ହ୍ୱାଟସ୍‌ ଆପ୍‌ରେ ସବ୍‌ମିଟ୍‌ ହେବ ଯୁକ୍ତ ଦୁଇ ଶେଷ ବର୍ଷ ପ୍ରୋଜେକ୍ଟ ପେପର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 7, 2021

ହ୍ୱାଟସ୍‌ ଆପ୍‌ରେ ସବ୍‌ମିଟ୍‌ ହେବ ଯୁକ୍ତ ଦୁଇ ଶେଷ ବର୍ଷ ପ୍ରୋଜେକ୍ଟ ପେପର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହ୍ୱାଟସ୍‌ ଆପ୍‌ରେ ସବ୍‌ମିଟ୍‌ ହେବ ଯୁକ୍ତ ଦୁଇ ଶେଷ ବର୍ଷ ପ୍ରୋଜେକ୍ଟ ପେପର । ଏହା ସବୁ ବିଭାଗ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବନି। ଇଣ୍ଡିଆନ ମ୍ୟୁଜିକ, ଡ୍ୟାନ୍ସ, ଡ୍ରାମା, ମ୍ୟୁଜିକ ଇନ୍‌ଷ୍ଟ୍ରୁମେଣ୍ଟ, ଗୀତ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଛି ଏହି ନିୟମ।

ଏହି ବିଭାଗୀୟ ଛାତ୍ରଛାତ୍ରୀ ନିଜ ନିଜର ଅଡିଓ ଏବଂ ଭିଡିଓ କ୍ଲିପ କରି ବିଭାଗୀୟ ଅଧ୍ୟାପକଙ୍କୁ ପଠାଇବେ ।  ଅଡିଓ ଏବଂ ଭିଡିଓ କ୍ଲିପର ଅବଧି ୩ରୁ ୫ ମିନିଟ୍‌ ରହିବ। ଏହାରି ଆଧାରରେ ସେମାନଙ୍କୁ ପ୍ରାକ୍ଟିକାଲ ବା ପ୍ରୋଜେକ୍ଟ ମାର୍କ ଦିଆଯିବ । ଏ ସବୁ ବିଷୟରେ ପ୍ରୋଜେକ୍ଟ ପେପର ବ୍ୟବସ୍ଥା ନଥିବାରୁ ଏଭଳି ପଦ୍ଧତି ଅପଣାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଜ୍ଞପ୍ତି ପ୍ରକାଶ କରିଛି ।

ସୂଚନାଯୋଗ୍ୟ, କରୋନା ମହାମାରୀ ନିଜ କାୟା ବିସ୍ତାର କରୁଥିବାରୁ ଚଳିତ ବର୍ଷ ହେବାକୁ ଥିବା ମାଟ୍ରିକ, ଯୁକ୍ତ ୨ ପରୀକ୍ଷା ଆଦି ବାତିଲ କରାଯାଇଥିଲା । ମାଟ୍ରିକ ରେଜଲ୍ଟ ବାହାରି ସାରିଥିବା ବେଳେ ଚଳିତ ମାସ ଶେଷ ସୁଦ୍ଧା ଯୁକ୍ତ ୨ ରେଜଲ୍ଟ ବାହାରିବ ବୋଲି ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଥିଲେ।

ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଯୁକ୍ତ ୨ରେ ମୋଟ ପାସ୍ ହାର ୯୦ ପ୍ରତିଶତରୁ ଅଧିକ ରହିବ l ମୂଲ୍ୟାୟନ ପ୍ରକ୍ରିୟା ଉପରେ ମତ ରଖି ଏପରି କହିଛନ୍ତି ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ l

ସେ କହିଛନ୍ତି, ମାଟ୍ରିକ୍ ପରୀକ୍ଷାରେ ଛାତ୍ରଛାତ୍ରୀ ଯେତିକି ମାର୍କ ରଖିଥାନ୍ତି, ସାଧାରଣତଃ ଯୁକ୍ତ ୨ରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲାଙ୍କର ମାର୍କ କମିଯାଇଥାଏ l ତେବେ ଏଥର ଯେଉଁ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଉଛି, ସେଥିରେ ଛାତ୍ରଛାତ୍ରୀଙ୍କ ମାର୍କ ଦଶମ ଶ୍ରେଣୀ ମାର୍କ ପାଖାପାଖି କିମ୍ବା ତାଠାରୁ ଅଧିକ ରହିବ l ସେହିପରି ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ପାସ୍ ହାର ମଧ୍ୟ ଗତବର୍ଷ ତୁଳନାରେ ଅଧିକ ରହିବ  ।

ସୂଚନାଯୋଗ୍ୟ, ମାଟ୍ରିକ ପରୀକ୍ଷା ମୂଲ୍ୟାୟନକୁ ନେଇ ଛାତ୍ରୀଛାତ୍ରୀଙ୍କ ଅସନ୍ତୋଷ ଥମିବା ନାଁ ଧରୁ ନ ଥିବା ବେଳେ ଯୁକ୍ତ ୨ ପରୀକ୍ଷା ଫଳାଫଳ  ଛାତ୍ରଛାତ୍ରୀଙ୍କୁ କେତେ ସନ୍ତୁଷ୍ଟ କରିପାରୁଛି  ତାହା ଦେଖିବାକୁ ବାକି ରହିଲା।

The post ହ୍ୱାଟସ୍‌ ଆପ୍‌ରେ ସବ୍‌ମିଟ୍‌ ହେବ ଯୁକ୍ତ ଦୁଇ ଶେଷ ବର୍ଷ ପ୍ରୋଜେକ୍ଟ ପେପର appeared first on Odisha Reporter.



from Odisha Reporter https://ift.tt/3yAd43W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages