ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁକ୍ତ ୩ ପାଠ୍ୟକ୍ରମରେ ସାମିଲ ହେବ ‘ବିପର୍ଯ୍ୟୟ ପରିଚାଳନା’। ଏହା ବାଧ୍ୟତାମୂଳକ ହେବ। ଆଜି ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।
ମନ୍ତ୍ରୀ ଶ୍ରୀ ସାହୁ ଓ ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ ଦେଇଥିବା ସୂଚନା ଅନୁଯାୟୀ, ଯୁକ୍ତ ୩ର ପ୍ରଥମ ବର୍ଷରେ ଛାତ୍ରଛାତ୍ରୀଙ୍କୁ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ପାଠ ପଢ଼ିବାକୁ ହେବ। ପରିବେଶ ବିଜ୍ଞାନ ସହିତ ମିଶାଇ ଏହାକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି। ସମସ୍ତ ଷ୍ଟ୍ରୀମ୍ ଅର୍ଥାତ୍ କଳା, ବାଣିଜ୍ୟ ଓ ବିଜ୍ଞାନର ଛାତ୍ରଛାତ୍ରୀମାନେ ପଢ଼ିବା ବାଧ୍ୟତାମୂଳକ।
ଏହି ପାଠ୍ୟକ୍ରମ ମୋଟ ୧୦୦ ମାର୍କର ହେବ ଓ ଚଳିତ ବର୍ଷ ଠାରୁ ଲାଗୁ ହେବ। ଏଥିରେ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ସହିତ ସର୍ଭାଇଭାଲ୍ ସ୍କିଲ୍ ବିଷୟରେ ପଢ଼ାଯିବ।
The post ଯୁକ୍ତ ୩ ପାଠ୍ୟକ୍ରମରେ ‘ବିପର୍ଯ୍ୟୟ ପରିଚାଳନା’, ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ appeared first on Odisha Reporter.
from Odisha Reporter https://ift.tt/3rspFUx
No comments:
Post a Comment