆର ଭେଲ୍ୟୁ?

ପୁଣେରେ ଏବେ ଏହି ଆର ଭେଲ୍ୟୁ ଏକରୁ ଅଧିକ ରହିଥିବା ବେଳେ ଦିଲ୍ଲୀରେ ଏକ ପାଖାପାଖି ରହିଛି। ଜୁଲାଇ ୪ରୁ ଜୁଲାଇ ୨୦ ମଧ୍ୟରେ ପୁଣେରେ ଆର ଭେଲ୍ୟୁ ୦.୮୪ ଥିଲା। ସେହିପରି ବେଙ୍ଗାଲୁରୁରେ ଜୁଲାଇ ୧୭ ରୁ ୨୩ ମଧ୍ୟରେ ୦.୭୨ ଥିବା ଜଣାପଡିଛି। ଜୁଲାଇ ୨୨ ରୁ ୨୪ ମଧ୍ୟରେ ମୁମ୍ବାଇରେ ଆର ଭେଲ୍ୟୁ ୦.୭୪ ଥିଲା। ଚେନ୍ନାଇରେ ଜୁଲାଇ ୨୧ ରୁ ୨୪ ମଧ୍ୟରେ ୦.୯୪ ଥିଲା। ଏଥି ସହିତ, କୋଲକାତାରେ ଜୁଲାଇ ୧୭ ରୁ ୨୪ ମଧ୍ୟରେ ଏହା ୦.୮୬ ପ୍ରତିଶତ ଥିଲା।

ଦ୍ୱିତୀୟ ଲହର ବେଳେ କେମିତି ଥିଲା ଆର ଭେଲ୍ୟୁ?

ଦ୍ୱିତୀୟ ଲହର ବେଳେ ମାର୍ଚ୍ଚ ୯ ରୁ ଏପ୍ରିଲ ୨୧ ମଧ୍ୟରେ ଦେଶରେ ଆର ଭେଲ୍ୟୁ ୧.୩୭ ରହିବ ବୋଲି ଆକଳନ କରାଯାଇଥିଲା। ଏପ୍ରିଲ୍ ୨୪ ରୁ ମେ ୧ ମଧ୍ୟରେ ଏହା ୧.୧୮ କୁ ଖସି ଆସିଛି। ତା’ପରେ ଏହା ଏପ୍ରିଲ୍ ୨୯ ରୁ ମେ ୭ ମଧ୍ୟରେ ୧.୧କୁ ଖସିଛି। ମେ ୯ ରୁ ୧୧ ମଧ୍ୟରେ ଦେଶରେ ଆର ଭେଲ୍ୟୁ ପ୍ରାୟ ୦.୯୮ ହେବ ବୋଲି ଆକଳନ କରାଯାଇଥିଲା। ମେ ୧୪ ରୁ ୩୦ ମଧ୍ୟରେ ଏହା ୦.୮୨ କୁ ଖସି ଆସିଥିଲା। ମେ ୧୫ ରୁ ଜୁନ୍ ୨୬ ମଧ୍ୟରେ ୦.୭୮ କୁ ଖସି ଆସିଥିଲା। ପରେ ୨୦ ଜୁନ୍ ରୁ ୭ ଜୁଲାଇ ମଧ୍ୟରେ ୦.୮୮କୁ ବୃଦ୍ଧି ପାଇଥିଲା ଏବଂ ୩ ଜୁଲାଇରୁ ୨୨ ଜୁଲାଇ ମଧ୍ୟରେ ୦.୯୫କୁ ବୃଦ୍ଧି ପାଇଥିଲା।

The post ଉଠୁଛି R ଭେଲ୍ୟୁ, ବଢ଼ୁଛି ତୃତୀୟ ଲହର ଆଶଙ୍କା appeared first on Odisha Reporter.



from Odisha Reporter https://ift.tt/3fdNiv8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages