ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ଛନ୍ଦି ହେଲେ ମହିଳା ଆଇଆଇସି, ଆସିଲା ସାଂଘାତିକ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 19, 2021

ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ଛନ୍ଦି ହେଲେ ମହିଳା ଆଇଆଇସି, ଆସିଲା ସାଂଘାତିକ ଅଭିଯୋଗ

କଟକ(ଓଡ଼ିଶା ରିପୋର୍ଟର): ‘ପୋଡ଼ି ହୋଇ ମୋ’ ପୁଅ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ବାଟରେ ତା’ ଆମ୍ବୁଲାନ୍ସକୁ ଘଣ୍ଟାଏ କାଳ ଅଟକ ରଖାଯାଇଥିଲା। ହୁଏତ କିଛି ସମୟ ଆଗରୁ ମେଡିକାଲରେ ପହଞ୍ଚିଥିଲେ ମୋ ପୁଅ ବଞ୍ଚି ଯାଇଥାନ୍ତି।’ ଗଜପତି ଜିଲ୍ଲାର ଏକ ଥାନାରେ IIC ଭାବେ ଅବସ୍ଥାପିତ ଜଣେ ଲେଡି ପୁଲିସ୍‌ ଅଫିସରଙ୍କ ଇଙ୍ଗିତରେ ଏପରି କାଣ୍ଡ ଘଟିଥିଲା ବୋଲି ଅଭିଯୋଗ କରିଛନ୍ତି ପାରଳାଖେମୁଣ୍ଡିର ମୃତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ବାପା ଅଭିରାମ ମହାପାତ୍ର ।

ଆଜି ସୌମ୍ୟଙ୍କ ବାପା କଟକ ଆସି ପୁଲିସ୍‌ ଡିଜି ଅଭୟଙ୍କୁ ଦେଇଥିବା ଦାବିପତ୍ରରେ ଆଣିଛନ୍ତି ଏମିତି ସାଂଘାତିକ ଅଭିଯୋଗ। । ଅଭିରାମ କରିଥିବା ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ଆଇଆଇସିଙ୍କ ନିର୍ଦ୍ଦେଶରେ ଫରେଷ୍ଟ ଅଫିସ୍ ଆଗରେ ଆମ୍ବୁଲାନ୍ସକୁ ଘଣ୍ଟାଏ କାଳ  ଅଟକା ଯାଇଥିଲା ।  ଜଣେ ୮୦ ପ୍ରତିଶତ ପୋଡ଼ି ଯାଇଥିବା ଯୁବକଙ୍କୁ ମେଡିକାଲ ନେବା ପରିବର୍ତ୍ତେ କ’ଣ ପାଇଁ ଅଟକାଗଲା, ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ ଓ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି।

ସେ କହିଛନ୍ତି, ସଂପୃକ୍ତ ମହିଳା IIC ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସଂପର୍କୀୟ । ଆମ୍ବୁଲାନ୍ସ ଅଟକାଇବା ଘଟଣାରେ ତାଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉ। କାରଣ ମୋ ପୁଅକୁ ବିଳମ୍ବରେ ଡାକ୍ତରଖାନାରେ ପହଞ୍ଚା ଯାଇଥିଲା ଓ ଏହା ତା ମୃତ୍ୟୁର ଅନ୍ୟ ଏକ କାରଣ।

ପୁଅକୁ ହତ୍ୟା କରାଯାଇଥିବା ଓ ଏହା ପଛରେ ବୋହୂ, ରୋଷେୟା ଓ ଡିଏଫଓଙ୍କ ସମ୍ପୃକ୍ତି ଥିବା କହିଛନ୍ତି ଅଭିରାମ। ଡିଜିପିଙ୍କୁ ଦେଇଥିବା ଦାବିପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ ଘଟଣାର ୩ ଦିନ ପରେ ପୁଅର କ୍ୱାର୍ଟର୍ସ ଖୋଲା ହେବା ପରେ ସେଠାରେ ଜଣେ ପୋଡ଼ି ହୋଇଥିବା ପରି କିଛି ବି ଦେଖିବାକୁ ମିଳି ନ ଥିଲା। ରୁମ୍‌ରୁ କୌଣସି ପୋଡ଼ା ଗନ୍ଧ ବାହାରୁ ନ ଥିବା ବେଳେ ପୋଡ଼ି ଯାଉଥିବା ଜଣେ ବ୍ୟକ୍ତି ପ୍ରାଣ ବିକଳରେ ଆଖପାଖ ଜିନିଷକୁ ଧରି ଦେବା ସ୍ୱାଭାବିକ କଥା। କିନ୍ତୁ ସେପରି କିଛି ବି ଘଟଣାସ୍ଥଳରେ ଦେଖିବାକୁ ମିଳିନି। ଏପରିକି କୌଣସି ବି ଜିନିଷ ପୋଡ଼ି ନ ଥିବା ବେଳେ ଘରେ ଚଟାଣ କି କାନ୍ଥରେ ବି ପୋଡ଼ା ଦାଗ ନାହିଁ। ତେଣୁ ଘର ଭିତରେ ତାଙ୍କ ପୁଅ ପୋଡ଼ି ହୋଇ ମରିଥିବା କଥାକୁ ସହଜେ ବିଶ୍ୱାସ କରି ହେଉ ନାହିଁ। ନିହାତି ଭାବେ ଅନ୍ୟ କେଉଁଠି ଘଟଣା ଘଟାଇ ପୁଅକୁ କ୍ୱାର୍ଟର୍ସ ଅଣାଯାଇ ପୋଡ଼ି ହୋଇଥିବା ଦର୍ଶାଯାଇଛି।

ଏଥିସହ ଅଭିଯୁକ୍ତ ଡିଏଫଓ ଜଣେ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ହୋଇଥିବା ବେଳେ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ସେ ଚେଷ୍ଟା କରିବାର ଆଶଙ୍କା ରହିଛି ବୋଲି ଅଭିରାମ ଲେଖିଛନ୍ତି। ତେଣୁ ତଦନ୍ତ ଯେପରି ନିରପେକ୍ଷ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ସେ ଡିଜିପିଙ୍କୁ ଅନୁରୋଧ କରିଛନ୍ତି। ଏଥିରେ ସେ ବୋହୂ ବିଦ୍ୟାଭାରତୀ , ଡିଏଫ୍‌ଓ ସଂଗ୍ରାମ କେଶରୀ ମହାପାତ୍ର ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କର ଲାଇ ଡିଟେକ୍ସନ ଟେଷ୍ଟ ଦାବି କରିଛନ୍ତି।

ଅଭିରାମ କହିଛନ୍ତି, ୨୦୨୦ ମେ’ ୧ରେ ସୌମ୍ୟରଞ୍ଜନ ପାରଳାଖେମୁଣ୍ଡିର ଏସିଏଫ୍‌ ଭାବେ ଯୋଗ ଦେବା ପରେ ଏହାର ଠିକ୍‌ ମାସେ ପରେ ଅର୍ଥାତ ଜୁନ୍‌ ୧ ରେ ବିଦ୍ୟାଭାରତୀ ପଣ୍ଡାଙ୍କୁ ବିବାହ କରିଥିଲା। ତାଙ୍କ ଜୀବନର ନୂଆ ଅଧ୍ୟାୟ ଆରମ୍ଭ ହେବା ଦେଖି ଆମେ ଖୁସି ହେଉଥିବା ବେଳେ ପ୍ରକୃତରେ କିନ୍ତୁ ଏହା ତାଙ୍କ ମରଣ ଆଡ଼କୁ ଠେଲି ନେଇଥିଲା। ବୋହୂକୁ ନେଇ ପୁଅ ପାରଳାଖେମୁଣ୍ଡି ଯିବା ପରେ ଉଭୟଙ୍କ ବୈବାହିକ ଜୀବନରେ ସବୁବେଳେ କଳହ ଲାଗୁଥିବା ନେଇ ପୁଅ ଆମକୁ ଫୋନ୍‌ ଯୋଗେ ଜଣାଉଥିଲା।

ଏହାପରେ ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ବିଦ୍ୟାଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ନେଇ ପୁଅ ଆମକୁ ଜଣାଇଥିଲା। ଡିଏଫଓ ଜାଣିଶୁଣି ମୋ ପୁଅର ନାଇଟ ଡ୍ୟୁଟି ପକାଉଥିଲେ। ପୁଅ ଡ୍ୟୁଟିକୁ ଚାଲିଯିବା ପରେ ଡିଏଫ୍‌ଓ ମୋ ପୁଅ ଘରକୁ ଯାଉଥିବା ପୁଅ ବହୁଥର ଜଣାଇଥିଲା। ଏହି ସବୁ ଘଟଣା ଯୋଗୁ ମୋ ପୁଅ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଆମର ଆଇନ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଥିବା ବେଳେ ନ୍ୟାୟ ପ୍ରଦାନ ପାଇଁ ଡିଜି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ଅଭିରାମ।

ଅଭିରାମ କହିଛନ୍ତି, ପୁଅ ପୋଡ଼ି ହେବା ପରେ ବୋହୂ ସବୁ ଜିନିଷ ନେଇ ସମ୍ପୃକ୍ତ ମହିଳା ଆଇଆଇସିଙ୍କ ଘରକୁ ପଳାଇଥିଲା। ପୁଅ ମରିଯିବା ପରେ ବୋହୂ ନିଜ ବାପା, ମା’ ସହ ତାଙ୍କ ଘରକୁ ପଳାଇଥିଲା। ତେଣୁ ବୋହୂ ସହ ଆଉ କିଛି ସମ୍ପର୍କ ନାହିଁ। ପୁଅର ଶୁଦ୍ଧିକ୍ରିୟାରେ ବୋହୂକୁ ସାମିଲ କରାଯିବ ନାହିଁ ବୋଲି ସେ ସଫାସଫା କହିଛନ୍ତି।

The post ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ଛନ୍ଦି ହେଲେ ମହିଳା ଆଇଆଇସି, ଆସିଲା ସାଂଘାତିକ ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/3io4ajB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages