ଆବଶ୍ୟକ ସାମଗ୍ରୀ: ପନୀର, କାଜୁ, କ୍ରିମ୍, ବଟର, ପିଆଜ, ଅଦା,ରସୁଣ, ଜିରା, ରିଫାଇନ୍ ତେଲ, ଲୁଣ, ଧନିଆ ପାଉଡର, କଞ୍ଚାଲଙ୍କା, ଗରମ ମସଲା, କସ୍ତୁରୀ ମେଥି, ଗୋଟା ଗରମ ମସଲା,ଧନିଆପତ୍ର, ଦହି ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କରେଇରେ ତେଲ ଗରମ କରି ଗୋଟା ଗରମ ମସଲା ପକାନ୍ତୁ। ଏହାପରେ ସେଥିରେ ଜିରା ପକାନ୍ତୁ। ଜିରା ଫୁଟିଲେ କଟା ହୋଇଥିବା ପିଆଜ, କିଛି କାଜୁ ପକାଇ ଭାଜନ୍ତୁ। ଏହାପରେ ସେଥିରେ ଅଦାରସୁଣ ପେଷ୍ଟ ପକାଇ ହାଲକା ଭାବେ ଭାଜି ଦିଅନ୍ତୁ। ଏହାପରେ ସେଥିରେ କିଛି ପାଣି, କଞ୍ଚାଲଙ୍କା, ଲୁଣ ଦେଇ ଫୁଟିବାକୁ ଛାଡ଼ି ଦିଅନ୍ତୁ। ଏହାପରେ ଗ୍ୟାସ ବନ୍ଦ କରି ତାକୁ ଥଣ୍ତା କରି ଗ୍ରାଇଣ୍ଡରରେ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ଛାଣି ଦିଅନ୍ତୁ। ଯାହାଦ୍ୱାରା ଖଦଡ ଅଂଶ ବାହାରିଯିବ ।
ଏହାପରେ ଗ୍ୟାସରେ ଏକ ପ୍ୟାନ୍ ବସାଇ ତେଲ ଗରମ କରନ୍ତୁ। ସେଥିରେ କିଛି ବଟର ମିଶାନ୍ତୁ। ଏହାପରେ ସେଥିରେ ପ୍ରସ୍ତୁତ ପ୍ୟୁରିକୁ ପକାଇ ଭଲ ଭାବେ ଘାଣ୍ଟନ୍ତୁ। ଏହା ଭଲ ଭାବେ ଫୁଟିଲେ ଆଞ୍ଚ ଧିମା କରି ସେଥିରେ ଦହି ମିଶାନ୍ତୁ। ଏବେ ସେଥିରେ ଧନିଆ ପାଉଡ଼ର, କସ୍ତୁରୀ ମେଥି, ଫ୍ରେଶ କ୍ରିମ୍ ମିଶାଇ ଗୋଳାଇ ଦିଅନ୍ତୁ। ଏହାକୁ ସିମ୍ କରି କିଛି ସମୟ ଘୋଡ଼ାଇ ଛାଡ଼ି ଦିଅନ୍ତୁ। ଏହାପରେ ସେଥିରେ ପନୀର ପକାଇ ସିମ୍ କରି ଛାଡ଼ି ଦିଅନ୍ତୁ। ଏହାପରେ ସେଥିରେ ଅଳ୍ପ ଗରମ ମସଲା ପକାନ୍ତୁ।
ଏଥର ପ୍ରସ୍ତୁତ ହୋଇଯିବ ନବାବୀ ପନୀର। ଏହାକୁ ଧନିଆପତ୍ର ପକାଇ ସର୍ଭ କରନ୍ତୁ। ଗରମାଗରମ ରୁଟି ପରଟା କିମ୍ବା ନାନ୍ ସହ ଏହାର ମଜା ଉଠାଇ ପାରିବେ।
The post ଘରେ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ୍ ନବାବୀ ପନୀର appeared first on Odisha Reporter.
from Odisha Reporter https://ift.tt/3dZHcOc
No comments:
Post a Comment