ଲୋକଙ୍କ ସ୍ୱର ହୁଅ, ସରକାରଙ୍କୁ ଜବାବ ମାଗ: ଚୁଗ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 24, 2021

ଲୋକଙ୍କ ସ୍ୱର ହୁଅ, ସରକାରଙ୍କୁ ଜବାବ ମାଗ: ଚୁଗ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ଲୋକଙ୍କ ସମସ୍ୟାରେ ସାମିଲ ହୋଇ ସେମାନଙ୍କର ସ୍ୱର ଭାବେ ରାଜ୍ୟ ସରକାରଙ୍କୁ ଜୋରଦାର ଢଙ୍ଗରେ ଘେରିବା ନିମନ୍ତେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ୍ ଦଳୀୟ ନେତା ଓ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଏହାସହିତ ସେ ରାଜ୍ୟ ବିଜେପିର ବିଭିନ୍ନ ସେଲ୍ କର୍ମକର୍ତ୍ତା, ରାଜ୍ୟ ନେତୃତ୍ୱ ଓ ନିର୍ବାଚିତ ପ୍ରତିନିଧିମାନଙ୍କ ସହ ମଧ୍ୟ ବୈଠକ କରିଛନ୍ତି।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଶ୍ରୀ ଚୁଗ୍ ଯୋଗ ଦେଇଛନ୍ତି । ସେ ସାଙ୍ଗଠନିକ ସ୍ତରରେ ବିଭିନ୍ନ ବୈଠକରେ ଯୋଗ ଦେଇ ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ସହ ଆଗାମୀ ରଣନୀତି ସଂପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସଭପତି ସମୀର ମହାନ୍ତିଙ୍କ ସମେତ ରାଜ୍ୟ ସାଧାରଣ ସଂପାଦକ ଏବଂ ରାଜ୍ୟ ପଦାଧିକାରୀଙ୍କ ସହ ବୈଠକ କରିଥିଲେ। ପରେ ଶ୍ରୀ ଚୁଗ୍ ଖୋର୍ଦ୍ଧା ଜିଲ୍ଲାର ଦଳୀୟ ନେତୃବୃନ୍ଦ ଓ ପଦାଧିକାରୀଙ୍କ ସହ ସାଂଗଠନିକ ବୈଠକରେ ଯୋଗ ଦେବା ସହ ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ବୈଠକରେ ଦଳର ଆଗାମୀ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା ।

ଶ୍ରୀ ଚୁଗ୍ ପୁରୀ ଜିଲ୍ଲା ବିଜେପି ସାଙ୍ଗଠନିକ ବୈଠକରେ ଯୋଗ ଦେଇ ମୋଦୀ ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ବୁଥ୍ ସ୍ତରରେ ପହଂଚାଇବା ନେଇ ଆଲୋଚନା କରିଥିଲେ। ସେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଏକ ବୁଥ୍ ବୈଠକରେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ପରେ ଶ୍ରୀ ଚୁଗ୍ ରାଜ୍ୟ କାର୍ଯ୍ୟାଳୟରେ ଅନୁସୂଚିତ ଜାତି ମୋର୍ଚ୍ଚା ପଦାଧିକାରୀଙ୍କ ସହ ମୋର୍ଚ୍ଚାର ଆଗାମୀ ଦିନର ଋଣନୀତି ପ୍ରସ୍ତୁତି ପ୍ରସଙ୍ଗରେ ବ୍ୟାପକ ଭାବେ ଆଲୋଚନା କରିଥିଲେ ।

ଶ୍ରୀ ଚୁଗ୍ ଦଳର ନିର୍ବାଚିତ ଜିଲ୍ଲା ପରିଷଦ ଓ ବ୍ଲକ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷମାନଙ୍କ ବୈଠକରେ ଯୋଗ ଦେଇ ମୋଦି ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ସଂପର୍କରେ ସୂଚନା ଦେବା ସହ ଦଳୀୟ କାର୍ଯ୍ୟକ୍ରମ ଭିତ୍ତିରେ ଲୋକଙ୍କ ପାଖରେ ପହଂଚାଇବା ପାଇଁ ପରାମର୍ଶ ଦେଇଥିଲେ ।

ଦଳୀୟ କାର୍ଯ୍ୟାଳୟରେ ସମସ୍ତ ବିଭାଗ ଏବଂ ସେଲର ଇନଚାର୍ଜମାନଙ୍କ ସହ ବୈଠକ କରି ସରକାରୀ ଯୋଜନା ଓ ଦଳର ପ୍ରଚାର ପ୍ରସାର ଉପରେ ସେ ଗୁରୁତ୍ୱ ଦେଇଥିଲେ। ସାଧାରଣ ଜନତାଙ୍କ ସମସ୍ୟାରେ ରାଜ୍ୟ ସରକାରଙ୍କୁ ଜୋରଦାର ଘେରିବା ପାଇଁ ଆହ୍ୱାନ ଦେବା ସହ ତୃଣମୂଳସ୍ତରରେ ବିଜେପିର ସଙ୍ଗଠନକୁ ସୁଦୃଢ଼ କରିବା ନେଇ କାର୍ଯ୍ୟକର୍ତ୍ତାଙ୍କୁ ଶ୍ରୀ ଚୁଗ୍ ପରାମର୍ଶ ଦେଇଥିଲେ।

ଶ୍ରୀ ଚୁଗ୍ ମଧ୍ୟ ନିଜ ଗସ୍ତ ସମୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟର କ୍ଷମତାସୀନ ବିଜେଡି ସରକାର ବିରୋଧରେ ଅନେକ ଅଭିଯୋଗ ଲାଗିଥିଲେ । କେନ୍ଦ୍ରୀୟ ଯୋଜନାକୁ କପି ପେଷ୍ଟ କରି ନିଜର ଆତ୍ମପ୍ରଚାର କରିବା, କେନ୍ଦ୍ରୀୟ ଅର୍ଥରେ ନିଜ ପୋଷ୍ଟର ମାରି ବାହା ବାହା ନେବା, ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା, ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗରିବ କଲ୍ୟାଣ ଅନ୍ନ ଯୋଜନା ଓ କୃଷକ ସମ୍ମାନନିଧିରେ ଚଞତଚକତା କରି ବ୍ୟାପକ ଘୋଟଲା ପ୍ରସଙ୍ଗରେ ଶ୍ରୀ ଚୁଗ୍ ରାଜ୍ୟ ସରକାରଙ୍କୁ ଜବାବ ମାଗିଥିଲେ ।

The post ଲୋକଙ୍କ ସ୍ୱର ହୁଅ, ସରକାରଙ୍କୁ ଜବାବ ମାଗ: ଚୁଗ୍ appeared first on Odisha Reporter.



from Odisha Reporter https://ift.tt/3i4CWj4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages