ଅକ୍ସିଜେନ ଅଭାବରୁ କେହି ପ୍ରାଣ ହରାଇ ନାହାନ୍ତି, ବିରୋଧୀଙ୍କୁ ତଥ୍ୟ ଦେଖାଇ ବାଣ ମାରିଲେ ସମ୍ୱିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 21, 2021

ଅକ୍ସିଜେନ ଅଭାବରୁ କେହି ପ୍ରାଣ ହରାଇ ନାହାନ୍ତି, ବିରୋଧୀଙ୍କୁ ତଥ୍ୟ ଦେଖାଇ ବାଣ ମାରିଲେ ସମ୍ୱିତ

ନୂଆଦିଲ୍ଲୀ: କୋଭିଡର ଦ୍ୱିତୀୟ ଲହର ବେଳେ ଅକ୍ସିଜେନ ଅଭାବରୁ କାହାରି ମୃତ୍ୟୁ ଘଟିନି। କେନ୍ଦ୍ରର ମୋଦି ସରକାର ମଙ୍ଗଳବାର ରାଜ୍ୟସଭାରେ ଏହା କହିଛନ୍ତି। ମୃତ୍ୟୁର କାରଣ ଅକ୍ସିଜେନ ବୋଲି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଯେଉଁ ରିପୋର୍ଟ ଦେଇଛନ୍ତି ସେଥିରେ ଉଲ୍ଲେଖ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଆଉ କେନ୍ଦ୍ରର ମୋଦି ସରକାରକୁ ଏ ନେଇ ଘେରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଦିଲ୍ଲୀର ଆମ୍ ଆଦମୀ ପାର୍ଟି କେନ୍ଦ୍ରର ଏଭଳି ଉତ୍ତରକୁ ନେଇ ପ୍ରଶ୍ନ କରିଛନ୍ତି। ଆଜି ଏହି ପ୍ରସଙ୍ଗରେ ବିଜେପି ନେତା ସମ୍ୱିତ ପାତ୍ର ମହାରାଷ୍ଟ୍ରରେ ମେଣ୍ଟରେ ଥିବା କଂଗ୍ରେସ ସରକାର ଏବଂ ଦିଲ୍ଲୀ ସରକାର ହାଇକୋର୍ଟରେ ଦାଖଲ କରିଥିବା କୋଭିଡ ମୃତ୍ୟୁ ରିପୋର୍ଟକୁ ଦେଖାଇ ବାଣ ମାରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରବୀଣ ପାୱାର ଏ ପ୍ରସଙ୍ଗରେ ରାଜ୍ୟସଭାରେ ଗତକାଲି କହିଥିଲେ ଯେ ସ୍ୱାସ୍ଥ୍ୟ ହେଉଛି ରାଜ୍ୟ ସରକାରଙ୍କ ବିଷୟ। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କରୋନା ସଂକ୍ରମଣ ଏବଂ ମୃତ୍ୟୁର ରିପୋର୍ଟ ଦେଉଛନ୍ତି। ହେଲେ ଅକ୍ସିଜେନ ଅଭାବ ପାଇଁ ମୃତ୍ୟୁ ହୋଇଛି ବୋଲି କୌଣସି ରାଜ୍ୟ ସରକାର କହି ନାହାନ୍ତି। ତେଣୁ ଅକ୍ସିଜେନ ଅଭାବରୁ ଦେଶରେ ଗୋଟିଏ ବି ମୃତ୍ୟୁ ହୋଇନି ବୋଲି କେନ୍ଦ୍ର ସରକାର ସଂସଦରେ କହିଛନ୍ତି।

ବିଜେପି ମୁଖପାତ୍ର ସମ୍ୱିତ ପାତ୍ର କେନ୍ଦ୍ର ମନ୍ତ୍ରୀଙ୍କ ଏହି ଉକ୍ତିକୁ ଆଜି ପଢିବା ପରେ କହିଛନ୍ତି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ କୋଭିଡ ମୃତ୍ୟୁ ରିପୋର୍ଟ ସରକାରଙ୍କୁ ଏକ ଗାଇଡ ଲାଇନ୍ ଦେଇଛନ୍ତି। ଏହି ଗାଇଡ୍ ଲାଇନ୍ ଆଧାରରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ସରକାର ମୃତ୍ୟୁର କାରଣ ଯେତେବେଳେ ଅକ୍ସିଜେନ ବୋଲି ଉଲ୍ଲେଖ କରି ନାହାନ୍ତି ସେତେବେଳେ କେନ୍ଦ୍ର ସରକାରକୁ କାହିଁକି ବଦନାମ୍ କରାଯାଉଛି ବୋଲି ସମ୍ୱିତ ପ୍ରଶ୍ନ କରିଛନ୍ତି। ରାହୁଲ୍ ଗାନ୍ଧୀଙ୍କୁ ବଡ ଭାଇ ଏବଂ କେଜ୍ରିଓ୍ୱାଲଙ୍କୁ ତାଙ୍କ ସାନ ଭାଇ ବୋଲି ଛିଗୁଲେଇ ସମ୍ୱିତ କହିଛନ୍ତି, ଦୁଇ ନେତା ପ୍ରଥମେ କହିବା ଦରକାର ତାଙ୍କ ସରକାର ହାଇକୋର୍ଟକୁ କୋଭିଡ ମୃତ୍ୟୁର ରିପୋର୍ଟରେ କ’ଣ ଲେଖିକି ଦେଇଛି।

ଏମିତିକି ପ୍ରେସ କନଫରେନସ ବେଳେ ସମ୍ୱିତ ମହାରାଷ୍ଟ୍ର ଏବଂ ଦିଲ୍ଲୀ ସରକାର ହାଇକୋର୍ଟରେ କୋଭିଡ ମୃତ୍ୟୁର ସତ୍ୟପାଠ ଦେଖାଇଛନ୍ତି। ଯେଉଁଥିରେ ଅକ୍ସିଜେନ ଅଭାବରୁ କାହାରି ମୃତ୍ୟୁ ହୋଇନି ବୋଲି ଲେଖା ହୋଇଥିବା ସେ କହିଛନ୍ତି। ରାହୁଲ ଏବଂ କେଜ୍ରିଓ୍ୱାଲ ନିଜ ରିପୋର୍ଟ ବାବଦରେ ନକହି କେନ୍ଦ୍ରକୁ ଦୋଷ ଦେବା ଠିକ୍ ନୁହେଁ ବୋଲି ସମ୍ୱିତ କହିଛନ୍ତି।

ସୂଚନାଯୋଗ୍ୟ, କୋଭିଡର ଦ୍ୱିତୀୟ ଲହର ବେଳେ ଦିଲ୍ଲୀ, କର୍ଣ୍ଣାଟକ, ହରିଆଣା, ମହାରାଷ୍ଟ୍ର, କେରଳ, ତାମିଲନାଡୁ ଆଦି ରାଜ୍ୟରେ ଅକ୍ସିଜେନ ଅଭାବରୁ ଅନେକ କୋଭିଡ ଆକ୍ରାନ୍ତ ଆଖି ବୁଜିଛନ୍ତି। ଅନେକ ଡାକ୍ତର ମଧ୍ୟ ଏହା ସ୍ଵୀକାର କରିଛନ୍ତି। ଏବେ ଯେଉଁମାନେ ଅକ୍ସିଜେନ ଅଭାବରୁ ଆଖି ବୁଜିଛନ୍ତି, ସେମାନଙ୍କ ମୃତ୍ୟୁର କାରଣ କ’ଣ କୁହାଯିବ?

The post ଅକ୍ସିଜେନ ଅଭାବରୁ କେହି ପ୍ରାଣ ହରାଇ ନାହାନ୍ତି, ବିରୋଧୀଙ୍କୁ ତଥ୍ୟ ଦେଖାଇ ବାଣ ମାରିଲେ ସମ୍ୱିତ appeared first on Odisha Reporter.



from Odisha Reporter https://ift.tt/3hTzHuz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages