ସେଞ୍ଚୁର ପରେ ବି ପେଟ୍ରୋଲ ନଟଆଉଟ, ପୁଣି ଆଜି ବଢ଼ିଲା ତୈଳ ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 7, 2021

ସେଞ୍ଚୁର ପରେ ବି ପେଟ୍ରୋଲ ନଟଆଉଟ, ପୁଣି ଆଜି ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: ଦେଶର ଅଧିକାଂଶ ସହରରେ ପେଟ୍ରୋଲର ଲିଟର ପିଛା ଦାମ ସେଞ୍ଚୁରୀ ପାର କରି ଯାଇଥିଲେ ହେଁ ମହଙ୍ଗା ମାଡ଼ରୁ ନିସ୍ତାର ମିଳୁନାହିଁ। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଆଜି ଉଭୟ ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦାମ ୩୫ ପଇସା ଓ ଡିଜେଲର ଦାମ ୯ ପଇସା ମହଙ୍ଗା ହୋଇଛି।

କୋଲକାତାରେ ପେଟ୍ରୋଲ ୩୯ ପଇସା ଓ ଡିଜେଲ ୧୫ ପିଇସା ବଢ଼ିଛି। କେବଳ ଏହି ଦୁଇ ସହର ନୁହେଁ, ଦେଶର ସବୁଠାରେ ଆଜି ତୈଳଦରରେ ପୁଣି ବୃଦ୍ଧି ଘଟିଛି। ବୁଧବାର ଦିଲ୍ଲୀ ଓ କୋଲକତା ପେଟ୍ରୋଲ ଦର ୧୦୦ ଟଙ୍କା ପାର କରିଥିବା ସହରଗୁଡ଼ିକରେ ସାମିଲ ହୋଇଥିଲେ। ଏହାପରେ ବି ଏଠାରେ ଆଜି ଦାମ ବୃଦ୍ଧି ଘଟିବାରୁ ଲୋକଙ୍କ ଚିନ୍ତା ବଢ଼ିଛି।

ଚଳିତ ମାସରେ ୬ଷ୍ଠ ଥର ପାଇଁ ତୈଳଦର ବଢ଼ିଛି। ଦରବୃଦ୍ଧି ପରେ ଦିଲ୍ଲୀରେ ଆଜି ପେଟ୍ରୋଲର ଲିଟର ପିଛା ଦାମ ୧୦୦.୫୬ ଟଙ୍କା ଓ ଡିଜେଲର ଲିଟର ପିଛା ଦାମ ୮୯.୬୨ ଟଙ୍କାରେ ପହଞ୍ଚି ଯାଇଛି। ମୁମ୍ବାଇରେ ପେଟ୍ରୋଲର ଦାମ ୧୦୬.୫୯ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୯୭.୧୮ ଟଙ୍କାରେ ବିକ୍ରି କରାଯାଉଛି।

ଭୋପାଲରେ ମେ’ ମାସରୁ ହିଁ ପେଟ୍ରୋଲ ଦାମ ୧୦୦ ଟଙ୍କା ପାର କରିଥିଲା। ଏହାପରେ ଜୟପୁର, ମୁମ୍ବାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ଦାମ ସେଞ୍ଚୁରୀ ଡେଇଁଥିଲା। ଜୁନ୍‌ ଶେଷ ଭାଗରେ ଥିରୁବନନ୍ତପୁରମ ଓ ପାଟନାବାସୀ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରେ କିଣିବା ଆରମ୍ଭ କରିଥିଲେ। ଜୁଲାଇ ପ୍ରଥମ ସପ୍ତାହରୁ ଭୁବନେଶ୍ୱର ଓ ଚେନ୍ନାଇର ଲୋକମାନେ ୧୦୦ ଟଙ୍କିଆ ପେଟ୍ରୋଲ କ୍ଲବକୁ ଆସିଥିଲେ। ୧୦୦ ଟଙ୍କା ପାର କରିବା ପରେ ମଧ୍ୟ ତୈଳଦର ଉପରେ କୌଣସି ଲଗାମ ଲାଗୁ ନାହିଁ।


ଆଜି ସକାଳୁ କୋଲକାତାରେ ବର୍ଦ୍ଧିତ ଦର ପରେ ପେଟ୍ରୋଲ ଲିଟର ପିଛା ୧୦୦.୬୨ ଟଙ୍କା ଓ ଡିଜେଲ ୯୨.୬୫ ଟଙ୍କାରେ ବିକ୍ରି ହେଉଛି। ଚେନ୍ନାଇରେ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୧୦୧.୩୭ ଟଙ୍କା ଓ ୯୪.୧୫ ଟଙ୍କା ରହିଛି। ବେଙ୍ଗାଲୁରୁ ପେଟ୍ରୋଲର ଦାମ ୧୦୩.୩୭ ଟଙ୍କା ଓ ଡିଜେଲର ଦାମ ୯୪.୧୫ ଟଙ୍କା, ହାଇଦ୍ରାବାଦରେ ପେଟ୍ରୋଲ ୧୦୪.୫୦ ଟଙ୍କା ଓ ଡିଜେଲ ଦର ୯୭.୬୮ ଟଙ୍କା, ଥିରୁବନନ୍ତପୁରମରେ ୧୦୨.୫୪ ଟଙ୍କା ଓ ଡିଜେଲ ଦାମ ୯୬.୨୦ ଟଙ୍କା, ଜୟପୁରରେ ୧୦୭.୩୭ ଟଙ୍କା ଓ ଡିଜେଲ ଦାମ ୯୮.୭୪ ଟଙ୍କା, ପାଟନାରେ ୧୦୨.୭୯ ଟଙ୍କା ଓ ଡିଜେଲ ଦାମ ୯୫.୧୪ ଟଙ୍କା ଏବଂ ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦାମ ୧୦୧.୩୭ ଟଙ୍କା ଓ ଡିଜେଲ ଦାମ ୯୭.୬୭ ଟଙ୍କା ରହିଛି।

The post ସେଞ୍ଚୁର ପରେ ବି ପେଟ୍ରୋଲ ନଟଆଉଟ, ପୁଣି ଆଜି ବଢ଼ିଲା ତୈଳ ଦର appeared first on Odisha Reporter.



from Odisha Reporter https://ift.tt/3yvEJms

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages