ନୂଆଦିଲ୍ଲୀ: ଚଳିତ ମାସର ଶେଷ ଭାଗରେ ଆରମ୍ଭ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଆଥଲେଟିକ୍ସ ଫେଡରେସନ ଅଫ ଇଣ୍ଡିଆ (ଏଏଫଆଇ) ୨୬ ଜଣିଆ ଖେଳାଳିଙ୍କ ନାଁ ଘୋଷଣା କରିଛି। ୨୬ ଜଣଙ୍କ ମଧ୍ୟରେ ଓଡ଼ିଶାର ସ୍ପ୍ରିଟନର ଦୂତୀ ଚାନ୍ଦ ମଧ୍ୟ ରହିଛନ୍ତି।
ଏଏଫଆଇ ଘୋଷଣା କରିଥିବା ୨୬ ଜଣ ଆଲେଟଙ୍କ ମଧ୍ୟରୁ ୧୨ ଜଣ ଖେଳାଳି ବ୍ୟକ୍ତିଗତ ଇଭେଣ୍ଟ ପାଇଁ ସିଧାସଳଖ ଏଣ୍ଟ୍ରି କରିଛନ୍ତି। ଦୌଡ଼ରାଣୀ ଦୂତୀ ଚାନ୍ଦ(ମହିଳା ୧୦୦ ମିଟିର ଓ ୨୦୦ ମିଟର), ଏମସି ଜାବିର(ପୁରୁଷ ୪୦୦ ମିଟିର ହର୍ଡଲ୍ସ), ଗୁରୁପ୍ରୀତ ସିଂହ(ପୁରୁଷ ୫୦ କିମି ରେସ ୱାଲ୍କ) ଓ ଅନୁ ରାଣୀ(ମହିଳା ଜାଭେଲିନ ଥ୍ରୋ) ବିଶ୍ୱ ରାଙ୍କିଙ୍ଗ ଅନୁସାରେ ଟୋକିଓ ଟିକେଟ ପାଇଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଓଡ଼ିଆ ଆଥଲେଟ ଦୂତୀ ଚାନ୍ଦ ଏକମାତ୍ର ଖେଳାଳି ଯିଏ ଅଲିମ୍ପିକ୍ସରେ ଭାରତ ପାଇଁ ଦୁଇଟି ଇଭେଣ୍ଟରେ ପଦକ ପାଇଁ ଲଢ଼େଇ କରିବେ। ଆଉ ସମସ୍ତେ ଗୋଟିଏ ଲେଖାଏ ଇଭେଣ୍ଟରେ ଭାଗ ନେବେ।
ମୁଖ୍ୟ ଜାତୀୟ କୋଚ୍ ପି ରାଧାକ୍ରିଷ୍ଣନ କହିଛନ୍ତି, “ଆମର ବିଶ୍ୱାସ ଅଛି ଯେ ଆମ ଖେଳାଳିମାନେ ଟୋକିଓ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବେ। ଏଥିସହ ପଦକ ଜିତି ଭାରତ ଫେରିବେ।”
ତାମିଲନାଡୁ ରନର ରେବତା ଭି, ଶୁଭ ଭି ଓ ଧନଲକ୍ଷ୍ମୀ ଏସ୍ଙ୍କୁ ସେମାନଙ୍କ ଟ୍ରାଏଲ ପ୍ରଦର୍ଶନ ଆଧାରରେ ମହିଳା ମକ୍ସିଡ ରିଲେ ଟିମ୍ ପାଇଁ ଚୟନ କରାଯାଇଛି। ପୁରୁଷ ରିଲେ ଟିମରେ ନାଗାନାଥନ ପଣ୍ଡି, ସାର୍ଥକ ଭାମ୍ୱ୍ରୀ ଓ ଆଲେକ୍ସ ଆନ୍ଥୋନୀ ରହିଛନ୍ତି। ସୂଚନାଯୋଗ୍ୟ, ମହାମାରୀ କରୋନା କଟକଣା ମଧ୍ୟରେ ଜୁଲାଇ ୩୧ରୁ ଅଲିମ୍ପିକ୍ସ ଆରମ୍ଭ ହୋଇ ଅଗଷ୍ଟ ୯ ଯାଏ ଚାଲିବ।
ଟୋକିଓ ପାଇଁ ଭାରତୀୟ ଦଳ
ପୁରୁଷ: ଅବିନାଶ ସାବଲେ(୩୦୦୦ ମିଟିର ଷ୍ଟିପଲଚେସ୍), ଏମପି ଜାବିର(୪୦୦ ମିଟର ହର୍ଡଲ୍ସ), ଏମ ଶ୍ରୀଶଙ୍କର(ଲଙ୍ଗ ଜମ୍ପ), ତଜିନ୍ଦରପାଲ ସିଂହ ତୁର(ଶଟପୁଟ), ନୀରଜ ଚୋପ୍ରା(ଜାଭେଲିନ), ଶିବପାଲ ସିଂହ(ଜାଭେଲିନ), କେଟି ଇରଫାନ, ସନ୍ଦୀପ କୁମାର ଓ ରାହୁଲ ରୋହିଲ୍ଲା(୨୦ କିମି ରେସ୍ ୱାଲ୍କ), ଗୁରପ୍ରୀତ ସିଂହ (୫୦ କିମି ରେସ୍ ୱାଲକ), ୪ଗୁଣା ୪୦୦ ମିଟର ରିଲେରେ ଅମୋଜ ଜ୍ୟାକବ, ଅରୋକିଆ ରାଜୀବ, ମହମ୍ମଦ ଆନସ, ନୋହ ନିର୍ମଳ ଟୋମ, ୪ ଗୁଣା ୪୦୦ ମିଟର ମିକ୍ସଡ ରିଲେରେ ନାଗାନାଥନ ପାଣ୍ଡି, ସାର୍ଥକ ଭାମ୍ବ୍ରୀ ଓ ଆଲେକ୍ସ ଆନ୍ଥୋନୀ।
ମହିଳା: ଦୂତୀ ଚାନ୍ଦ(୧୦୦ ମିଟର ଓ ୨୦୦ ମିଟର), କମଲପ୍ରୀତ କୌର ଓ ସୀମା ପୁନିଆ(ଡିସକସ୍), ଅନୁ ରାଣୀ (ଜାଭେଲିନ ଥ୍ରୋ), ଭାବନା ଜାଠ ଓ ପ୍ରିୟଙ୍କା ଗୋସ୍ୱାମୀ(୨୦ କିମି ରେସ୍ ୱାଲ୍କ), ରେବତା ଭି, ଶୁଭ ଭି ଓ ଧନଲକ୍ଷ୍ମୀ ଶେଖର ୪ ଗୁଣା ୪୦୦ ମିଟର ମହିଳା ମକ୍ସିଡ ରିଲେ ଟିମରେ ଅଛନ୍ତି।
The post ଅଲିମ୍ପିକ୍ସ ପାଇଁ ୨୬ ଜଣ ଆଥଲେଟଙ୍କ ନାଁ ଘୋଷଣା, ଓଡ଼ିଶାରୁ ଦୂତୀ ଚାନ୍ଦ ବି ସାମିଲ appeared first on Odisha Reporter.
from Odisha Reporter https://ift.tt/3hh6vgD
No comments:
Post a Comment