ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ନିକଟମ ବ୍ୟକ୍ତି ତଥା ରାଜ୍ୟସଭା ସାଂସଦ ଅଯୋଧ୍ୟା ରାମୀରେଡ୍ଡୀଙ୍କ ପାରିବାରିକ କମ୍ପାନୀ ରାମକୀ ଗ୍ରୁପ ନାଁରେ ଆସିଛି ଠକେଇ ଅଭିଯୋଗ। ଆୟକର ବିଭାଗ ବିଭିନ୍ନ ସ୍ଥାନରେ ରେଡ୍ କରି ଏହି ଗୋଷ୍ଠୀ ୧୨୦୦ କୋଟି ଟଙ୍କାର ମିଛ କ୍ଷତି ଦର୍ଶାଇଥିବା ଜାଲିଆତିର ପର୍ଦ୍ଦାଫାସ କରିଛି। ସେହିପରି ଏହି ଗୋଷ୍ଠୀ ୩୦୦ କୋଟି ଟଙ୍କାର ଆୟ ଲୁଚାଇଥିବା ମଧ୍ୟ ଧରାପଡ଼ିଛି। ରାମକି ଓଡ଼ିଶା ରାଜଧାନୀ ଭୁବନେଶ୍ୱର ଓ କଟକରେ ବର୍ଜବ୍ୟସ୍ତୁ ଉଠାଇବା ଦାୟିତ୍ୱରେ ରହିଛି।
ଜୁଲାଇ ୬ରେ ରାମକୀ ଆୟକର ବିଭାଗର ଅଧିକାରୀମାନେ କମ୍ପାନୀର ୧୫ଟି ଠିକଣାରେ ଚଢ଼ାଉ କରିଥିଲେ। ଏହି ସମୟରେ ରାମକୀର ବିଭିନ୍ନ ଦସ୍ତାବିଜ ମିଳିଥିଲା। ପରେ ଏହି ଦସ୍ତାବିଜରୁ ମିଳିଥିଲା କମ୍ପାନୀର ଆର୍ଥିକ ଠକେଇର ସମସ୍ତ ହିସାବ। ଯେଉଁଥିରୁ ଜଣାପଡ଼ିଛି ରାମକୀ ଗ୍ରୁପ ଏମିତି ଅନେକ ଅନ ଲାଇନ୍ ଟ୍ରାଞ୍ଜାକସନ କରିଛି ଯାହାର ହିସାବ ନାହିଁ। ଏହାର ଅର୍ଥ ଟ୍ରାଞ୍ଜାକସନର କାରଣ କମ୍ପାନୀ ଆୟକର ବିଭାଗକୁ ଦେବାରେ ସକ୍ଷମ ହୋଇପାରିନି। ରାମକୀ ନିଜ ଗ୍ରୁପର କିଛି ଶେଆର ସିଙ୍ଗାପୁରର ଏକ କମ୍ପାନୀକୁ ବିକ୍ରି କରି ଅଧିକରୁ ଅଧିକ ଟଙ୍କା ଲାଭ କରିଥିବା ଜଣାପଡ଼ିଛି।
ମୁଖ୍ୟତଃ ଆୟକର ଫାଙ୍କିବା ପାଇଁ ରାମକୀ ଗ୍ରୁପ ଶେଆର କିଣା ବିକାରେ ହେରଫେର କରିଛି ବୋଲି ଆୟକର ବିଭାଗ ଜାଣିପାରିଛି। କିନ୍ତୁ କମ୍ପାନୀ ଆୟକର ବିଭାଗକୁ ଦେଖାଇଥିଲା ୧୨୦୦ କୋଟି ଟଙ୍କାର କ୍ଷତି ହୋଇଛି। ଯାହାକି ସଠିକ୍ ନୁହେଁ ବୋଲି ଆୟକର ବିଭାଗ ରେଡ୍ କରିବା ପରେ ହୃଦବୋଧ କରିଛି। କେବଳ ଏତିକି ନୁହେଁ ରାମକୀ ୨୮୮ କୋଟିର ଲୋନ ନେଇଥିଲା। ହେଲେ ଏହାକୁ ଭୁଲ୍ ଢଙ୍ଗରେ ଆୟକର ରିଟର୍ଣ୍ଣ ଦାଖଲ ବେଳେ କମ୍ପାନୀ ଦେଖାଇଛି ବୋଲି ଆୟକର ବିଭାଗ କହିଛି।
ଏହି ଗୋଷ୍ଠୀର ୧୫ଟି ଠିକଣାରେ ରେଡ୍ କରିବା ପରେ ଆୟକର ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି। ଯେଉଁଥିରେ ରାମକୀ ୩୦୦ କୋଟି ଟଙ୍କାର ଠକେଇ କରିଛି ବୋଲି କହିଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ସାଂସଦ ରାମିରେଡ୍ଡୀଙ୍କ ନାଁରେ ଇଡି ମନି ଲଣ୍ଡରିଂ ମାମଲା ଦାଏର କରିଥିଲା। ଜଗନ ମୋହନ ରେଡ୍ଡୀ ମାମଲାରେ ମଧ୍ୟ ରାମକୀଙ୍କ ନାଁରେ ମନି ଲଣ୍ଡରିଂ ହୋଇଥିବା ଇଡି କହିଥିଲା।
The post ଧରାପଡ଼ିଲା ଭୁବନେଶ୍ୱରେ ବର୍ଜ୍ୟବସ୍ତୁ ଉଠାଉଥିବା ରାମକୀ ଗ୍ରୁପର ୧୨୦୦ କୋଟି ଟଙ୍କାର ଜାଲିଆତି appeared first on Odisha Reporter.
from Odisha Reporter https://ift.tt/2TOlLZO
No comments:
Post a Comment