ଘରେ ପ୍ରସ୍ତୁତ କରନ୍ତୁ ଚିଙ୍ଗୁଡ଼ି ମଣିରତ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 23, 2021

ଘରେ ପ୍ରସ୍ତୁତ କରନ୍ତୁ ଚିଙ୍ଗୁଡ଼ି ମଣିରତ୍ନ

ଆବଶ୍ୟକ ସାମଗ୍ରୀ:ଚିଙ୍ଗୁଡ଼ି, ସଜନା ଛୁଇଁ, ହଳଦୀଗୁଣ୍ଡ, ଲଙ୍କା ଗୁଣ୍ଡ ଲୁଣ, ପିଆଜ, ଅଦାରସୁଣ,  ଟମାଟୋ, କାଜୁ, ଗରମ ମସଲା।

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଚିଙ୍ଗୁଡ଼ିକୁ ଭଲ ଭାବେ ଧୋଇ ସେଥିରେ ହଳଦୀ ଗୁଣ୍ଡ ଓ ଲୁଣ ଗୋଳାଇ ଦିଅନ୍ତୁ। ଏହାପରେ ତାକୁ ଭାଜି ରଖନ୍ତୁ। ସେହିପରି ସଜନା ଛୁଇଁକୁ  ଛୋଟ ଛୋଟ ଖଣ୍ଡ କାଟି  ଅଳ୍ପ ଭାଜି ରଖନ୍ତୁ।

ଏହାପରେ କଡ଼େଇରେ ତେଲ ଗରମ କରି ଫୁଟଣ ପକାନ୍ତୁ। ଏହାପରେ ସେଥିରେ କଟା ପିଆଜ ଓ କଟା ଟମାଟୋ ପକାଇ ଭାଜନ୍ତୁ।  ପିଆଜ ଭାଜି ହେବା ପରେ ଅଦାରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ କଷନ୍ତୁ। ମସଲା କଷି ହେବା ପରେ ସେଥିରେ ଭଜା ଛୁଇଁକୁ ପକାଇ ଅଳ୍ପ ପାଣି ଦିଅନ୍ତୁ। ଏହାପରେ ସେଥିରେ ଭଜା ଚିଙ୍ଗୁଡ଼ି ପକାଇ କଷନ୍ତୁ।

କିଛି ସମୟ ପରେ ଚିଙ୍ଗୁଡ଼ିରେ କାଜୁ ବଟା ପକାଇ ଭଲ ଭାବେ ଗୋଳାଇ ୨ରୁ ୩ ମିନିଟ୍‌ ଛାଡ଼ି ଦିଅନ୍ତୁ।  କିଛି ସମୟ ପରେ ତରକାରୀରେ ଗରମ ମସଲା ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏଥର ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡ଼ି ମଣିରତ୍ନ। ଏହାକୁ ଗରମ ଭାତ, କିମ୍ବା ରୁଟି ସହ ଖାଇ ହେବ।

The post ଘରେ ପ୍ରସ୍ତୁତ କରନ୍ତୁ ଚିଙ୍ଗୁଡ଼ି ମଣିରତ୍ନ appeared first on Odisha Reporter.



from Odisha Reporter https://ift.tt/3zmPVlG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages