ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୮୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୬୨ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୭୭୧ଟି ହେଉଛି ଲୋକାଲ୍ କେସ୍। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୭ ଜଣଙ୍କ ସଂପର୍କରେ ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୫୧୨କୁ ବୃଦ୍ଧି ପାଇଛି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୯୦ ଜଣ ଥିବା ବେଳେ କଟକରୁ ୨୪୩, ପୁରୀରୁ ୧୩୯, ବାଲେଶ୍ୱରରୁ ୧୨୯ ଓ ଯାଜପୁରରୁ ୧୧୦ ଜଣ ଅଛନ୍ତି। ସେହିପରି ଅନୁଗୋଳ ଜିଲ୍ଲାରୁ ୭୭ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୦, ଭଦ୍ରକରୁ ୮୯, ବଲାଙ୍ଗିରରୁ ୨, ଦେବଗଡ଼ରୁ ୬, ଢେଙ୍କାନାଳରୁ ୧୩, ଗଜପତିରୁ ୧୬, ଗଞ୍ଜାମରୁ ୯, ଜଗତସିଂହପୁରରୁ ୬୧, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୬, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୮୭, କେନ୍ଦୁଝରରୁ ୨୪, କୋରାପୁଟରୁ ୯, ମାଲକାନଗିରିରୁ ୧୯, ମୟୂରଭଞ୍ଜରୁ ୫୯, ନବରଙ୍ଗପୁରରୁ ୬, ନୟାଗଡ଼ରୁ ୨୮, ରାୟଗଡ଼ାରୁ ୧୧, ସମ୍ବଲପୁରରୁ ୨୩, ସୋନପୁରରୁ ୧୦ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪୭ ଜଣ ଚିହ୍ନଟ ହୋଇଛନ୍ତି।
୧୮୩୩ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୭ ହଜାର ୫୪୮ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୪୩ ହଜାର ୬୯ ଜଣ ସୁସ୍ଥ ହୋଇସାରିଛନ୍ତି। ୧୮ ହଜାର ୯୧୪ ଜଣ ଚିକିତ୍ସାଧୀନ ରହିଛନ୍ତି।
The post ୧୮୩୩ ପଜିଟିଭ୍ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୫୫୧୨କୁ ବୃଦ୍ଧି appeared first on Odisha Reporter.
from Odisha Reporter https://ift.tt/3iMrZl8
No comments:
Post a Comment