ତାମିଲନାଡ଼ୁ ଦେଇ ବହିଯାଇଛି ଗଙ୍ଗା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 21, 2021

ତାମିଲନାଡ଼ୁ ଦେଇ ବହିଯାଇଛି ଗଙ୍ଗା!

ଚେନ୍ନାଇ: ତାମିଲନାଡ଼ୁରେ କର୍ପୋରେଟ୍ ସୋଶିଆଲ୍ ରେସପନ୍ସିବିଲଟି ବା ସିଏସଆର ଫଣ୍ଡରୁ ନିର୍ମଳ ଗଙ୍ଗା ପ୍ରକଳ୍ପରେ ଖର୍ଚ୍ଚ ହୋଇଛି ଲକ୍ଷାଧିକ ଟଙ୍କା। କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଇନ୍ଦ୍ରଜିତ ସିଂହ ରାଓ ଡିଏମକେ ସାଂସଦ ପି ଓ୍ୱିଲସନଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହା କହିବା ପରେ ସାଂସଦ ପ୍ରଶ୍ନ କରିଛନ୍ତି ଯେ ତାମିଲନାଡ଼ୁର କେଉଁ ଭାଗ ଦେଇ ବହିଯାଇଛି ଗଙ୍ଗାନଦୀ?

ମନ୍ତ୍ରୀ ସିଏସଆର ପ୍ରସଙ୍ଗରେ ଲିଖିତ ଆକାରରେ ଉତ୍ତର ଦେଇ କହିଛନ୍ତି, ୨୦୧୮ ଆର୍ଥିକ ବର୍ଷରେ ତାମିଲନାଡୁରେ ୬୨୭.୭୫ କୋଟି (୧,୩୦୫ କମ୍ପାନୀ), ୨୦୧୯ରେ ୮୨୯.୨୭ କୋଟି (୧,୪୫୩ କମ୍ପାନୀ), ୨୦୨୦ ଆର୍ଥିକ ବର୍ଷରେ ୯୧୯.୦୫ କୋଟି (୧,୩୧୬ କମ୍ପାନୀ) ସିଏସଆର ଫଣ୍ଡରୁ ଖର୍ଚ୍ଚ ହୋଇଛି। ଏଥିମଧ୍ୟରୁ ନିର୍ମଳ ଗଙ୍ଗା ପ୍ରକଳ୍ପରେ ୨୦୧୮ ଏବଂ ୨୦୧୯ରେ ୦.୧୩ କୋଟି ଟଙ୍କା ୨୦୨୦ରେ ଖର୍ଚ୍ଚ ହୋଇଛି ୦.୨୬ କୋଟି। ବୋର୍ଡର ନିଷ୍ପତ୍ତି କ୍ରମେ ଏହି ପଇସା ସିଏସଆର ଫଣ୍ଡରୁ ଖର୍ଚ୍ଚ ହୋଇଛି ବୋଲି ମନ୍ତ୍ରୀ ଲିଖିତ ଉତ୍ତରରେ ଏହା କହିଛନ୍ତି।

ମନ୍ତ୍ରୀଙ୍କ ଏହି ଉତ୍ତରକୁ ନେଇ ସାଂସଦ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଡିଏମକେର ରାଜ୍ୟସଭା ସାଂସଦ ପି. ଓ୍ୱିଲଶନ ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି ତାମିଲନାଡୁର କେଉଁ ଏରିଆ ଦେଇ ଗଙ୍ଗା ନଦୀ ଯାଇଛି? ତାମିଲନାଡୁର କେଉଁ ଜାଗାରେ ଏହି ସିଏସଆର ଟଙ୍କା ଖର୍ଚ୍ଚ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି।

 

The post ତାମିଲନାଡ଼ୁ ଦେଇ ବହିଯାଇଛି ଗଙ୍ଗା! appeared first on Odisha Reporter.



from Odisha Reporter https://ift.tt/3kF1el7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages