ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପୁରୁଷ ହକିରେ ଭାରତୀୟ ଦଳକୁ ମିଳିଛି ଆଉ ଏକ ବିଜୟ। ଡିଫେଣ୍ଡିଂ ଚାମ୍ପିଅନ୍ ଅର୍ଥାତ୍ ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଆର୍ଜେଣ୍ଟିନାକୁ ୩-୧ ଗୋଲରେ ହରାଇଛି ଦଳ। ଏହା ସହିତ ଭାରତୀୟ ଦଳ ପୁଲ୍ ‘ଏ’ରେ ୯ ପଏଣ୍ଟ ହାସଲ କରି କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହୋଇଛି। ଦଳ ପକ୍ଷରୁ ବରୁଣ କୁମାର, ବିବେକ ପ୍ରସାଦ ଓ ହରମନପ୍ରୀତ୍ ଗୋଲ୍ କରିଥିଲେ।
ଟୋକିଓ ଅଲିମ୍ପିକ୍ସରେ ଏହା ଭାରତର ଚତୁର୍ଥ ମ୍ୟାଚ୍ ଥିଲା। ଚାରୋଟି ମ୍ୟାଚ୍ରୁ ଦଳ ୩ଟିରେ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍ରେ ଦଳ ନ୍ୟୁଜିଲ୍ୟାଣ୍ଡକୁ ୩-୨ ଗୋଲରେ ହରାଇଥିଲା। ତେବେ ଦ୍ୱିତୀୟ ମ୍ୟାଚ୍ରେ ଦଳ ଅଷ୍ଟ୍ରେଲିଆ ଠାରୁ ୭-୧ରେ ପରାସ୍ତ ହୋଇଥିଲା। କିନ୍ତୁ ତୃତୀୟ ମ୍ୟାଚ୍ରେ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା। ଦଳ ୩-୦ ଗୋଲ୍ରେ ସ୍ପେନ୍କୁ ହରାଇଥିଲା। ଆଉ ଏହି ଆତ୍ମବିଶ୍ୱାସକୁ ବଜାୟ ରଖି ଆଜି ଦଳ ତା’ର ଚତୁର୍ଥ ମ୍ୟାଚ୍ରେ ଆର୍ଜେଣ୍ଟିନାକୁ ହରାଇ କ୍ୱାର୍ଟର ଫାଇନାଲ୍ରେ ପହଞ୍ଚିଛି।
The post ଟୋକିଓ ଅଲିମ୍ପିକ୍ସ: ଆର୍ଜେଣ୍ଟିନାକୁ ହରାଇ କ୍ୱାର୍ଟର ଫାଇନାଲ୍ରେ ଭାରତ appeared first on Odisha Reporter.
from Odisha Reporter https://ift.tt/3iY6Cxx
No comments:
Post a Comment