ବିଚ୍ ରାସ୍ତାରେ ଓକିଲଙ୍କୁ ଖଣ୍ଡା ଓ ରଡ୍‌ରେ ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 19, 2021

ବିଚ୍ ରାସ୍ତାରେ ଓକିଲଙ୍କୁ ଖଣ୍ଡା ଓ ରଡ୍‌ରେ ଆକ୍ରମଣ

ମୁମ୍ବାଇ: ଓକିଲଙ୍କୁ ବିଚ୍ ରାସ୍ତାରେ ଖଣ୍ଡା ଓ ରଡରେ ଆକ୍ରମଣ। ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ମୁମ୍ବାଇରେ। ରବିବାର ଅପରାହ୍ଣରେ ବ୍ୟସ୍ତବହୁଳ ମୁମ୍ବାଇ ରାସ୍ତାରେ କିଛି ଲୋକେ ହଠାତ୍ ଜଣେ ଓକିଲଙ୍କୁ ଖଣ୍ଡା ଓ ରଡରେ ଆକ୍ରମଣ କରିଛନ୍ତି। ସୌଭାଗ୍ୟବଶତଃ ଓକିଲ ଜଣକ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଛନ୍ତି, କିନ୍ତୁ ତାଙ୍କୁ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଛି।

ଏହି ଆକ୍ରମଣ ପଛରେ ୧୫ ଜଣଙ୍କର ହାତ ଥିବା ଜଣାପଡ଼ିଛି। ଏହାର ଭିଡିଓ ମଧ୍ୟ ଭାଇରାଲ୍ ହୋଇଚି। ଭିଡିଓରେ ଦେଖିବାକୁ ମିଳିଛ ଯେ କିଛି ଲୋକେ ହାତରେ ଖଣ୍ଡା ଧରିଛନ୍ତି ଏବଂ ଜନଗହଳି ପୂର୍ଣ୍ଣ ରାସ୍ତାରେ ଓକିଲଙ୍କୁ ଉପରକୁ ଆକ୍ରମଣ କରୁଛନ୍ତି। ଯେତେବେଳେ କିଛି ଲୋକେ ଓକିଲଙ୍କୁ ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି, ସେମାନଙ୍କୁ ମଧ୍ୟ ଆକ୍ରମଣର ଶିକାର ହେବାକୁ ପଡ଼ିଛି।

ଏହି ଘଟଣାରେ ମୁମ୍ବାଇର ଦହିଦାର ୱେଷ୍ଟର ଏମଏଚବି ପୁଲିସ୍ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। ପୁଲିସ୍ ଅଫିସିଆଲ୍ସଙ୍କ ମୁତାବକ, ଜମିବାଡ଼ିକୁ କେନ୍ଦ୍ର କରି ଏହି ଆକ୍ରମଣ ଘଟିଛି। ଏପର୍ଯ୍ୟନ୍ତ ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଦଙ୍ଗା ଏବଂ ହତ୍ୟା ଉଦ୍ୟମ ପାଇଁ ସମ୍ପୃକ୍ତ ସେକ୍ସନ୍ ଆଧାରରେ ଏକ ମାମଲା ରୁଜୁ ହୋଇଛି।

The post ବିଚ୍ ରାସ୍ତାରେ ଓକିଲଙ୍କୁ ଖଣ୍ଡା ଓ ରଡ୍‌ରେ ଆକ୍ରମଣ appeared first on Odisha Reporter.



from Odisha Reporter https://ift.tt/3hO7VPY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages