ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ରେ ପୁଣି ମାତିଲା କଙ୍ଗାରୁ କୋର୍ଟ l ପ୍ରଶାସନ, ପୁଲିସ୍ ଶୁଣୁ ନ ଥିବା ବେଳେ କଙ୍ଗାରୁ କୋର୍ଟ କରି ଗୋଟିଏ ପରିବାରକୁ ନିଆଁ ପାଣି ବାସନ୍ଦ କରିବା ସହ ଘରଦ୍ୱାର ଭାଙ୍ଗି ଦେଇଛନ୍ତି ଗ୍ରାମବାସୀ। କେବଳ ସେତିକି ନୁହେଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗାଁ ଲୋକେ ଏକ ଘରିକିଆ କରିବା ସହ ସରକାରୀ ଜମିରେ ଘର କରିଥିବାରୁ ଜେସିବି ଲଗାଇ ଘରକୁ ମାଟିରେ ମିଶାଇ ଦେଇଛନ୍ତି। ଏପରି ଅଭାବନୀୟ ଘଟଣା ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅଧୀନ ରାଉତପଡ଼ା ଗ୍ରାମରେ ଘଟିଥିବା ବେଳେ ପୁଲିସ୍ କେବଳ ନୀରବଦ୍ରଷ୍ଟା ସାଜୁଛନ୍ତି କହିଛନ୍ତି ଅଭିଯୋଗକାରୀ ବିରବର ବେହେରା ।
ରାଉତପଡ଼ା ଗ୍ରାମର ବୀରବର ବେହେରା ସରକାରୀ ଜମିରେ ୧୯୮୮ ମସିହାରୁ ରହିଆସୁଥିଲେ l ସରକାରୀ ଜମିରେ ଘର କରିଥିବାରୁ ତାଙ୍କ ବିରୋଧରେ ପ୍ରଶାସନ କେସ୍ କରିଥିଲା l ଏହାପରେ ବିରବର ଫାଇନ୍ ଗଣି ଏହି ସ୍ଥାନକୁ ବ୍ୟବହାର କରି ଆସୁଥିଲେ। ଏହି ସରକାରୀ ଜମିରେ ଏକ କ୍ଳବ ଘର ନିର୍ମାଣ ପାଇଁ ଗ୍ରାମବାସୀ ନିଷ୍ପତି ନେଇ ବୀରବରଙ୍କୁ ଜାଗା ଛାଡିବାକୁ କହିଥିଲେ l ମାତ୍ର ବୀରବର ଏହାକୁ ବିରୋଧ କରିଥିଲେ l
ଗ୍ରାମର ସମସ୍ତ ବ୍ୟକ୍ତି ସରକାରୀ ଜମିକୁ ଦଖଲ କରିଥିବାରୁ ସମସ୍ତେ ଦଖଲମୁକ୍ତ କଲେ ନିଜେ ସରକାରୀ ଜମି ଛାଡ଼ିଦେବେ ବୋଲି ବୀରବର କହିବାରୁ ବିବାଦ ଆରମ୍ଭ ହୋଇଥିଲା l ଗ୍ରାମବାସୀ ମିଳିତ ଭାବେ ଜେସିବି ଲଗାଇ ବୀରବରଙ୍କର ଘର ଏବଂ ଗୁହାଳ ଭାଙ୍ଗି ଦେଇଛନ୍ତି l ପରିବାରକୁ ନିଆଁ ପାଣି ବାସନ୍ଦ ମଧ୍ୟ କରାଯାଇଛି l
ଏ ନେଇ ଗଣିଆ ଥାନାରେ ଲିଖିତ ଅଭିଯୋଗ କ୍ରମେ ଗ୍ରାମବାସୀଙ୍କ ନାମରେ ମାମଲା ରୁଜୁ ହୋଇଛି l ହେଲେ ପୁଲିସ୍ ଘଟଣାସ୍ଥଳକୁ ଆସୁ ନ ଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ କରିଛନ୍ତି ବୀରବର।
ଗ୍ରାମବାସୀଙ୍କ ଭୟରେ ବୀରବର ଓ ତାଙ୍କ ପୁଅ ୩ ଦିନ ହେଲା ଘରକୁ ଫେରି ପାରୁ ନାହାନ୍ତି। ଗାଁକୁ ଫେରିଲେ ବାପପୁଅଙ୍କୁ ହାଣି ନଦୀରେ ଭସାଇ ଦେବୁ ବୋଲି ଗ୍ରାମବାସୀ ଧମକ ଦେଇଥିବା ବିରବର କହିଛନ୍ତି । ପୁଲିସ୍, ତହସିଲଦାର କେହି ଶୁଣୁ ନ ଥିବା ବେଳେ ଏସ୍ପିଙ୍କ ନିକଟରେ ଅଭିଯୋଗ କଲୁ। ସେ ବି କୌଣସି ପଦକ୍ଷେପ ନେଉ ନ ଥିବାରୁ ଆମେ ବାପପୁଅ ଗାଁରେ ପଶିପାରୁନୁ ବୋଲି କୋହଭରା କଣ୍ଠରେ କହିଛନ୍ତି ବୀରବାର ।
The post କଙ୍ଗାରୁ କୋର୍ଟର କାଣ୍ଡ; ନିଆଁ ପାଣି ବାସନ୍ଦ ସହ ମାଟିରେ ମିଶାଇ ଦେଲେ ଘର appeared first on Odisha Reporter.
from Odisha Reporter https://ift.tt/3xmOTpc
No comments:
Post a Comment